Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ନଟୁ ଭାଇଙ୍କ ଦଶାହରେ ଲଣ୍ଡା ହେଲେ ଅଞ୍ଚଳବାସୀ: ପ୍ରଦୀପ ମହାରଥୀଙ୍କୁ ଝୁରିଛି ପୁରା ନିର୍ବାଚନ ମଣ୍ଡଳୀ

12/10/2020 at 5:51 PM

ପିପିଲି୧୨/୧୦: ପିପିଲିର ମଉଡମଣୀ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ। ଦୀର୍ଘ ୧୦ ଦିନ ହେଲା ପିପିଲି ନିର୍ବାଚନ ମଣ୍ଡଳୀରେ ଆଉ ଶୁଭୁ ନାହିଁ ନଟୁ ଭାଇଙ୍କ ବଡ ପାଟି। କେବଳ ତାଙ୍କ ପରିବାର ସଦସ୍ୟ ନୁହେଁ, ପୁରା ଅଞ୍ଚଳବାସୀ ତାଙ୍କୁ ମନେ ପକାଉଛନ୍ତି।

ଆଜି ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ଦଶାହରେ ସାମିଲ ହୋଇଛନ୍ତି ନିର୍ବାଚନ ମଣ୍ଡଳୀର ଅନେକ ବିଶିଷ୍ଟ ବ୍ୟକ୍ତି। ଖାଲି ସେତିକି ନୁହେଁ, ତାଙ୍କ ଦଶାହରେ ମହାରଥୀଙ୍କ ଅଞ୍ଚଳର ଅନେକ ଲୋକମାନେ ଲଣ୍ଡା ହୋଇଛନ୍ତି।

ତାଙ୍କୁ ଭଲ ପାଉଥିବା ଲୋକମାନେ, ଲଣ୍ଡା ହେବା ସହ ମହରାଥୀଙ୍କ ଫଟୋ ଥିବା ସ୍ଥାନକୁ ନମସ୍କାର କରି ଫେରିଛନ୍ତି। ପିପିଲି ଓ ଡେଲାଙ୍ଗ ବ୍ଲକର ବିଭିନ୍ନ ପଚଂ।ୟତରେ ମହାରଥୀଙ୍କ ପାଇଁ ଅ।ଜି ସହ ସହ କର୍ମୀମାନେ ହିନ୍ଦୁ ରିତୀନିତି ଅନୁସାରେ ଦଶାହ କାର୍ଯ୍ୟ ପାଳିଥିବା ବେଳେ ନିଜ ପ୍ରିୟ ନେତାଙ୍କୁ ହରାଇ ମ୍ରିୟମାଣ ହୋଇପଡିଛନ୍ତି ।

ରାଜନିତୀରେ ଦୀର୍ଘ ବର୍ଷର ସଂପର୍କରେ ଯୋଡି ହୋଇଥିବା ମହାରଥୀଙ୍କୁ ନିଜ ପରିବାର ସଦସ୍ୟ ଭାବରେ ପ୍ରତି ପରିବାର ମାନୁ ଥିବା ବେଳେ ଅ।ଜି ଦଶାହ କାର୍ଯ୍ୟ କରି ତାଙ୍କ ଅ।ତ୍ମାର ସଦଗତି କାମନା କରିଛନ୍ତି ସମୂହ ଗ୍ରାମବାସୀ।

   Related Posts