ଶୋ' ଅଧାରୁ ଚାଲିଗଲେ ନଟ୍ଟୁ କାକା, 'ତାରକ୍‌ ମେହତା କା ଉଲ୍‌ଟା ଚଷମା'ର ଥିଲେ ଅନ୍ୟତମ ପ୍ରମୁଖ ଅଭିନେତା

Published By : Prameya-News7 Bureau | October 03, 2021 IST

ମୁମ୍ବାଇ, ୦୩/୧୦: ଲୋକପ୍ରିୟ ହିନ୍ଦୀ କମେଡି ଧାରାବାହିକ ‘ତାରକ ମେହତା କା ଉଲ୍‌ଟା ଚଷମା’ର ପ୍ରିୟ ନଟ୍ଟୁ କାକାଙ୍କ ପରଲୋକ ହୋଇଛି । ଧାରାବାହିକରେ ନଟ୍ଟୁ କାକା ଚରିତ୍ରରେ ଅଭିନୟ କରୁଥିବା ଘନଶ୍ୟାମ ନାୟକ ସମସ୍ତଙ୍କୁ ଛାଡ଼ି ଦୁନିଆକୁ ଅଲ୍‌ବିଦା କହିଛନ୍ତି ।

ଘନଶ୍ୟାମ ଦୀର୍ଘ ଦିନ ହେଲା ରୋଗରେ ପଡ଼ିଥିଲେ। ଆଜି ତାଙ୍କର ବିୟୋଗ ହୋଇଥିବା ଧାରାବାହିକର ପ୍ରଯୋଜକ ଅସୀତ ମୋଦି ସୂଚନା ଦେଇଛନ୍ତି। ଧାରାବାହିକ ଆରମ୍ଭ ହେବା ଆରମ୍ଭରୁ ହିଁ  ନଟ୍ଟୁ କାକାଙ୍କ ଭୂମିକା ରହିଛି। ଏହି ଭୂମିକାରେ ଘନଶ୍ୟାମଙ୍କର ଅଭିନୟକୁ ଲୋକେ ବେଶ୍ ପସନ୍ଦ କରିଛନ୍ତି। ମୁହଁରେ ରଙ୍ଗମାରି ରଙ୍ଗମଞ୍ଚ ଅଭିନୟ କରୁଥିବା ଘନଶ୍ୟାମ ଆଜି ଦୁନିଆ ରଙ୍ଗମଞ୍ଚରୁ ବିଦାୟ ନେଇଛନ୍ତି।

ତାଙ୍କ ବିୟୋଗରେ ବଲିଉଡ୍‌ରେ ଶୋକରେ ଛାୟା ଖେଳିଯାଇଛି। ଧାରାବାହିକର ନିର୍ଦ୍ଦେଶକ ପ୍ରଯୋଜକଙ୍କ ବ୍ୟତିତ ଅନେକ କଳାକାର ଶୋକ ପ୍ରକାଶ କରିଛନ୍ତି। ନିଜ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ୍‌ରେ ଟ୍ୱିଟ୍ କରି ନଟ୍ଟୁ କାକାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଛନ୍ତି ଟିଭି କଳାକାର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.