Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୈତାନ ସ୍ୱାମୀ, ସ୍ତ୍ରୀର ତଣ୍ଟିଚିପି କଲା ହତ୍ୟା !
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୨ ଜଣଙ୍କ ଜୀବନ, ୩୩୮୮ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୪୦୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଚିରାଗଙ୍କ ହାତରୁ ଖସିଲା କମାଣ୍ଡ୍ : ଚାଚା ପଶୁପତିଙ୍କୁ ଗ୍ରୀନ ସିଗନାଲ୍, LJP ସଂସଦୀୟ ଦଳର ନେତା ହେଲେ ପାରସ
  • ||
  • ସାରା ବିଶ୍ୱର ଚିନ୍ତା ବଢାଇଲା ଡେଲ୍ଟା ଭାରିଆଣ୍ଟ : ବ୍ରିଟେନ ସମେତ ଅନେକ ଦେଶରେ ଫେରିଲା କଟକଣା
  • ||
  • ନକଲି ଔଷଧ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ୍, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
  • ||
  • କାର୍ଯ୍ୟାଳୟ ନା ସ୍ପା ? ଖଟରେ ଆରାମରେ ଶୋଇଛନ୍ତି ପୋଲିସ ବାବୁ, କଏଦୀ କରୁଛନ୍ତି ମସାଜ୍
  • ||

ଆଜି ବି ଭାରତ ବନ୍ଦ : ଶ୍ରମିକ ସଂଗଠନର ବନ୍ଦ ଦ୍ବିତୀୟ ଦିନ, କେନ୍ଦ୍ର ସରକାରଙ୍କ ଆର୍ଥିକ ନୀତିକୁ ବିରୋଧ କରି ବନ୍ଦ ପାଳନ

9/01/2019 at 8:14 AM

ଭୁବନେଶ୍ବର ୯|୧: ଆଜି ମଧ୍ୟ ଭାରତ ବନ୍ଦ । ଏନଡିଏ ସରକାରଙ୍କ ଆର୍ଥିକ ନୀତିକୁ ବିରୋଧ କରି ଦୁଇ ଦିନିଆ ଭାରତ ବନ୍ଦ ପାଳନ କରୁଛନ୍ତି ୧୦ଟି ଶ୍ରମିକ ସଂଗଠନ । ଦେଶର ବାମପନ୍ଥୀ ଚାଷୀ ସଂଗଠନଗୁଡ଼ିକ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ସେହିପରି ଆମ ରାଜ୍ୟର ବିଜେଡି ଓ କଂ​ଗ୍ରେସ ମଧ୍ୟ ବନ୍ଦ ପାଳନକୁ ସମର୍ଥନ କରିଛନ୍ତି । ବନ୍ଦର ପ୍ରଭାବ ଓଡିଶାରେ ଦେଖିବାକୁ ମିଳିଛି । ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି ।

ଗତକାଲି  ସକାଳ ୬ଟାରୁ ବନ୍ଦ ଆରମ୍ଭ ହୋଇଛି । ୧୦ ତାରିଖ ସକାଳ ୬ଟା ଯାଏଁ ଏହି ଧର୍ମଘଟ ହେବ । ବିଭିନ୍ନ ସ୍ଥାନରେ ପିକେଟିଂ କରି ବନ୍ଦ କରାଯାଉଛି । ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ ମଧ୍ୟ କରାଯାଇଛି । ଷ୍ଟେସନଗୁଡିକରେ ଟ୍ରେନ୍ ଅଟକାଇଛନ୍ତି ଆନ୍ଦୋଳନକାରୀ । ଏଥିରେ ଆଇଏନଟିୟୁସି, ଏଆଇଟିୟୁସି, ଏଚଏମଏସ, ସିଟୁ, ଏଆଇୟୁଟିୟୁସି ଭଳି ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ, କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କ କର୍ମଚାରୀ ସଂଘ, ବ୍ୟାଙ୍କ ଓ ବୀମା କର୍ମଚାରୀଙ୍କ ସଂଘ ସମେତ ଜାତୀୟସ୍ତରର ବିଭିନ୍ନ ସ୍ବାଧୀନ ଶ୍ରମିକ ଓ କର୍ମଚାରୀ ସଂଗଠନ ଏଥିରେ ସାମିଲ୍ ଅଛନ୍ତି।କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଟ୍ରେଡ ୟୁନିୟନ ସଂଶୋଧନ ବିଲ୍ ୨୦୧୮ ବିରୋଧରେ ହିଁ ସିଟୁ ସମେତ ଟ୍ରେଡ୍ ୟୁନିଅନଗୁଡ଼ିକ ବନ୍ଦ ଡାକରା ଦେଇଛନ୍ତି। ମେକ୍ ଇଣ୍ଡିଆ ନାଁରେ କେନ୍ଦ୍ର ସରକାର ଘରୋଇ ସଂସ୍ଥାଗୁଡ଼ିକୁ ଅନୁକମ୍ପା ଦେଖାଉଛନ୍ତି। ଏଥିରେ ସରକାରୀ ସଂସ୍ଥା ଓ କମ୍ପାନିଗୁଡ଼ିକର କର୍ମଚାରୀ ପ୍ରଭାବିତ ହେବାକୁ ଯାଉଛନ୍ତି।  ପ୍ରତିରକ୍ଷା କ୍ଷେତ୍ରରେ  ସରକାରଙ୍କ ବିଦେଶୀ କମ୍ପାନୀକୁ ଅନୁଗ୍ରହ ଦେଖାଉଥିବା ମଧ୍ୟ ଅଭିଯୋଗ କରିଛନ୍ତି।

ଭାରତୀୟ ମଜଦୂର ସଂଘ ଓଡ଼ିଶା ନିଜକୁ ଏହି ବନ୍ଦର ଠାରୁ ଦୂରେଇ ରଖିଛି। ବନ୍ଦ ପାଳନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସତର୍କତା ମୂଳକ ପଦକ୍ଷେପ ନେଇଛନ୍ତି । ସେହିପରି ରାଜ୍ୟରେ ପୋଲିସ ମଧ୍ୟ ବିଶେଷ ଭାବେ ସତର୍କ ହୋଇପଡ଼ିଛି। ଯେଭଳି କୌଣସି ହିଂସାକାଣ୍ଡ ନ ଘଟେ, ଏବଂ ଅତ୍ୟାବଶ୍ୟକ ସେବା ପ୍ରଭାବିତ ନ ହୁଏ ତା ଉପରେ ଦୃଷ୍ଟି ରଖିଛି ପୋଲିସ ।

   Related Posts