ଆଜି ବିଶ୍ବ ବ୍ୟାଘ୍ର ଦିବସ : ସର୍ବଭାରତୀୟ ବାଘ ଗଣନା ରିପୋର୍ଟ ୨୦୧୮କୁ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ ମୋଦି
29/07/2019 at 8:46 AM

ନୂଆଦିଲ୍ଲୀ ୨୯/୭: ଆଜି ବିଶ୍ବ ବ୍ୟାଘ୍ର ଦିବସ । ତେବେ ଆଜି ଆମ ଦେଶରେ ବାଘଙ୍କ ସଂଖ୍ୟା କେତେ ରହିଛି ତାର ଘୋଷଣା ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଭାରତୀୟ ବାଘ ଗଣନା ରିପୋର୍ଟ ୨୦୧୮କୁ ଉନ୍ମୋଚନ କରିବେ । ୨୦୦୬ରେ ପ୍ରୋଜେକ୍ଟ ଟାଇଗର ପୁନର୍ଗଠନ ପରେ ଏହା ଚତୁର୍ଥ ରିପୋର୍ଟ ।

ପ୍ରତି ଚାରିବର୍ଷରେ ଥରେ ଦେଶରେ ବ୍ୟଘ୍ର ଗଣାନା ହୋଇ ଆସୁଛି । ୨୦୧୪ ରେ ହୋଇଥିବା ବ୍ୟାଘ୍ର ଗଣନାରେ ଦେଶରେ ବାଘ ସଂଖ୍ୟା ୨୨୨୬ ଥିବା ବେଳେ ଚଳିତ ବର୍ଷ ୨୬୦୦ ଟପିବ ବୋଲି ଅନୁମାନ କରାଯାଉଛି।