Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||

ଉଦଯାପିତ ହେଲା ନ୍ୟାସନାଲ ଟାଇପୋଡୋଣ୍ଟ

5/09/2019 at 6:13 PM

 ଭୁବନେଶ୍ବର ୫।୯- ଉଦଯାପିତ  ହେଲା  ନ୍ୟାସନାଲ ଟାଇପୋଡୋଣ୍ଟ  କର୍ମଶାଳା।  ଭୁବନେଶ୍ବର  ସମ  ହସପିଟାଲ ଡେଣ୍ଟାଲ ବିଭାଗରେ ଏହି ତିନିଦିନିଆ ଜାତୀୟ କର୍ମଶାଳା ଅନୁଷ୍ଠିତ   ହୋଇଥିଲା । କର୍ମଶାଳାରେ   ଦନ୍ତ ଚିକିତ୍ସା  ପ୍ରସଙ୍ଗରେ   ବିଶେଷଜ୍ଞ  ଡାକ୍ତରଙ୍କ ସହ   ବିଭିନ୍ନ ରାଜ୍ୟରୁ ଆସିଥିବା ଡେଣ୍ଟାଲ   ଛାତ୍ର ଛାତ୍ରୀ ପ୍ରଶିକ୍ଷଣ ନେଇଛନ୍ତି ।

ଭୁବନେଶ୍ବର ସମ  ହସପିଟାଲରେ ଇଣ୍ଡିଆନ ଅରଥୋଡେଣ୍ଟିକ ସୋସାଇଟି ପକ୍ଷରୁ ଆୟାଜିତ  ତିନି ଦିନିଆ     ଦନ୍ତ ଚିକିତ୍ସକ କର୍ମଶାଳାରେ  ଦନ୍ତ ଚିକିତ୍ସାର  ନୂତନ  ଜ୍ଞାନ​କୌଶଳ ନେଇ   ଛାତ୍ର ଛାତ୍ରୀମାନଙ୍କୁ ବିଭିନ୍ନ ରାଜ୍ୟରୁ ଆସିଥିବା  ଦନ୍ତ  ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।  ଜାତୀୟ ସମନିତ୍ବ ଟାଇପୋଡୋଣ୍ଟ କର୍ମଶାଳାରେ ରେ ୮ ଟି  ରାଜ୍ୟର ବିଭିନ୍ନ୍ ସରକାରୀ ଓ  ବେସରକାରୀ ଡେଣ୍ଟାଲ ମେଡିକାଲରେ  ଡେଣ୍ଟାଲ  ସ୍ନାତକୋତର ଛାତ୍ରଛାତ୍ରୀ ଯୋଗ ​‌ଦେଇଥିଲେ ।  ହରିଆନା, ପଶ୍ଚିମବଙ୍ଗ,  ଛତିଶଗଡ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ,  ଓଡିଶା, ଗୁଜୁରାଟ ଭଳି ରାଜ୍ୟର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ ।  କେବଳ ଥିଓରି   ନୁହେଁ କିଭଳି ପ୍ରାକଟିକାଲ କୁ ପ୍ରାଧାନ୍ୟ ଦିଆଯିବ ​ସେ ନେଇ  ଲାଇଭ ଡେମୋ ପ୍ରଦର୍ଶନ କରାଯାଇଥିଲା। ଯାହା  ଦ୍ବାରା ଦନ୍ତ ଚିକିତ୍ସା କ୍ଷେତ୍ରରେ ବେଶ ସହାୟକ ହେବ ବୋଲି ଡାକ୍ତର ଓ   ବିଶେଷଜ୍ଞମାନେ ମତ ଦେଇଛନ୍ତି ।

    ବିଶେଷଜ୍ଞ ଡାକ୍ତର ମାନେ ଛାତ୍ର ଛାତ୍ରୀ ମାନଙ୍କୁ  ଲାଇଭ ଡେମୋ ଦେଖାଇଥିଲେ ।    ଦନ୍ତ  ଚିକିତ୍ସା , ମୁଖ ଗହ୍ବର,   ଡେଣ୍ଟାଲ କ୍ଲିପିଙ୍ଗ  ଟେକନୋଲୋଜି ନେଇ  ବୈଷୟିକ  ଜ୍ଞନ କୈଶଳ ପ୍ରଦାନ କରାଯାଇଥିଲା।  ଦନ୍ତ ଚିକତ୍ସାର   ଲିଙ୍ଗୁଆଲ,  ବିଗିଜ୍, ଏମବିଟି, ରାଥ, ବେସିକ ଏଡଜ   ଓ୍ବାଇଜ, ସେଗମେଣ୍ଟାଲ ବାୟୋମେଟ୍ରିକ ଭଳି  ଚିକତ୍ସା ବିଜ୍ଞାନର ବିଭିନ୍ନ୍ ଦିଗ  ନେଇ  ପରାମର୍ଶ  ଦଆଯାଇଥିଲା।

   ଦିନକୁ ଦିନ   ଦନ୍ତରୋଗ  ରୋଗ ବଢିବାରେ ଲାଗିଛି।  ଦନ୍ତ ଚିକିତ୍ସା  ସହ   ଉତ୍ତମ  ଚିକିତ୍ସା ପ୍ରଣାଳୀ  ଆପଣାଇ ପାରିଲେ   ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ସଫଳତା ମଳିବା ବୋଲି ମତପ୍ରକାଶ ପାଇଥିଲା।

   Related Posts