ଚଳିତ ବର୍ଷ ପାଇଁ ଆଜି ଜାତୀୟ ଖେଳ ପୁରସ୍କାର ପ୍ରଦାନ, ସନ୍ଧ୍ୟା ୪.୩୦ ମିନିଟ୍‌ରେ କରାଯିବ ସମ୍ମାନିତ

Published By : Prameya-News7 Bureau | November 13, 2021 IST

ନୂଆଦିଲ୍ଲୀ, ୧୩/୧୧: ଚଳିତ ବର୍ଷ ପାଇଁ ଆଜି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଜାତୀୟ ଖେଳ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନରେ ସନ୍ଧ୍ୟା ୪.୩୦ ମିନିଟ୍‌ରେ ଏହି ପୁରସ୍କାର ପ୍ରଦାନ କରାଯିବ। ଚଳିତ ବର୍ଷ ୧୨ ଜଣକୁ ମେଜୋର ଧ୍ୟାନଚାନ୍ଦ ଖେଳରତ୍ନ (major dhyanchan khel ratna) ପୁରସ୍କାର ଦିଆଯିବ।

ପ୍ରତମ ଓଡ଼ିଆ ଭାବେ ପ୍ରମୋଦ ଭଗତ ଖେଳରତ୍ନ ପୁରସ୍କାର ଗ୍ରହଣ କରିବେ।  ତା ଛଡା ୩୫ ଜଣଙ୍କୁ ଅର୍ଜୁନ ପୁରସ୍କାର ଦିଆଯିବ । ୫ ଜଣକୁ ଜୀବନବ୍ୟାପୀ ସାଧନା ପାଇଁ ଦ୍ରୋଣାଚାର୍ଯ୍ୟ (dronacharya award for life time) ପୁରସ୍କାରରେ ସମ୍ମାନିତ କରାଯିବ । ୫ ଜଣକୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର (dronachaya award) ଏବଂ ୫ ଜଣକୁ ଧ୍ୟାନଚାନ୍ଦ ପୁରସ୍କାରରେ ସମ୍ମାନିତ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.