ଆଜି ଉଦଘାଟନ ହେବ ଧର୍ମପଦ ଭବନ

Published By : Prameya-News7 Bureau | August 30, 2018 IST

ଭୁବନେଶ୍ୱର ୩୦/୮ : ଭୁବନେଶ୍ୱର ମଂଚେଶ୍ୱରରେ ଜାତୀୟ ଏସସି ଏସଟି ବର୍ଗ ପକ୍ଷରୁ ଆଜି ଉଦଘାଟନ ହେବ ଧର୍ମପଦ ଭବନ | କେନ୍ଦ୍ର ଏମଏସଏମଇ ମନ୍ତ୍ରୀ ଗିରିରାଜ ସିଂହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ଏହାକୁ ଉଦଘାଟନ କରିବେ | ଏମଏସଏମଇରେ ଏସସି ଏସଟି ବର୍ଗଙ୍କ ପାଇଁ ଥିବା ବିଭିନ୍ନ ସ୍କିମ ସମ୍ପର୍କରେ ଏହି ପ୍ରଦର୍ଶନୀରେ ବିବରଣୀ ପ୍ରଦାନ କରାଯିବ | ସୂଚନାନୁଯାୟୀ ଭାରତର ୨୫ ଟି ଜାଗାରେ ଏହାର ପ୍ରଦର୍ଶନୀ ହୋଇସାରିଛି | ଏସସି ଏସଟି ବର୍ଗ କିଭଳି ଆଗକୁ ନିଆଯାଇପାରିବ, ତାଙ୍କୁ ସ୍ୱାବଲମ୍ବୀ କରାଯାଇପାରିବ, କିଭଳି ଭାବେ ସରକାରୀ ପ୍ରୋତ୍ସାହନ ଯୋଗାଇଦିଆଯିବ ସେ ନେଇ କେନ୍ଦ୍ର ସରକାର ଏଭଳି ପ୍ରୟାସ କରିଛନ୍ତି | ଓଡିଶାରେ ମଧ୍ୟ କିଭଳି ସରକାରଙ୍କ ଯୋଜନା ଗୁଡିକୁ ଲୋକଙ୍କ ପାଖକୁ ପହଞ୍ଚାଇହେବ ସେ ନେଇ ଆଜି ଏହି ସମ୍ମିଳନୀର ଆୟୋଜନ କରାଯାଇଛି | ତେବେ ରାଜ୍ୟର ଅଧିକରୁ ଅଧିକ ଏସସି ଏସଟିଙ୍କୁ ଏହି ସମ୍ମିଳନୀରେ ସାମିଲ କରାଯିବ ପାଇଁ ପ୍ରୟାସ କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.