ପାଟନା ୧୬/୦୯: ସମାଜବାଦୀ ଜନତା ଦଳ(ଏସ୍ଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୁଲଫିକାର ଅଲୀ ଭୁଟ୍ଟୋଙ୍କୁ ଗୁଳି କରି ହତ୍ୟା। ବିହାର ଶିବାନାରେ ଏହି ଗୁଳିକାଣ୍ଡ ଘଟିଛି । ବସନ୍ତପୁର ଥାନା ଅଧିନସ୍ଥ ସାମପୁର ବଜାର ସ୍ଥିତ ଉତ୍କ୍ରମିତ ବିଦ୍ୟାଳୟରରୁ ଜନକୀ ନଗରକୁ ସଂଯୋଗ କରୁଥିବା ରାସ୍ତାରେ ଗୁରୁବାର ସନ୍ଧ୍ୟାରେ ଏସ୍ଜେପି ନେତାଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ୧୦ ଜଣ ଅପରାଧୀ ଭୁଟ୍ଟୋଙ୍କୁ ଘେରିଯାଇ ଗୁଳି କରି ହତ୍ୟା କରିଛନ୍ତି। ଘଟଣା ସମ୍ପର୍କରେ ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ୍ ଚଳାଇଛି। ଏବେ ଯାଏଁ ଅପରାଧୀଙ୍କ ସୁରାକ ମିଳିପାରି ନାହିଁ ।
ଜୁଲଫିକାର ସାମପୁରା ବଜାରରୁ କାମ ସାରି ଘରକୁ ଫେରୁଥିଲେ। ସେ ଜାନକୀ ନଗର ପାଖରେ ପହଞ୍ଚିବା ବେଳକୁ ବାଇକ ସବାର କିଛି ଦୁର୍ବୃତ୍ତ ତାଙ୍କୁ ଘେରି ଯାଇ ଆଖିବୁଜା ଗୁଳି ଚଳାଇଥିଲେ। ଗୁଳିବାଜିବା ପରେ ଜୁଳଫିକାର ଗୁରୁତର ଆହତ ହୋଇ ତଳେ ପଡ଼ିଯାଇଥିଲେ। ଏହାର କିଛି ସମୟରେ ପରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଜୁଲଫିକାରଙ୍କ ଶରୀରେ ୧୫ ଗୁଳି ବାଜିଛି ବୋଲି ସୂଚନା ମିଳିଛି।
ଏହା ପୂର୍ବରୁ ୨୦୧୫ରେ ଜୁଲଫିକାରଙ୍କ ଭାଇ ମିହ୍ନାଜଙ୍କୁ ବି ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ଶେଖପୁରା ଗାଁ’ର ରାଜା ଖାନ ସାମିଲ ଥିଲା ବୋଲି କୁହାଯାଇଥିଲା। ଏହାର କିଛି ଦିନ ପରେ ରାଜା ଖାନକୁ ମଧ୍ୟ ଲୋକମାନେ ପିଟିପିଟି ମାରିଦେଇଥିଲେ ।