ପୁରୀ ,୩୦/୧୦: ବିଜେପି ଭାରତୀୟ ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷା ଭିନତୀ ଶ୍ରୀନିବାସନ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। ରତ୍ନ ସିଂହାସନରେ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ ପାଇ ସେ ନିଜକୁ ଧନ୍ୟ ମଣିଥିବା କହିଛନ୍ତି। ଭିନତୀ ଶ୍ରୀନିବାସନ ସିଂହଦ୍ୱାରରେ ପହଞ୍ଚିବା ପରେ ବରିଷ୍ଠ ସେବାୟତ ମଧୁସୂଦନ ସିଂହାରି ତାଙ୍କୁ ସ୍ବାଗତ କରି ଶ୍ରୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ। ତାଙ୍କ ସହ ବିଜେପି ମହିଳା ମୋର୍ଚ୍ଚାର ଅନେକ ନେତା ଓ କର୍ମୀ ଉପସ୍ଥିତ ଥିଲେ।
ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ନିର୍ଦ୍ଦେଶ କ୍ରମେ ବିଜେପି ମହିଳା ମୋର୍ଚ୍ଚାର ଏକ ଟିମ ନେଇ ସେ ମମିତା ମେହେର ହତ୍ୟାକାଣ୍ଡର ଅନୁଧ୍ୟାନ କରିବା ପାଇଁ ଓଡିଶା ଆସିଥିଲେ। କେନ୍ଦ୍ରୀୟ ଟିମ ମମିତାଙ୍କ ଘରକୁ ଯାଇ ପରିବାରବର୍ଗ ସହ ଆଲୋଚନା କରିଥିଲେ। ତେବେ ଗୃହ ମନ୍ତ୍ରୀଙ୍କୁ ତୁରନ୍ତ ରାଜ୍ୟ ସରକାର ବହିଷ୍କାର କରି ସଠିକ ଦିଗରେ ତଦନ୍ତ କରିବାକୁ ଦାବି କରିଥିଲେ। ଓଡିଶାରେ ମହିଳାଙ୍କ ଉପରେ ଅତ୍ୟାଚାର ବଢି ଚାଲିଥିବା ବେଳେ ସେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି।