୨୦୦୪ ରୁ ୨୦୧୯ ମଧ୍ୟରେ ଜାତୀୟ ଦଳଗୁଡିକୁ ଅଜ୍ଞାତ ସ୍ରୋତରୁ ମିଳିଛି ୧୧,୨୩୪ କୋଟି ଟଙ୍କା: ADR

Published By : Prameya-News7 Bureau | March 10, 2020 IST

ନୂଆଦିଲ୍ଲୀ ୧୦।୦୩- ଆସୋସିଏସନ ଅଫ ଡେମୋକ୍ରାଟିକ ରିଫର୍ମ୍ସ(ଏଡିଆର) ସୋମବାର ସୂଚନା ଦେଇଛି ଯେ, ୨୦୦୪-୦୫ ରୁ ୨୦୧୮-୧୯ ମଧ୍ୟରେ ଜାତୀୟ ଦଳଗୁଡିକୁ ଅଜ୍ଞାତ ସ୍ରୋତରୁ ୧୧,୨୩୪ ଟଙ୍କାର ଚାନ୍ଦା ମିଳିଛି।

ବିଜେପି, କଂଗ୍ରେସ ସମେତ ସାତ ଜାତୀୟ ଦଳ ଦ୍ଵାରା ପ୍ରସ୍ତୁତ ରିପୋର୍ଟକୁ ଏଡିଆର ବିଶ୍ଳେଷଣ କରିବା ପରେ ଏହି ତଥ୍ୟ ସାମ୍ନାକୁ ଆଣିଛି। ଅନ୍ୟ ପାଞ୍ଚ ଜାତୀୟ ଦଳ ହେଉଛନ୍ତି ତୃଣମୂଳ କଂଗ୍ରେସ, କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ(ମାର୍କ୍ସିଟ୍), ନ୍ୟାସନାଲ କଂଗ୍ରେସ ପାର୍ଟି(ଏନସିପି), ବହୁଜନ ସମାଜ ପାର୍ଟି ଓ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ(ସିପିଆଇ)।

ଏଡିଆର ଅନୁଯାୟୀ, ଚାନ୍ଦା ବା ଦାନ ସ୍ଵରୂପ ୨୦ ହଜାର ଟଙ୍କାରୁ କମ୍ ମିଳିଥିବା ଅର୍ଥ ବାବଦରେ କର ପୈଠ ସମୟରେ  ଆୟକର ବିଭାଗ ପାଖରେ ଚାନ୍ଦା ଦେଇଥିବା ବ୍ୟକ୍ତିଙ୍କ କୌଣସି ସୂଚନା ଦିଆଯାଇ ନାହିଁ। ପିଟିଆଇର ରିପୋର୍ଟ ଅନୁଯାୟୀ ରାଜନୈତିକ ପାର୍ଟିକୁ ମିଳିଥିବା ଅର୍ଥ ଇଲେକ୍ଟୋରାଲ ବଣ୍ଡ, କୁପନ ବିକ୍ରି, ରିଲିଫ ଫଣ୍ଡ, ବିବିଧ ଆୟ, ସ୍ଵେଚ୍ଛାକୃତ ଦାନ ପରି ଅଜ୍ଞାତ ସ୍ରୋତରୁ ମିଳିଛି।

ମାୟାବତୀଙ୍କ ନେତୃତ୍ଵାଧୀନ ବିଏସପି ନିର୍ବାଚନ ଆୟୋଗକୁ ସୂଚିତ କରାଇଛି ଯେ, ତାଙ୍କ ପାର୍ଟିକୁ କୁପନ କି ନିର୍ବାଚନୀ ବଣ୍ଡ କିମ୍ବା ସ୍ଵେଚ୍ଛାକୃତ ଦାନରୁ (୨୦ ହଜାରରୁ କମ ଟଙ୍କା) କୌଣସି ଧନ ମିଳିନାହିଁ। ଏଡିଆର କହିଛି ଆର୍ଥିକ ବର୍ଷ ୨୦୦୪-୦୫ ଓ ୨୦୧୮-୧୯ ମଧ୍ୟରେ ଜାତୀୟ ଦଳଗୁଡିକୁ ଅଜ୍ଞାତ ସ୍ରୋତରୁ ୧୧,୨୩୪.୧୨ କୋଟି ଟଙ୍କା ମିଳିଛି।

ବିଶେଷ କରି ଜାତୀୟ ଦଳଗୁଡିକୁ ସ୍ଵେଚ୍ଛାକୃତ ଭାବେ ଚାନ୍ଦା ବା ଦାନ ଦେଇଥିବା ବ୍ୟକ୍ତିଙ୍କ ନାମ ସାର୍ବଜନୀନ କରାଯାଇ ନାହିଁ। ଏଡିଆର ଅନୁଯାୟୀ ବିଜେପି ଦ୍ଵାରା ଅଜ୍ଞାତ ସ୍ରୋତରୁ ୧୬୧୨.୦୪ କୋଟି ଟଙ୍କା ଆୟ ଘୋଷଣା କରାଯାଇଛି। ଏହି ରାଶି ଜାତୀୟ ଦଳଗୁଡିକର ସର୍ବମୋଟ୍ ଆୟର ପ୍ରାୟ ୬୪ ପ୍ରତିଶତ(୨,୫୧୨.୯୮ କୋଟି) ରହିଛି।

ସେହି ପରି କଂଗ୍ରେସ ଦ୍ଵାରା ଅଜ୍ଞାତ ସ୍ରୋତରୁ ୭୨୮.୮୮ କୋଟି ଟଙ୍କା ମିଳିଥିବା ଘୋଷଣା କରାଯାଇଛି। ଏହା ଜାତୀୟ ଦଳ ଗୁଡିକର ସର୍ବମୋଟ୍ ଆୟର ୨୯ ପ୍ରତିଶତ ରହିଛି। ଆର୍ଥିକ ବର୍ଷ ୨୦୦୪-୦୫ ରୁ ୨୦୧୮-୧୯ ମଧ୍ୟରେ କଂଗ୍ରେସ ଓ ଏନସିପିର ମିଳିତ ଆୟ ୩,୯୦୨.୬୩ କୋଟି ଟଙ୍କା ରହିଥିବା ଏଡିଆର ସୂତ୍ରରୁ ପ୍ରକାଶ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.