ସମ୍ବଲପୁରରେ National Online Art Exhibition 2020

Published By : Prameya-News7 Bureau | July 19, 2020 IST

ସମ୍ବଲପୁର ୧୯।୦୭: ସମ୍ବଲପୁରର ଆରମ୍ଭ ହୋଇଯାଇଛି National Online Art Exhibition 2020 । ୧୭ ତାରିଖ ଅପରାହ୍ନ ୪ଟାରୁ ଏହି ପ୍ରଦର୍ଶନୀ ଆରମ୍ଭ ହୋଇଥିବା ବେଳେ ୨୭ ଜୁଲାଇ ପର୍ଯ୍ୟନ୍ତ ଚାଲିବ । ଏହି ପ୍ରଦର୍ଶନୀରେ ୯୨ଜଣ ପ୍ରତିଯୋଗୀ ଭାବ ନେଇଛନ୍ତି । ଏହି ପ୍ରତିଯୋଗୀତା ଦ୍ୱାରା ନିଜ ନିଜ ଦକ୍ଷତା ପ୍ରତିପାଦନ କରିବା ପାଇଁ ଏହା ଏକ ଭଲ ଉଚିତ ପ୍ଲାଟଫର୍ମ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । ‘Hope’ ସଂଗଠନ ପକ୍ଷରୁ ଏହି ପ୍ରତିଯୋଗୀତାର ଆୟୋଜନ କରାଯାଉଛି ।

{"id":302381,"sizeSlug":"large"}

ଦେଶରେ କରୋନା ସ୍ଥିତିକୁ ନଜର ରଖି ଏହା Online  ଜରିଆରେ ପ୍ରଦର୍ଶନୀ କରାଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।  କରୋନା ମହାମାରୀ ଭଳି ସମୟରେ ଅନ୍‌ଲାଇନ୍‌ ସବୁଠାରୁ ଉପଯୁକ୍ତ ମାଧ୍ୟମ ଯେଉଁଠାରେ ନିଜ ନିଜ ଦକ୍ଷତା ଦେଖାଇପାରିବେ । ଦେଶର ବିଭିନ୍ନ ପ୍ରାନ୍ତରୁ ଏଥିରେ ପ୍ରତିଯୋଗୀ ମାନେ ଅଂଶଗ୍ରହଣ କରିବେ ବୋଲି  ‘Hope’ ସଂଗଠନ ପକ୍ଷରୁ କୁହାଯାଇଛି ।

{"id":302405,"width":571,"height":373,"sizeSlug":"large"}

ସମ୍ବଲପୁର ବୁର୍ଲାରେ ଚାଲୁଥିବା ଏହି କାର୍ଯ୍ୟକ୍ରମ ବି.କେ କଲେଜ ଆର୍ଟ ଆଣ୍ଡ କ୍ରାଫ୍ଟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ବ କରିଛନ୍ତି । ଏନେଇ ‘Hope’ ସଂଗଠନ ଅଧ୍ୟକ୍ଷ ଶଶଧର ପତି ଏବଂ ସଂପାଦକ ଆର୍‌. ସୁନିଲ କୁମାର ପ୍ରତିଯୋଗୀମାନଙ୍କୁ ଶୁଭକାମନା ଜଣାଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.