ନିତି ଆୟୋଗର ୨ ଜଣିଆ ଟିମ୍‌ର ଅନୁଗୋଳ ଗସ୍ତ, ଜଳସେଚନ ପ୍ରକଳ୍ପର ଅଗ୍ରଗତି ଏବଂ କୃଷି ଭିତ୍ତିଭୂମିର କଲେ ସମୀକ୍ଷା

Published By : Prameya-News7 Bureau | August 29, 2019 IST

ଅନୁଗୋଳ ୨୯୮: ଜାତୀୟ ନିତି ଆୟୋଗର ୨ ଜଣିଆ ଟିମ୍ ଅନୁଗୋଳ ଗସ୍ତ କରି ଅନୁଗୋଳରେ ଜଳସେଚନ ପ୍ରକଳ୍ପର ଅଗ୍ରଗତି ଏବଂ କୃଷିର ଭିତ୍ତିଭୂମି ଉପରେ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ଅନୁଗୋଳ ଜିଲ୍ଲାପାଳ, କୃଷି, ଉଦ୍ୟାନ କୃଷି ଏବଂ ଜଳସେଚନ ବିଭାଗର ଉଚ୍ଚ ଅଫିସରମାନେ ଉପସ୍ଥିତ ରହିଥିଲେ। ରେଙ୍ଗାଳି, ଡେରେଜାଙ୍ଗ ସମଲ ବ୍ୟାରେଜ, ମାନଯୋର ଆଦି ପ୍ରକଳ୍ପରୁ କୃଷି ପାଇଁ ଜଳର ସମୀକ୍ଷା କରିବା ସହ ବନ୍ଦ ହୋଇ ପଡ଼ିଥିବା କିଶୋରନଗରର ଧଉରାଗୋଠ, ବନ୍ତଳାର ହୀଡ଼ସିଂ ପ୍ରକଳ୍ପ କିପରି କାର୍ଯ୍ୟକାରୀ ହୋଇପାରିବ ଆଉ ସେଥିପାଇଁ ଆବଶ୍ୟକ ହେଉଥିବା ଅର୍ଥ କିଭଳି ଯୋଗାଇ ଦିଆଯିବ ସରକାରଙ୍କ ପାଖରେ ଉପସ୍ଥାପନ କରିବେ। ଅନୁଗୋଳ ଜିଲ୍ଳାରେ ବର୍ଷାର ଅଭାବ ଯୋଗୁଁ ୨୦୧୬ମସିହାରୁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଧିମା ପଡିଥିବା ସମୀକ୍ଷା ବୈଠକରେ ଅଫିସରମାନେ ଉପସ୍ଥାପନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.