ଆରମ୍ଭ ହେଲା ଜାତୀୟ ଜୁନିୟର ରଗବୀ ଟୁର୍ଣ୍ଣାମେଣ୍ଟ
5/09/2018 at 1:23 PM

ମୟୂରଭଞ୍ଜ ୫/୯:ଆରମ୍ଭ ହେଲା ୧୯ବର୍ଷରୁ କମ୍ ଜାତୀୟ ରଗବୀ ଟୁର୍ଣ୍ଣାମେଣ୍ଟ। ମୟୂରଭଞ୍ଜ ଜିଲ୍ଲାରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୩୦ଟି ଜିଲ୍ଲାରୁ ଖେଳାଳୀମାନେ ଅଂଶଗ୍ରହଣ କରିଛନ୍ତି। ବାରିପଦା ଲ କଲେଜ ପଡିଆଠାରେ ଆଜି ଠାରୁ ଆରମ୍ଭ ହୋଇଛି ଜାତୀୟ ଜୁନିୟର ରଗବୀ ଟୁର୍ଣ୍ଣାମେଣ୍ଟ। ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ସମସ୍ତ ଖେଳାଳୀମାନେ ନିଜ ନିଜ ପାରଦର୍ଶିତା ଦେଖାଇବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ତେବେ ଆଜି ପ୍ରଥମ ଦିନର ପ୍ରଥମ ମ୍ୟାଚ୍ ପାବ ଏବଂ ବିହାର ମଧ୍ୟରେ ଅନୁଷ୍ଠିତ ହୋଇଛି। ନିଜ ନିଜର ଟିମ୍ ଖେଳାଳୀ ମାନଙ୍କଠାରୁ ବେଶ୍ ଭଲ କରିବାର ଆଶା ରଖିଛନ୍ତି କୋଚମାନେ।
ଏହି ଟୁର୍ଣ୍ଣାମେଣ୍ଟରେ ବିଜୟୀ ହୋଇଥିବା ଦଳ ଆସନ୍ତା ଅକ୍ଟୋବର ମାସରେ ହେବାକୁ ଥିବା ଏସିଆନ୍ ରଗବୀ ଟୁର୍ଣ୍ଣାମେଣ୍ଟରେ ପାଇଁ ମନୋନୀତ ହେବେ। ତେଣୁ ଆଜି ବର୍ଷ। ସତ୍ତ୍ବେ ଉତ୍ସାହ କମି ନାହିଁ ଖେଳାଳୀ ମାନଙ୍କ ମଧ୍ୟରେ। ସମ୍ପୂର୍ଣ୍ଣ ଉତ୍ସାହ ଓ ଉଦ୍ଦୀପନାର ସହ ସମସ୍ତ ଖେଳାଳୀମାନେ ଓହ୍ଲାଇଛନ୍ତି ମଇଦାନକୁ। କେବଳ ସେତିକି ନୁହେଁ ଏହି ଜାତୀୟ ଟୁର୍ଣ୍ଣାମେଣ୍ଟରେ ବିଜୟୀ ହୋଇ ଫେରିବାର ପୁରା ଆଶା ରଖିଛନ୍ତି ଖେଳାଳୀମାନେ।