Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଇନ୍ଦିରାଙ୍କ ଜରୁରି ପରିସ୍ଥିତିକୁ ବଳେଇ ଗଲେଣି ମୋଦି ସରକାର : ଜାତୀୟ ସାମ୍ବାଦିକ ସଂଘ

31/01/2021 at 7:57 PM

ନୂଆଦିଲ୍ଲୀ ୩୧।୧: ଦେଶରେ ଏବେ ଅଘୋଷିତ ଜରୁରିକାଳୀନ ପରିସ୍ଥିତି ଜାରି ହୋଇଛି। ଯାହା ଇନ୍ଦିରାଙ୍କ ଏମାର୍ଜେନ୍ସୀକୁ ବି ବଳେଇଯାଇଛି। ରବିବାର ରାଷ୍ଟ୍ରୀୟ ରାଜଧାନୀରେ ଅନୁଷ୍ଠିତ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏପରି ଅଭିଯୋଗ ହୋଇଛି। ଇନ୍ଦିରାଙ୍କ ଏମାର୍ଜେନ୍ସିରେ ଗଣମାଧ୍ୟମ ଓ ସାମ୍ବାଦିକଙ୍କ ଲାଗି ନିୟମ ଏତେ କଠୋର ନଥିଲା। ଦେଶର କେଉଁଠି ହେଲେ ସାମ୍ବାଦିକ ଗିରଫ ହୋଇନଥିଲେ।  କାହା ବିରୋଧରେ ମୋକଦ୍ଦମା ରୁଜୁ ହୋଇନଥିଲା। ହେଲେ ଏବେକାର କେନ୍ଦ୍ର ସରକାର ସାମାନ୍ୟ ସମାଲୋଚନା ଲାଗି ମଧ୍ୟ ସାମ୍ବାଦିକଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ରୁଜୁ କରିଦେଉଛନ୍ତି ବୋଲି ସାମ୍ବାଦିକମାନେ ଅଭିଯୋଗ କରିଛନ୍ତି। 

୨୬ ଜନୁୟାରୀ ଟ୍ରାକ୍ଟର ପରେଡ ହିଂସା କଭର କରିଥିବା ୬ ଜଣ ବରିଷ୍ଠ ସାମ୍ବାଦିକ ଓ ସମ୍ପାଦକଙ୍କ ବିରୋଧରେ ସରକାର ଦେଶଦ୍ରୋହ ଅପରାଧରେ ମୋକଦ୍ଦମା ରୁଜୁ କରିଛନ୍ତି। ଏହାକୁ ନେଇ ପ୍ରେସ୍‌ କ୍ଲବ ଅଫ ଇଣ୍ଡିଆ, ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆ, ଇଣ୍ଡିଆନ ଓମେନ୍ସ ପ୍ରେସ୍‌ କୋର, ଦିଲ୍ଲୀ ସାମ୍ବାଦିକ ସଂଘ ଓ ଭାରତୀୟ ପତ୍ରକାର ସଂଘର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ସାମ୍ବାଦିକମାନେ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ତୀବ୍ର ନିନ୍ଦା କରିବା ସହ ବର୍ତ୍ତମାନର ସରକାର ଗଣତନ୍ତ୍ରର ଚିନ୍ତା ମଧ୍ୟ କରୁନଥିବାରୁ ଉଦବେଗ ପ୍ରକାଶ କରିଛନ୍ତି।

ଏବେ ସରକାର ଗଣମାଧ୍ୟମର ସାମାନ୍ୟ ସମାଲୋଚନାକୁ ମଧ୍ୟ ଦେଶଦ୍ରୋହ ନଜରରେ ଦେଖୁଛନ୍ତି। ଏଥିଲାଗି ସାମ୍ବାଦିକଙ୍କୁ ଜେଲ ବି ଯିବାକୁ ପଡିପାରେ ବୋଲି ପ୍ରେସ୍‌ କ୍ଲବ ଅଫ ଇଣ୍ଡିଆ ସଭାପତି ଆନନ୍ଦ ସହାୟ ଆଶଙ୍କା ପ୍ରକାଶ କରିଛନ୍ତି। ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ପୋଲିସ ଗୁରୁବାର ସାମ୍ବାଦିକ ରାଜଦୀପ ସରଦେଶାଇ, ମୃଣାଳ ପାଣ୍ଡେୟ, ଜଫର ଆଗା, ପରେଶ ନାଥ, ଅନନ୍ତ ନାଥ ଓ ବିନୋଦଙ୍କ ଭଳି ସାମ୍ବାଦିକଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗରେ ଏତଲ୍ଲା ରୁଜୁ କରିଛି।

୨୬ ଜାନୁୟାରୀ ଦିଲ୍ଲୀ ଟ୍ରାକ୍ଟର ପରେଡ ହିଂସା ରିପୋର୍ଟିଂ ନେଇ ଏହି ସବୁ ସାମ୍ବାଦିକଙ୍କ ବିରୋଧରେ ପୋଲିସ ଏପରି ଏତଲା ରୁଜୁ କରିଛି। ଏହା ଏକ ପ୍ରକାର ଜରୁରିକାଳୀନ ପରିସ୍ଥିତି ଭଳି ମନେ ହେଉଥିବା ଦିଲ୍ଲୀ ସାମ୍ବାଦିକ ସଂଘର ସଭାପତି ଏସ୍.କ. ପାଣ୍ଡେୟ କହିଛନ୍ତି। ସାମ୍ବାଦିକଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ସେମାନଙ୍କୁ ଡରାଇବା ଓ ନିର୍ଯାତନା ଦେବା ସରକାରଙ୍କ ଉଦ୍ଦେଶ୍ୟ  ବୋଲି ଏଡିଟର୍ସ ଗିଲ୍ଡର ସଭାପତି ସୀମା ମୁସ୍ତଫା କହିଛନ୍ତି।

ସେହିପରି ମତପାର୍ଥକ୍ୟ ସତ୍ତ୍ୱେ ଗୁରୁତର ଅପରାଧିକ ମୋକଦ୍ଦମା ରୁଜୁ ଲାଗି ସରକାରଙ୍କ ପ୍ରବୃତି ବିରୋଧରେ ସାମ୍ବାଦିକମାନଙ୍କୁ ମିଳିତଭାବେ ଆଗକୁ ଆସିବା ଲାଗି ରାଜୀବ ସର୍ଦେଶାଇ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଯେ ଆଜି ସାମ୍ବାଦିକମାନେ ବାମ, ଦକ୍ଷିଣ ଓ ମଧ୍ୟମାର୍ଗରେ ବାଣ୍ଟିହୋଇଯାଇଛନ୍ତି। ଏହାକୁ ନେଇ ବିତର୍କ କରିବାର ଏହା ସମୟ ନୁହେଁ। ଆପଣ ହୁଏତ ମଣିପୁରର ହୋଇଥାଇପାରନ୍ତି ଅଥବା କଂଗ୍ରେସ ଶାସିତ ରାଜ୍ୟର କିମ୍ବା ବିଜେପି ସରକାରଙ୍କ ସମର୍ଥକ ଏଥିରେ କିଛି ଯାଏବା ଆସେନା। ହେଲେ ଦେଶଦ୍ରୋହ ମାମଲାରେ ପ୍ରତ୍ୟେକ ସାମ୍ବାଦିକଙ୍କ ମଧ୍ୟରେ ସର୍ବସମ୍ମତି ରହିବା ଆବଶ୍ୟକ ବୋଲି ସେ କହିଛନ୍ତି।

   Related Posts