Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଜେଏନୟୁରେ ଗଣ୍ଡଗୋଳ କରିଥିଲା ହିନ୍ଦୁ ରକ୍ଷା ଦଳ : ନେତା ପିଙ୍କି ଚୌଧୁରୀ କହିଲେ, ଜେଏନୟୁ ପାଲଟିଛି ଦେଶ ବିରୋଧୀଙ୍କ ଆଡ୍ଡା

7/01/2020 at 1:03 PM

ନୂଆଦିଲ୍ଲୀ ୭/୧: ଦିଲ୍ଲୀର ଜବାହରଲାଲ ୟୁନିଭର୍ସିଟି କ୍ୟାମ୍ପସରେ ଜାନୁୟାରୀ ୫ତାରିଖରେ ହୋଇଥିବା ହିଂସା ପରେ ହିନ୍ଦୁ ରକ୍ଷା ଦଳ ନାମକ ସଙ୍ଗଠନ ସାମନାକୁ ଆସିଛି। ଏହି ସଙ୍ଗଠନ ଜେଏନୟୁରେ ହୋଇଥିବା ହିଂସା ପାଇଁ ନିଜେ ଦାୟୀ ବୋଲି କହିଛି। ହିନ୍ଦୁ ରକ୍ଷା ଦଳ ତରଫରୁ ପିଙ୍କି ଚୌଧୁରୀ ଏହି ହିଂସା ପାଇଁ ସଙ୍କଠନ ଦାୟୀ ବୋଲି କହିଛି। ଜେଏନୟୁ ଦେଶ ବିରୋଧୀ କର୍ମୀଙ୍କ ଆଡ୍ଡା ହୋଇଛି ସେଥିପାଇଁ ଜେଏନୟୁ ପରିସରରେ ଏହି ଆନ୍ଦୋଳନ ହୋଇଛି। ଏବେ ଦିଲ୍ଲୀ ପୋଲିସ୍ ପିଙ୍କି ଚୌଧୁରୀଙ୍କ ଏହି ଦାବିର ତଦନ୍ତରେ ଜୁଟି ଯାଇଛି।

ଏଏନଆଇ ଏଜେନ୍ସିରେ କରାଯାଇଥିବା କଥାବାର୍ତ୍ତାରେ ହିନ୍ଦୁ ରକ୍ଷା ଦଳର ପିଙ୍କି ଚୌଧୁରୀ କହିଥିଲେ ଯେ ଜବାହରଲାଲ ନେହେରୁ ୟୁନିଭର୍ସିଟି ଦେଶ ବିରୋଧୀ କର୍ମୀଙ୍କ ଆଡ୍ଡା ହୋଇଯାଇଛି,ତାଙ୍କ ସଙ୍ଗଠନ ଏହା ସହିପାରୁ ନାହିଁ। ଏପରି ପରିସ୍ଥିତିରେ ତାଙ୍କ ସଙ୍ଗଠନ ଜେଏନୟୁରେ ହୋଇଥିବା ହିଂସା ପାଇଁ ଦାୟୀ ବୋଲି କହିଛନ୍ତି।

ଦିଲ୍ଲୀ ପୋଲିସର ଏକ ସ୍ପେଶାଲ ଟିମ୍ ଆଜି ଜେଏନୟୁ ପରିସର ପହଞ୍ଚି ଯାଇଛି। ଏଠାରେ ପୋଲିସ୍ ମୁଖା ପିନ୍ଧିଥିବା ଆକ୍ରମଣକାରୀଙ୍କୁ ଚିହ୍ନିବା ନିମନ୍ତେ ସିସିଟିଭି ଫୁଟେଜ ସହ ଫେସ୍ ରେକଗନାଇଜେସନ ପଦ୍ଧତି ମଧ୍ୟ ବ୍ୟବହାର କରୁଛି।

   Related Posts