ଦକ୍ଷିଣ ମହାସାଗରକୁ ବିଶ୍ୱର ପଞ୍ଚମ ମହାସାଗର ଚିହ୍ନଟ କଲେ ନ୍ୟାସନାଲ ଜିଓଗ୍ରାଫି କାର୍ଟୋଗ୍ରାଫର

Published By : Prameya-News7 Bureau | June 09, 2021 IST

ନୂଆଦିଲ୍ଲୀ ୯।୬: ନ୍ୟାସନାଲ ଜିଓଗ୍ରାଫି କାର୍ଟୋଗ୍ରାଫର (ମାନଚିତ୍ରକର)ମାନେ ଏବେ ଦକ୍ଷିଣ ମହାସାଗରକୁ ବିଶ୍ୱର ପଞ୍ଚମ ମହାସାଗର ଭାବେ ଚିହ୍ନଟ କରିଛନ୍ତି। ଜୁନ ୮ ତାରିଖରେ ବିଶ୍ୱ ଓସନ ଡେ ପାଳିତ ହୋଇଥିଲା। ଏହି ଅବସରରେ ନ୍ୟାସନାଲ ଜିଓଗ୍ରାଫ ସୋସାଇଟି ଦକ୍ଷିଣ ସାଗରକୁ ମହାସାଗର ଘୋଷଣା କରିଛନ୍ତି। ୧୯୧୫ ମସିହାରୁ ନ୍ୟାସନାଲ ଜିଓଗ୍ରାଫି ମାନଚିତ୍ର ପ୍ରସ୍ତୁତ କରିଆସୁଛନ୍ତି। ଏହିକ୍ରମରେ ଆଟଲାଣ୍ଟିକ, ପ୍ରଶାନ୍ତ, ଭାରତ ଓ ଆର୍କଟିକ୍‌ ସାଗର ଆଦି ଚିହ୍ନଟ ହୋଇଥିଲା।

{"id":463734,"sizeSlug":"large","linkDestination":"none"}

ଏହା ବ୍ୟତୀତ ଆଣ୍ଟାର୍କଟିକା ଉପକୂଳରୁ ୬୦ ଡିଗ୍ରି ଦକ୍ଷିଣରେ ଅକ୍ଷ୍ୟାଂସ ରେଖ ପର୍ଯ୍ୟନ୍ତ ବ୍ୟାପ୍ତ ଜଳ ରାଶିକୁ ଦକ୍ଷିଣ ମହାସାଗର ଭାବେ ଆମେରିକୀୟ ଭୌଗଳିକ ନାମ ପରିଷଦ (ୟୁଏସ ବୋର୍ଡ ଅନ ଜିଓଗ୍ରାଫିକ ନେମ୍‌ସ) ମଧ୍ୟ ମାନ୍ୟତା ଦେଇଛନ୍ତି।  ଯିଏ କେହିବି ସେଠାକୁ ଯାଇଛନ୍ତି ଏଠାରେ ମନ୍ତ୍ରମୁଗ୍ଧ କଲାଭଳି କଣ ରହିଛି ତାହା ଜାଣିବାକୁ ଉତ୍ସୁକ ହେବା ନିଶ୍ଚିତ। ତେବେ ଏଥିରେ ସମସ୍ତ ନିଶ୍ଚିତ ସହମତ ହେବେ ଯେ ନିଳ ଗ୍ଲାସିୟର, ଶୀତଳ ପବନ ଓ ଡରାଇବା ଭଳି ପାହାଡ ସବୁ  ବିଶ୍ୱର ଯେ କୌଣସି ସ୍ଥାନଠାରୁ ଅଧିକ ମନୋରମ ପରିଦୃଶ୍ୟ ଏହିଠାରେ ହିଁ ଦେଖିବାକୁ ମିଳେ।

{"id":463737,"width":837,"height":627,"sizeSlug":"large","linkDestination":"none"}

ଏକ ରିପୋର୍ଟରେ ଯେପରି ଅନ୍ୟ ସାଗରମାନଙ୍କୁ ଆଖପାଖ ଅଞ୍ଚଳକୁ ନେଇ ନାମିତ କରାଯାଇଛି ଏହି ମହାସାଗରକୁ ସେପରି ନାମିତ କରାଯିବନି ବୋଲି ନ୍ୟାସନାଲ ଜିଓଗ୍ରାଫି କହିଛନ୍ତି। ଏହି ମହାସାଗରକୁ ଏହାର ସ୍ରୋତର ନାମାନୁସାରେ ନାମିତ କରାଯିବ ବୋଲି ଉଲ୍ଲେଖ କରିଥିବା ବେଳେ ସେହି ଅନୁସାରେ ଏହାର ନାମ ଦକ୍ଷିଣ ମହାସାଗର ହୋଇପାରେ ବୋଲି କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.