ଅଡିଟ ଫାର୍ମ ବି ଏବେ ସ୍କାନରରେ, ଦେବେ କ୍ଲାଏଣ୍ଟଙ୍କ ତାଲିକା ଆଉ ଫି’ର ହିସାବ
14/12/2019 at 2:21 PM

ନୂଆଦିଲ୍ଲୀ ୧୪।୧୨: ଅଡିଟ ଫାର୍ମଙ୍କ ଉପରେ ଏବେ ନଜର । ଏକ ଅଣପାରମ୍ପିରକ ପଦକ୍ଷେପ କ୍ରମରେ ଜାତୀୟ ଅଡିଟ ନିୟନ୍ତ୍ରକ ନ୍ୟାସନାଲ ଫାଇନାନସିଆଲ ରିପୋର୍ଟିଂ ଅଥରିଟି ବା NFRA ଦେଶର ଖ୍ୟାତି ସଂପନ୍ନ ଅଡିଟ ଫାର୍ମ ଗୁଡିକୁ ସେମାନଙ୍କ ବ୍ୟବସାୟୀକ ତଥ୍ୟ ତଲବ କରିଛନ୍ତି । ଦେସର ଟପ୍ ଅଡିଟ ଫାର୍ମ ସେମାନଙ୍କ କ୍ଲାଏଣ୍ଟ ମାନଙ୍କ ସଂପର୍କୀତ ସବିଶେଷ, ତଥ୍ୟ ଏବଂ ସେମାନେ ଦେଉଥିବା ଫି ସଂପର୍କରେ NFRA କୁ ରିପୋର୍ଟ ଦେବେ । ଏଥିରେ ଅଡିଟ ପ୍ରକିୟାର ସମସ୍ତ ତଥ୍ୟ ଦେବେ ଅଡିଟ ଫାର୍ମ ।

NFRA ହେଉଛି କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ଥ ଏବଂ ତାହା ଜାତୀୟ ଅଡିଟ ନିୟନ୍ତ୍ରକ । ଏବେ ଏହି ନୂଆ ନିୟମ ଅନୁଯାୟୀ, ବିଭିନ୍ନ ଅଡିଟ ଫାର୍ମଙ୍କ ତାଲିକାରେ ଦେସର ସବୁ ବଡ କମ୍ପାନୀ ମାନେ ଆସିଯିବେ .ସେମାନଙ୍କ ଅଡିଟ ସଂପର୍କୀତ ତଥ୍ୟ କର୍ପୋରଟ ବ୍ୟାପାର ପାଖକୁ ଯିବ । NFRA ମାଗିଥିବା ତଥ୍ୟକୁ ପାଳନ କଲେ ଅଡିଟ ଫାର୍ମ ଗୁଡିକୁ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ସହ କିଛି ସମ୍ବେଦନଶୀଳ ତଥ୍ୟ ମଧ୍ୟ ପ୍ରଦାନକରିବାକୁ ହେବ । ହୁଏତ ସେଥିପାଇଁ କିଛି ଅଡିଟ ଫାର୍ମ ସମୟ ନେଇପାରନ୍ତି ।ଅନ୍ୟ ପକ୍ଷରେ ଅଡିଟ ଫାର୍ମ ଗୁଡିକୁ ପଠାଯାଇଥିବା ତଥ୍ୟ ତାଲିକା ଏବଂ ନିର୍ଦ୍ଦେଶାବଳୀରୁ ଆଗକୁ ଅଡିଟ ଫାର୍ମ ଏବଂ ଅଡିଟର ମାନଙ୍କ ଲାଗି NFRA କିଛି କଠୋର ନିୟମ ଆଣିପାରନ୍ତି ବୋଲି ଆଶଙ୍କା କରାଯାଉଛି ।

ଇନଷ୍ଟିଚ୍ୟୁଟ୍ ଅଫ ଚାର୍ଟାଡ ଆକାଉଣ୍ଟାଣ୍ଟ୍ସ ଅଫ ଇଣ୍ଡିଆଙ୍କ ଠାରୁ ଅଡିଟର ମାନଙ୍କ ନିୟନ୍ତ୍ରଣ କ୍ଷମତା ହାତକୁ ନେଇଥିବା NFRA ଙ୍କ ଏହି ପଦକ୍ଷେପରୁ ବିଭିନ୍ନ କମ୍ପାନୀଙ୍କ ସଂପର୍କରେ କର୍ପୋରେଟ ବ୍ୟାପାର ବିଭାଗ ସଂପୂର୍ଣ୍ଣ ତଥ୍ୟ ହାସଲ କରିବା ସମ୍ଭାବନା ବେଶି । ଦେଶର ପ୍ରମୂଖ ଅଡିଟ ଫାର୍ମ KPMG, EY, PWC , BDO, BSR & CO, ଡେଲୋଟି, ଗ୍ରାଣ୍ଟ ଥ୍ରଣ୍ଟନ ଆଦି ବହୁ ପ୍ରମୂଖ ଏବଂ ବଡ ଅଡିଟ ଫାର୍ମଙ୍କୁ NFRA ର ଏହି ନିର୍ଦ୍ଦେଶ ଯାଇଛି । କିଛି ଫାର୍ମ ଏନେଇ ଜବାବ ରଖିନଥିବା ବେଳେ , କିଛି ଫାର୍ମ ସହଯୋଗର ପ୍ରତିଶ୍ରତି ଦେଇଛନ୍ତି ।