Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ଜାତୀୟ ଶିକ୍ଷା ନୀତି-୨୦୨୦ର ଏକ ବର୍ଷପୂର୍ତ୍ତି : ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ସମ୍ବୋଧନ କରିବେ ମୋଦୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ମଧ୍ୟ ଯୋଗ ଦେବେ

29/07/2021 at 7:39 AM

ନୂଆଦିଲ୍ଲୀ, ୨୯|୦୭:  ଗୁରୁବାର ନୂଆ ଜାତୀୟ ଶିକ୍ଷା ନୀତି -୨୦୨୦ର ପ୍ରଥମ ବର୍ଷ ପୂର୍ତ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶିକ୍ଷା ଓ କୌଶଳ ବିକାଶ ସମ୍ପର୍କିତ ନୂଆ ପଦକ୍ଷେପ ସଂପର୍କରେ ଛାତ୍ରଛାତ୍ରୀ, ଶିକ୍ଷକ ,ଶିକ୍ଷୟିତ୍ରୀ ଓ ନୀତି ନିର୍ଦ୍ଧାରକଙ୍କୁ ସମ୍ବୋଧନ କରିବେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡିଛି।

ଏହାସହ ଶିକ୍ଷା କ୍ଷେତ୍ରରେ ଅନେକ ନୂଆ ପଦକ୍ଷେପ ନେଇ ମଧ୍ୟ ଘୋଷଣା କରିପାରନ୍ତି ପ୍ରଧାନମନ୍ତୀ। ଆଞ୍ଚଳିକ ଭାଷାରେ ଇଞ୍ଜିନିୟରିଂ ଶିକ୍ଷା ନେଇ ମାର୍ଗଦର୍ଶିକା ମଧ୍ୟ ପ୍ରକାଶ କରାଯିବ। ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଏକାଡେମିକ୍ ବ୍ୟାଙ୍କ ଅଫ୍ କ୍ରେଡିଟ୍, ତ୍ରୈମାସିକ ଖେଳ ଭିତ୍ତିକ ଶିକ୍ଷା,ଏନ.ସି.ଇ.ଆର୍.ଟି ଦ୍ୱାରା ପ୍ରସ୍ତୁତ ଶିକ୍ଷକମାନଙ୍କ ତାଲିମ ନେଇ ଏକ ସମନ୍ବିତ କାର୍ଯ୍ୟକ୍ରମକୁ ମଧ୍ୟ ପ୍ରଧାନମନ୍ତ୍ରୀ ଘୋଷଣା କରିବେ।

ଏହାସହ ନ୍ୟାସନାଲ ଡିଜିଟାଲ ଏଜୁକେସନ୍ ଆର୍କିଟେକଚର ଏବଂ ନ୍ୟାସନାଲ ଏଜୁକେସନ୍ ଟେକ୍ନୋଲୋଜି ଫୋରମ ନେଇ ଘୋଷଣା କରାଯିବ। ସୂଚନାଯୋଗ୍ୟ, ଏକବିଂଶ ଶତାବ୍ଦୀରେ ଏହା ହେଉଛି ପ୍ରଥମ ଶିକ୍ଷାନୀତି, ଯାହାକି ୧୯୮୬ ମସିହାର ପୁରୁଣା ଶିକ୍ଷାନୀତି ବଦଳରେ ଗ୍ରହଣ କରାଯାଇଛି।  

   Related Posts