Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ଜାମ୍ମୁ-କାଶ୍ମୀରରେ 4G ସେବା ପୁଣିଥରେ ଚାଲୁକରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କଲେ ଫାରୁକ୍ ଅବଦୁଲ୍ଲା

17/01/2021 at 9:15 PM

ଜାମ୍ମୁ ୧୭/୦୧ : ନେସନାଲ କନଫରେନ୍ସ ପାର୍ଟି ଅଧ୍ୟକ୍ଷ ଫାରୁକ୍ ଅବଦୁଲ୍ଲା, ଜାମ୍ମୁ-କାଶ୍ମୀରରେ ୪-ଜି ଇଣ୍ଟରନେଟ୍ ସେବା ପୁଣି ଥରେ ଆରମ୍ଭ କରିବା ପାଇଁ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଇଣ୍ଟରନେଟ୍‌ ଅସୁବିଧା ଯୋଗୁଁ ଲୋକମାନଙ୍କୁ ବିଭିନ୍ନ ସମସ୍ୟାଦେଇ ଗତି କରୁଛନ୍ତି । ଏହା ସହ ଦେଶ​‌ରେ ସଫଳତାର ସହ କୋଭିଡ୍‌-୧୯ ଟିକାକରଣ ପାଇଁ ପ୍ରାର୍ଥନା କାରିବା ସହ ଲୋକମାନଙ୍କୁ ସମ୍ରୁଦ୍ଧି ଏବଂ ବିକାଶ ପାଇଁ ଯେକୌଣସି ପରିସ୍ଥିତିରେ ମଧ୍ୟ ସାମ୍ପ୍ରଦାୟିକ ସୌହାର୍ଦ୍ଧ୍ୟ ତଥା ଭାଇଚାରା ବଜାୟ ରଖିବା ପାଇଁ ଫାରୁକ୍‌ ଅବଦୁଲ୍ଲା କହିଛନ୍ତି ।

ଏକ ପୁସ୍ତକ ପ୍ରକାଶନ କାର୍ଯ୍ୟକ୍ରମରେ ଯୋଗଦେଇ ଅବଦୁଲ୍ଲା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତକୁ ୫-ଜି ଆସୁଥିବାବେଳେ ଆମେ ମଧ୍ୟ ୪-ଜି (ମୋବାଇଲ୍ ଇଣ୍ଟରନେଟ୍ ସେବା) ରୁ ବଞ୍ଚିତ । ଏହା ସହ ଫାରୁକ ଅବଦୁଲ୍ଲା କହିଛନ୍ତି, ସେଠାରୁ ଚୌକି ଛାଡି ଏଠାକୁ ଥରେ ଆସନ୍ତୁ ଏବଂ ଏଠାକାର ପରିସ୍ଥିତିକୁ ଟିକେ ଅନୁଭବ କରନ୍ତୁ ଯେ କିଭଳି ଭାବେ ଏଠି ଲୋକମାନେ ୨-ଜିରେ ହିଁ ସୀମିତ ରହିଛନ୍ତି ।

ଗତ ବର୍ଷ ଅଗଷ୍ଟ ମାସରେ ଜାମ୍ମୁ-କାଶ୍ମୀରରେ ୪-ଜି ସେବା ବନ୍ଦ କରାଯାଇଥିଲା । ଜାମ୍ମୁ କାଶ୍ମୀରର ସ୍ବତନ୍ତ୍ର ମାନ୍ୟତା ରଦ୍ଦ କରି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରାଯିବା ପରେ ଏହି ପଦକ୍ଷେପ ନିଆଯାଇଥିଲା । ପ୍ରକାଶ ଥାଉକି ଦୁଇଟି ଜିଲ୍ଲା, ଜାମ୍ମୁର ଉଦାମପୁର ଏବଂ କାଶ୍ମୀରର ଗେନ୍ଦେରବଲରେ ବର୍ଷେରୁ ଉର୍ଦ୍ଧ୍ବ ସମୟ ପରେ ସେବାଗୁଡିକ ପୁନଃ ସ୍ଥାପିତ କରାଯାଇଥିଲା । କିନ୍ତୁ ଅବଶିଷ୍ଟ ୧୮ଟି ଜିଲ୍ଲାରେ ଏବେ ମଧ୍ୟ ୪-ଜି ସେବା ଚାଲୁ କରାଯାଇନାହିଁ। ଏହି ସେବାକୁ ପୁଣି ଥରେ ଆରମ୍ଭ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି ଫାରୁକ୍‌ ଅବଦୁଲ୍ଲା ।   

   Related Posts