ପ୍ରିୟଙ୍କାଙ୍କ ନାଁରେ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କଲେ ଶିଶୁ ଆୟୋଗ : ପ୍ରିୟଙ୍କାଙ୍କ ଉପସ୍ଥିତିରେ ପିଲାମାନେ ମୋଦିଙ୍କୁ ଆକ୍ଷେପ କରୁଥିବା ଭିଡିଓ ଭାଇରାଲ

Published By : Prameya-News7 Bureau | May 02, 2019 IST

ନୂଆଦିଲ୍ଲୀ ୨/୫ : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ରାଷ୍ଟ୍ରୀୟ ଶିଶୁ ଆୟୋଗ ସୁରକ୍ଷା ଅଧିକାରୀ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛି | ଛୋଟପିଲାଙ୍କ ସମ୍ମୁଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆକ୍ଷେପ କରୁଥିବା ଭିଡିଓ ଭାଇରାଲ ହୋଇଥିଲା | ଭିଡିଓକୁ ଆଧାର କରି ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛି ଶିଶୁ ଆୟୋଗ |


କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏବଂ ଶିଶୁଙ୍କ ଏହି ଭିଡିଓକୁ ସୋସିଆଲ ମିଡ଼ିଆରେ ବହୁ ମାତ୍ରାରେ ସେୟାର କରାଯାଉଛି | ଭିଡିଓରେ ପ୍ରିୟଙ୍କା ଶିଶୁଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା | କଥାବାର୍ତ୍ତା ସମୟରେ ପିଲାମାନେ ନରେନ୍ଦ୍ର ମୋଦିଙ୍କୁ ଆକ୍ଷେପ କରୁଥିବା ଦେଖିବାକୁ ମିଳିଛି, ଯାହାକୁ ଦେଖି ପ୍ରିୟଙ୍କା ଚମକି ପଡ଼ିଥିଲେ |


ମଙ୍ଗଳବାର ଦିନ ପ୍ରିୟଙ୍କା ଅମେଥିରେ ପହଂଚିଥିଲେ | ରାହୁଲ ଗାନ୍ଧୀଙ୍କ ପାଇଁ ପ୍ରଚାର କରିବା ପାଇଁ ପ୍ରିୟଙ୍କା ଅମେଥି ଯାଇଥିଲେ | ପ୍ରଚାର ବେଳେ ପ୍ରିୟଙ୍କା ଏକ ଶିଶୁ ଗୋଷ୍ଠୀକୁ ସାକ୍ଷାତ କରିଥିଲେ | ଏହି ସ୍କୁଲ ପିଲା କଂଗ୍ରେସ ସପକ୍ଷରେ ନାରା ଲଗାଉଥିଲେ | ରାଫେଲ ବିମାନ ମାମଲାରେ ରାହୁଲ ଗାନ୍ଧୀ ମୋଦିଙ୍କୁ ଟାର୍ଗେଟ କରି ଦେଉଥିବା ମନ୍ତବ୍ୟ ଚୌକିଦାର ଚୋର ହେ ନାରା ଦେଉଥିଲେ ସ୍କୁଲ ପିଲା |


ଯେତେବେଳ ଯାଏଁ ସ୍କୁଲ ପିଲା ମୋଦିଙ୍କୁ ଆକ୍ଷେପ କରି ନାରା ଦେଉନଥିଲେ, ସେତେବେଳ ପର୍ଯ୍ୟନ୍ତ ପ୍ରିୟଙ୍କା ପିଲାଙ୍କ ଆଡେ ଦେଖି ମୁରୁକି ହସୁଥିଲେ | କିନ୍ତୁ ଯେତେବେଳେ ପିଲାମାନେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କଲେ ପ୍ରିୟଙ୍କା ଚମକି ପଡ଼ିଥିଲେ | ଏହାପରେ ପ୍ରିୟଙ୍କା ପିଲାଙ୍କ ପାଖକୁ ଯାଇ କହିଥିଲେ ଏହିଭଳି ନାରା ଦେବନାହିଁ | ଏହା ଭଲ ନୁହେଁ | ଆମେ ଭଲ ନାରା ଦେବା | ଏହାପରେ ପିଲାମାନେ ରାହୁଲ ଗାନ୍ଧୀ ଜିନ୍ଦାବାଦ ନାରା ଦେଇଥିଲେ |


ଏହି ଭିଡିଓକୁ ସୋସିଆଲ ମିଡ଼ିଆରେ ବହୁ ମାତ୍ରାରେ ସେୟାର କରାଯାଉଛି | କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଏହି ଭିଡିଓ ସେୟାର କରିଛନ୍ତି | ସେ ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କୁ କେତେ କଣ ସହିବାକୁ ପଡୁଛି |
ପିଲାଙ୍କ ନାରାବାଜିକୁ ନେଇ ପ୍ରିୟଙ୍କା ନିଜ ବୟାନ ରଖିଛନ୍ତି | ପ୍ରିୟଙ୍କା ଗାନ୍ଧୀ ବିଜେପିକୁ ଓଲଟା ଜବାବ ଦେଇଛନ୍ତି | ସେ କହିଛନ୍ତି ଯେ, ସେ ପିଲାଙ୍କୁ ଭୁଲ ନାରା ଦେବା ପାଇଁ ମନାକରିଥିଲେ | କିନ୍ତୁ ବିଜେପି ଭିଡିଓର ସେହି ଅଂଶକୁ ଡିଲିଟ କରି ଟ୍ୱିଟ କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.