ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ: ୮୦ଟି ପ୍ରଦର୍ଶନୀ ସହ ୭ଟି ଆକ୍ଟିଭିଟି ସେଣ୍ଟରରେ ଭଳିକି ଭଳି ମଡେଲ ଓ ରୋବଟ, ମଜା ଉଠାଉଛନ୍ତି ଛାତ୍ରଛାତ୍ରୀ

Published By : Prameya-News7 Bureau | December 27, 2018 IST

ଭୁବନେଶ୍ବର ୨୭|୧୨:  ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସରେ ୮୦ଟି ପ୍ରଦର୍ଶନୀ ସହ ୭ଟି ଆକ୍ଟିଭିଟି ସେଣ୍ଟର ରହିଛି । କେଉଁଠି ରୋବଟିକ୍ ସାଇନ୍ସ ସମ୍ବନ୍ଧରେ ପିଲା ଜାଣୁଛନ୍ତି ତ ଆଉ କେଉଁଠି ବିଜ୍ଞାନ ମାଧ୍ୟମରେ ପାଠ ପଢାକୁ କିଭଳି ସହଜ କରିହେବ ସେ ନେଇ ପିଲାମାନଙ୍କୁ ଅବଗତ କରାଉଛନ୍ତି ପ୍ରଫେସର ।

{"id":67808}

କେଉଁ ରୋବର୍ଟ ହାତରେ ଥାଳି କଇଁଚି ଧରି ଅତିଥିଙ୍କୁ ଅପେକ୍ଷା କରିଛି ତ କିଏ ଡ୍ୟାନ୍ସ କରୁଛି । ଏହା ଛଡା ଇଏ ହେଉଛି ୨୬ ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଆକ୍ଟିଭିଟି କର୍ଣ୍ଣରର ଦୃଶ୍ୟ । ହାଇଡ୍ରୋଲିକ ରୋବର୍ଟ, ସର୍ଭିସ ରୋବର୍ଟ,  ଡ୍ୟାନସିଙ୍ଗ ରୋବର୍ଟ,  ଟ୍ରଲି ଅପରେଟେଡ ରୋବର୍ଟ,  ଅଣ୍ଡର  ଓ୍ବାଟର ରୋବର୍ଟ ମଧ୍ୟ ଏଠାରେ ପ୍ରଦର୍ଶିତ ହୋଇଛି ।

{"id":67812}

ରୋବର୍ଟ ମାଧ୍ୟମରେ ଆମେ କିଭଳି କାମ କରିବା ପାରିବା ସେ ସମ୍ବନ୍ଧରେ ଜ୍ଞାନ ବାଣ୍ଟୁଛି ଏହି ଷ୍ଟଲ । ଏହିସବୁ ରୋବର୍ଟକୁ ଦେଖି ଛାତ୍ରଛାତ୍ରୀ ବେଶ୍ ଖୁସି ହୋଇଯାଉଛନ୍ତି । ତେଣୁ ଏଠାରେ ଅଧିକ ଭିଡ ଦେଖିବାକୁ ମିଳିଥିଲା ।

{"id":67809}

ବିଜ୍ଞାନ ମାଧ୍ୟମରେ ପାଠ ପଢାକୁ କିଭଳି ସହଜ କରିହେବ ସେ ନେଇ ଏଠି ଛାତ୍ରଛାତ୍ରୀଙ୍କୁ ବୁଝାଉଛନ୍ତି ଆଇଆଇଟି ପ୍ରଫେସର । ଗାନ୍ଧିନଗର କ୍ରିଏଟିଭ ଲର୍ଣ୍ଣିଂ ବିଭାଗ ଆସୋସିଏଟ ପ୍ରଫେସର ମନିସ ଜୈନ କ୍ରିଏଟିଭ ଲର୍ଣ୍ଣିଂ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ କହୁଛନ୍ତି ।  ଜେନେରେଟର, ମୋଟର, କାଲକୁଲେଟର, ସାଇନ ୱାଲ, କାର ପଜଲ, ହେକ୍ସା ମିନୋ ମାଧ୍ୟମରେ ବିଜ୍ଞାନ ସମ୍ବନ୍ଧୀୟ ବାର୍ତ୍ତା ବାଣ୍ଟୁଛନ୍ତି ସେ । ଛାତ୍ରଛାତ୍ରୀ ବି ଖୁବ ଆଗ୍ରହର ସେ ଏହାକୁ ଗ୍ରହଣ କରୁଥିବା ଦେଖିବାକୁ ମିଳିଥିଲା ।

{"id":67810}

ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ୨୬ ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସରେ ଯୋଗ ଦେଇଛନ୍ତି ୧୦ ରୁ ୧୭ ବର୍ଷ ବୟସର ୮ଶହ ଛାତ୍ରଛାତ୍ରୀ ।  

{"id":67811}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.