Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଓଡିଶାର ପୂର୍ଣ୍ଣିମା,ସବିତା ଓ ଶ୍ରୀମତିଙ୍କ ସମେତ ଭାରତର ୨୨ଜଣ ଶିଶୁଙ୍କୁ ମିଳିବ ରାଷ୍ଟ୍ରୀୟ ସାହସିକତା ପୁରସ୍କାର

22/01/2020 at 10:30 AM

ନୂଆଦିଲ୍ଲୀ ୨୨।୦୧: ଓଡ଼ିଶାର ତିନି ଜଣ ଶିଶୁ ପୂର୍ଣ୍ଣିମା ଗିରି, ସବିତା ଗିରି ଏବଂ ଶ୍ରୀମତୀ ବଦ୍ରଙ୍କ ସମେତ ଦେଶର ବିଭିନ୍ନ ସ୍ଥାନରୁ ପ୍ରାୟ ୨୨ ଜଣ ଶିଶୁଙ୍କୁ ରାଷ୍ଟ୍ରୀୟ ସାହସିକତା ପୁରସ୍କାର ପାଇଁ ମନୋନୀତ କରାଯାଇଛି । ୨୦୧୯ ମସିହା ପାଇଁ ସେମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ମଙ୍ଗଳବାର ଇଣ୍ଡିଆନ କାଉନସିଲ ଚାଇଲ୍ଡ ୱେଲଫେୟାର(ଆଇସିସିଡବଲ୍ୟୁ) ଦ୍ୱାରା ପୁରସ୍କାର ପାଇଁ ମନୋନୀତ ଶିଶୁମାନଙ୍କର ନାମ ଘୋଷଣା କରାଯାଇଛି । ମନୋନୀତ ଶିଶୁମାନଙ୍କ ମଧ୍ୟରୁ ୧୨ ଜଣ ପୁଅ ହୋଇଥିଲାବେଳେ ୧୦ ଜଣ ଝିଅ ଅଟନ୍ତି । ଏମାନଙ୍କ ମଧ୍ୟରୁ ଜଣଙ୍କୁ ମରଣୋତ୍ତର ଭାବେ ଏହି ପୁରସ୍କାର ଦିଆଯିବ । ସାଧାରଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯିବ ।   

ପୁରସ୍କାର ବିଜେତାଙ୍କ ମଧ୍ୟରେ କେରଳର ୧୫ ବର୍ଷୀୟ ମାଷ୍ଟର ଆଦିତ୍ୟ କେ ଅଛନ୍ତି । ଗତ ବର୍ଷ ମେ’ ମାସରେ ନେପାଳରେ ଏକ ବସରେ ଯାତ୍ରା କରୁଥିବା ସମୟରେ ସେଥିରେ ନିଆଁ ଲାଗିଯାଇଥିଲା । ଗାଡ଼ିର ଡ୍ରାଇଭର କିନ୍ତୁ ଯାତ୍ରୀମାନଙ୍କୁ ବିପଦରେ ଛାଡି ଦେଇ ସେଠାରୁ ପଳାୟନ କରିଥିଲେ । ଭାରତୀୟ ସୀମାରେ ପହଞ୍ଚିବାକୁ ଆଉ ୫୦ କିମି ଦୂରତା ଅତିକ୍ରମ କରିବାର ଥିଲାବେଳେ ଏପରି ଘଟିଥିଲା । ଆଦିତ୍ୟ ଏହି ସମୟରେ ନିଜ ଉପସ୍ଥିତ ବୁଦ୍ଧିର ପରିଚୟ ଦେଇ ବସ ଭିତରେ ଥିବା ଏକ ହାତୁଡି ବ୍ୟବହାର କରି ଗାଡ଼ିର ପଛ ପଟ କାଚକୁ ଭାଙ୍ଗି ଦେଇଥିଲେ । ଏହାପରେ ଗାଡିରେ ଥିବା ୪୦ ଜଣ ଯାତ୍ରୀ ସେଇବାଟେ ବାହାରକୁ ବାହାରି ସୁରକ୍ଷିତ ସ୍ଥାନକୁ ପଳାଇଥିଲେ । କିଛି ସମୟ ପରେ ଉକ୍ତ ବସର ଡିଜେଲ ଟ୍ୟାଙ୍କରରେ ବିସ୍ଫୋରଣ ହୋଇଥିଲା । କିନ୍ତୁ ଆଦିତ୍ୟଙ୍କ ସାହସିକତା ଯୋଗୁ ୪୦ ଜଣ ଯାତ୍ରୀଙ୍କ ଜୀବନ ରକ୍ଷା ପାଇଯାଇଥିଲା । ସେହିପରି  ତିନି ଜଣ ସାଙ୍ଗଙ୍କୁ ବୁଡ଼ିବାରୁ ଉଦ୍ଧାର କରିବାକୁ ଯାଇ ନିଜେ ଜୀବନ ହରାଇଥିବା କେରଳର ମହମ୍ମଦ ମହସିନଙ୍କୁ ମରଣୋତ୍ତର ଭାବେ ଏହି ପୁରସ୍କାର ଦିଆଯିବ । ତେବେ ଓଡିଶାର କେନ୍ଦ୍ରାପଡ଼ା ଜିଲ୍ଲା ନିପାଣିଆ ଗ୍ରାମର ଦୁଇ ଭଉଣୀ ପୂର୍ଣ୍ଣିମା ଗିରି (୧୬) ଓ ସବିତା ଗିରି (୧୫) ଏବଂ ଅନୁଗୁଳ ଜିଲ୍ଲା ତାଳଚେର ଘଣ୍ଟପଡ଼ାର ଶ୍ରୀମତୀ ବଦ୍ରା (୧୦) ମଧ୍ୟ ସାହସିକତା ପ୍ରଦାନ କରାଯିବ। ବତୀଘର ହାଇସ୍କୁଲରେ ନବମ ଶ୍ରେଣୀରେ ପଢ଼ୁଥିବା ପୂର୍ଣ୍ଣିମା  ଓ ସବିତା ଏକ ଶୀତୁଆ ରାତିରେ କୁମ୍ଭୀର ଥିବା ମହାନଦୀର ଶାଖା ନଦୀ ଗଳିଆ ନଈକୁ ବିନା ସଙ୍କୋଚରେ ଲମ୍ଫ ଦେଇ ବୁଡ଼ି ଯାଉଥିବା ଏକ ଡଙ୍ଗାରୁ ୧୨ ଜଣଙ୍କୁ ଉଦ୍ଧାର କରି ଅଦମ୍ୟ ସାହସିକତାର ପରିଚୟ ଦେଇ ଜାତୀୟ ସାହସିକତା ପୁରସ୍କାର (ଧ୍ରୁବ ପୁରସ୍କାର) ପାଇଁ ବିବେଚିତ ହୋଇଛନ୍ତି ।

ସେହିପରି  ଅନୁଗୁଳ ଜିଲ୍ଲା ତାଳଚେର ଘଣ୍ଟପଡ଼ା ନିକଟସ୍ଥ ଏକ ବସ୍ତିରେ ବାସ କରୁଥିବା ଶ୍ରୀମତୀ ବଦ୍ରାଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଟ୍ରେନ୍‌ ଲାଇନ୍‌ରେ ଫସି ରହିଥିବା ସାଙ୍ଗର ଜୀବନକୁ ବଞ୍ଚାଇ ଜାତୀୟ ସାହସିକତା ପୁରସ୍କାର (ପ୍ରହଲ୍ଲାଦ ପୁରସ୍କାର) ପାଇଁ ମନୋନିତ ହୋଇଛନ୍ତି । ଘଣ୍ଟପଡା ନୋଡାଲ୍‌ ଉଚ୍ଚ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ରୀ ଶ୍ରୀମତୀ ଓ ତାଙ୍କ ସାଙ୍ଗ ପ୍ରମିଳା ମୁଣ୍ଡା ୨୦୧୮ ନଭେମ୍ବର ୨୭ ମଧ୍ୟାହ୍ନରେ ସ୍କୁଲରୁ ନିଜ ବସ୍ତିକୁ ଫେରିବା ପାଇଁ ରେଳ ଧାରଣା ଅତିକ୍ରମ କରୁଥିଲେ । ହଠାତ୍‌ ନିକଟରେ ଛିଡ଼ା ହୋଇଥିବା ଏକ ମାଲବାହୀ ଟ୍ରେନ୍‌ ଚାଲିବା ଆରମ୍ଭ କରିଥିଲା । ଶ୍ରୀମତୀ ରେଳ ଧାରଣା ଅତିକ୍ରମ କରିବାରେ ସଫଳ ହୋଇଥିଲେ । କିନ୍ତୁ ପ୍ରମିଳାଙ୍କ ଡାହାଣ ଗୋଡ଼ ରେଳ ଧାରଣାରେ ଫସି କଟିଯାଇଥିଲା ଓ ସେ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ । ଶ୍ରୀମତୀ ନିଜର ବୁଦ୍ଧି ଘଟାଇ ତତ୍କାଳ ପ୍ରମିଳାଙ୍କୁ ରେଳଧାରଣାରୁ ବାହାର କରି କାନ୍ଧରେ ବୋହି ୩୦୦ ମିଟର ଦୂରରେ ଥିବା ନିଜ ଅଞ୍ଚଳକୁ ପହଞ୍ଚିଥିଲେ । ସେଠାରୁ ପ୍ରମିଳାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଓ ପରବର୍ତ୍ତୀ ସମୟରେ କଟକସ୍ଥିତ ବଡ଼ ମେଡିକାଲକୁ ନିଆଯାଇ ଅସ୍ତ୍ରୋପଚାର କରାଯାଇଥିଲା । ଶ୍ରୀମତୀଙ୍କ ପ୍ରଚେଷ୍ଟା ଓ ସାହସ ଯୋଗୁ ପ୍ରମିଳାଙ୍କ ଜୀବନ ବଞ୍ଚିଗଲା ।

   Related Posts