Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଜାନୁୟାରୀ ୨୬ରେ ଭାରତରେ ହେବ ଆତଙ୍କବାଦୀ ଆକ୍ରମଣ ! ୫୦ ଆତଙ୍କବାଦୀ ଲଞ୍ଚିଙ୍ଗ୍ ପ୍ୟାଡ ସକ୍ରିୟ

11/01/2020 at 1:34 PM

ଜାମ୍ମୁ ୧୧/୧: ପାକିସ୍ତାନୀ ସେନା ଜାମ୍ମୁ-କାଶ୍ମୀରରେ ହିଂସାକାଣ୍ଡ କରିବାକୁ ଏବଂ ନିୟନ୍ତ୍ରଣ ରେଖାରେ ଭାରତୀୟ ସେନା ଉପରେ ଆକ୍ରମଣ କରିବା ପାଇଁ ଆତଙ୍କବାଦୀମାନେ ପାଖାପାଖି ୫୦ଟି ଲଞ୍ଚିଙ୍ଗ୍ ପ୍ୟାଡ ପୁଣି ଥରେ କ୍ରିୟାଶୀଳ କରିଛି। ଏହି ଲଞ୍ଚିଙ୍ଗ୍ ପ୍ୟାଡରେ ଥିବା ପାଖାପାଖି ୩୦୦ ଆତଙ୍କବାଦୀଙ୍କ ମଧ୍ୟରେ ୫୦ ଆଫଗାନୀ ମୂଳର ଏବଂ ସେମାନେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନ ସହ ଜଡ଼ିତ। ଏହି ଆତଙ୍କବାଦୀମାନେ ଜାନୁୟାରୀ ୨୬ତାରିଖରେ ଜାମ୍ମୁ କାଶ୍ମୀର ସମେତ ଅନ୍ୟ କେତେକ ରାଜ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପ ଘଟାଇବାକୁ ଯୋଜନା କରିଛନ୍ତି।

ଭାରତୀୟ ଗୁଇନ୍ଦା ଏଜେନ୍ସି  ନିଜ ବିଶେଷ ସୂତ୍ରରୁ ପାକିସ୍ତାନୀ ସେନାର ଏହି ଷଡ଼ଯନ୍ତ୍ର ବିଷୟରେ ସୂଚନା ପାଇଛନ୍ତି। ସୂଚନା ମୁତାବକ,ଏହି ଲଞ୍ଚିଙ୍ଗ୍ ପ୍ୟାଡ ମଧ୍ୟରୁ ଅଧିକାଂଶ ଉତ୍ତର କାଶ୍ମୀରରେ ନିୟନ୍ତ୍ରଣ ରେଖା ସେପଟେ ଗୁଲାମ କାଶ୍ମୀରର ନିଲମ ଘାଟି ଅଞ୍ଚଳରେ ଅଛନ୍ତି। ଏହି ଆତଙ୍କବାଦୀଙ୍କୁ ପାକିସ୍ତାନୀ ସେନା ଏବଂ ଏହାର ଗୁଇନ୍ଦା ଏଜେନ୍ସିର ଅଧିକାରୀମାନେ ଟ୍ରେନିଙ୍ଗ୍ ଦେଇଛନ୍ତି।

ପାକିସ୍ତାନୀ ସେନା ଏମାନଙ୍କୁ ଭାରତୀୟ ଇଲାକାରେ ଅନୁପ୍ରବେଶ କରାଇବା ଲାଗି ଉଚିତ୍ ସୁଯୋଗ ଖୋଜୁଛି। ଗୁଇନ୍ଦା ଏଜେନ୍ସିର କହିବା ମୁତାବକ ଏହି ଆତଙ୍କବାଦୀମାନେ ଜାନୁୟାରୀ ୨୬ତାରିଖରେ ଭାରତରେ ପ୍ରବେଶ କରି ଜାମ୍ମୁ କାଶ୍ମୀର ସମେତ ଦେଶର ଅନ୍ୟ ଭାଗରେ ଆକ୍ରମଣ କରି ପାରନ୍ତି।

ନିକଟରେ କ୍ରିୟାଶୀଳ ହୋଇଥିବା ଲଞ୍ଚିଙ୍ଗ୍ ପ୍ୟାଡ୍ ମଧ୍ୟରୁ ଅଧିକାଂଶ ନିଲମ୍,ଲିପା ଏବଂ ଟଙ୍ଗଡାର ଘାଟିରେ ରହିଛି। ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ଲଞ୍ଚିଙ୍ଗ୍ ପ୍ୟାଡ ଗତ ବର୍ଷ ଫେବୃୟାରୀରେ ଭାରତୀୟ ବାୟୁସେନା ଦ୍ବାରା କରାଯାଇଥିବା ବାଳାକୋଟ ଆକ୍ରମଣ ପରେ ବନ୍ଦ ହୋଇଯାଇଥିଲା।

ଜୈଶର ମୁଖ୍ୟ ମାସୁଦର ଭାଇ ରଉଫ ଅସଗର ଭାରତରେ ବଡ଼ ଧରଣର ଆତଙ୍କୀ କାର୍ଯ୍ୟକଳାପ ଘଟାଇବାକୁ ଯୋଜନା କରିଛି। ଗତ କିଛି ଦିନ ତଳେ ଏହି ଲଞ୍ଚିଙ୍ଗ୍ ପ୍ୟାଡରେ ଜମା ହୋଇଥିବା ଆତଙ୍କବାଦୀଙ୍କୁ ଦୁଇ ଥର ଭେଟିବାକୁ ଯାଇଥିଲା। ପାକିସ୍ତାନର ଏହି ଷଡ଼ଯନ୍ତ୍ରକୁ ବିଫଳ କରିବା ପାଇଁ ସବୁ ଏଜେନ୍ସିକୁ ଆଲର୍ଟ କରି ଦିଆଯାଇଛି। ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ସମର୍ଥକଙ୍କ ଉପରେ କଡ଼ା ନଜର ରଖାଯାଇଛି। ନିୟନ୍ତ୍ରଣ ରେଖା ଏବଂ ଆନ୍ତର୍ଜାତୀୟ ସୀମା ଉପରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

   Related Posts