Thursday, February 21, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭିନ୍ନକ୍ଷମ ହୋଇ ବି ରାଜ୍ୟ ଓ ଜାତୀୟ ସ୍ତରର ୩୦ରୁ ଅଧିକ ପ୍ରତିଯୋଗିତାରେ ସଫଳତା, ମାଳ ମାଳ ମେଡାଲ ଆଉ ସାର୍ଟିଫିକେଟ: ଚାକିରି ଖଣ୍ଡେ ନପାଇ ସେ ଏବେ ବେକାର

ବାଲେଶ୍ବର୯|୨: ଜଣେ ଭିନ୍ନକ୍ଷମ ହୋଇ ବି  ରାଜ୍ୟ ଓ ଜାତୀୟ ସ୍ତରର ୩୦ରୁ ଅଧିକ ପ୍ରତିଯୋଗିତାରେ ସଫଳତା ବାଲେଶ୍ବର ଜିଲ୍ଲାରେ ତାଙ୍କୁ ଦେଇଥିଲା ସ୍ବତନ୍ତ୍ର ପରିଚୟ । ହେଲେ ନିଜ ଦକ୍ଷତା ବଳରେ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଥିଲେ । ତଥାପି ତାଙ୍କ ଉପରେ ପଡ଼ିଲାନି ସରକାରଙ୍କ ଶୁଭଦୃଷ୍ଟି । ମାଳ ମାଳ ମେଡାଲ ଓ ସାର୍ଟିଫିକେଟ୍‌ ପାଇ ମଧ୍ୟ ଚାକିରି ଖଣ୍ଡେ ପାଇବାରୁ ବଞ୍ଚିତ ଖନ୍ତାପଡ଼ା  କୁଳିଗାଁର ଚନ୍ଦନ ପାତ୍ର ।

ଦୀର୍ଘ ୨୦ବର୍ଷର ଭାଗଦୌଡ଼ । ରାଜ୍ୟ ଓ ଜାତୀୟ ସ୍ତରର ୩୦ରୁ ଅଧିକ ପ୍ରତିଯୋଗିତାରେ ସଫଳତା । ମାଳ ମାଳ ମେଡାଲ ଓ ସାର୍ଟିଫିକେଟ୍‌ ଜଣେ ଭିନ୍ନକ୍ଷମ ହୋଇ ବି ନିଜ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ସାଉଣ୍ଟିଥିଲେ ବାଲେଶ୍ବର ଖନ୍ତାପଡ଼ା କୁଳିଗାଁର ଚନ୍ଦନ ପାତ୍ର ।

ହେଲେ ଆଜି ସବୁ କିଛି ତାଙ୍କ ପାଇଁ ବେକାର୍‌ ହୋଇଯାଇଛି ।  କାହିଁକି ନା’ ଏତେ ସବୁ ପରେ ବି ଚାକିରି ଖଣ୍ଡେ ନପାଇ ସେ ଏବେ ବେକାର ବୁଲୁଛନ୍ତି ।୧୯୯୯ରୁ ଏପର୍ଯ୍ୟନ୍ତ ଲଗାତର ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ଭିନ୍ନକ୍ଷମ ଦୌଡ଼କୁଦ, ଫୁଟବଲ, ଭଲିବଲ, ଦୌଡ଼, ବାଧା ଦୌଡ଼ ଭଳି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପଦକ ଓ ପୁରସ୍କାର ପାଇଛନ୍ତି । ତଥାପି ଏପର୍ଯ୍ୟନ୍ତ ତାଙ୍କ ଉପରେ ପଡ଼ିନି ସରକାରଙ୍କ ଶୁଭଦୃଷ୍ଟିଜିଲ୍ଲା ପ୍ରଶାସନ ମଧ୍ୟ ତାଙ୍କ ପ୍ରତି ଯେମିତି ଆଖି ବୁଜିଦେଇଛି । ଯାହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଚନ୍ଦନଙ୍କ ପରିବାର ।

ଚାକିରି ଖଣ୍ଡେ ପାଇଁ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିଛନ୍ତି ଚନ୍ଦନ । ହେଲେ କୌଣସି ସୁଫଳ ପାଇନାହାନ୍ତି । ତେବେ ଏ ସମ୍ପର୍କରେ ବାଲେଶ୍ବର ଜିଲ୍ଲାପାଳଙ୍କୁ ପଚାରିବାରୁ ସେ ଚିରାଚରିତ ଭାବେ କହିଥିଲେ ଯେ, ଭିନ୍ନକ୍ଷମଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ବିଭିନ୍ନ ଚାକିରି କ୍ଷେତ୍ରରେ ରହିଛି । ସେ ଯଦି ସେହି ପରିସରରେ ଆସନ୍ତି ନିଶ୍ଟୟ ଚାକିରି ପାଇବେ ।  ଶିଳ୍ପ ସଂସ୍ଥାଙ୍କୁ ମଧ୍ୟ ଅନୁରୋଧ କରାଯାଇଛି ବୋଲି କହି ନିଜ କାମ ସାରିଦେଇଛନ୍ତି ।

ଶିଳ୍ପାନୁଷ୍ଠାନରେ ପୋଷ୍ଟ ବାହାରିବାକୁ ଅପେକ୍ଷା କରିଛି ଜିଲ୍ଲା ପ୍ରଶାସନ । ତେଣେ ସବୁ ଯୋଗ୍ୟତା ଥାଇ ବି ବେକାର ବୁଲୁଛନ୍ତି ଚନ୍ଦନ । ଏହାକୁ ଜଣେ ଭିନ୍ନକ୍ଷମ ସଫଳ କ୍ରିଡ଼ାବିତ୍‌ଙ୍କ ପାଇଁ ଆମ ବ୍ୟବସ୍ଥାର ଉପହାସ ବୋଲି କହିଲେ କିଛି ଭୁଲ ହେବ କି ?

104 Views

   ସମ୍ବନ୍ଧିତ ଖବର