Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||
  • ନିଆଳି : ଭାରସାମ୍ୟ ହରାଇ ନାଳକୁ ଖସିପଡିଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର
  • ||

ଆଉ ଚଳିବନି ବ୍ରିଟିଶ ଶାସନକାଳର ପାର୍ଲ୍ୟାମେଣ୍ଟ, ୨୦୨୨ରେ ‘ନ୍ୟୁ ଇଣ୍ଡିଆ’ର ହେବ ନୂଆ ସଂସଦ

12/09/2019 at 10:52 PM

ନୂଆଦିଲ୍ଲୀ : କେନ୍ଦ୍ର ସରକାର ବ୍ରିଟିଶ ଶାସନ କାଳରେ ନିର୍ମିତ ସଂସଦ ଭବନ, କେନ୍ଦ୍ରୀୟ ସଚିବାଳୟ ଓ ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ୩ କିଲୋମିଟର ଅଞ୍ଚଳର ‘ସେଣ୍ଟ୍ରାଲ ଭିସ୍ତା’( ଭୂ ପରିଦୃଶ୍ୟ)କୁ କାୟା କଳ୍ପ କରିବେ। ଆଗାମୀ ୫ ବର୍ଷ ମଧ୍ୟରେ ଅଞ୍ଚଳକୁ ନୂଆ ରୂପ ଦେବାଲାଗି ମଦତ୍ୱାକାଙକ୍ଷୀ ପ୍ରକଳ୍ପ ହାତକୁ ନିଆଯାଇଛି। ୨୦୨୨ ମସିହାରେ ଦେଶ ସ୍ୱାଧୀନତାର ୭୫ ତମ ବାର୍ଷିକ ପାଳନ କରିବ। ଏହି ବର୍ଷକୁ ସରକାର ପୁରୁଣା ପାର୍ଲ୍ୟାମେଣ୍ଟ ଭବନରେ ପାଳନ ନ କରି ନୂଆ ପୁନର୍ବିକଶିତ ସଂସଦ ଭବନରେ ପାଳନ କରିବାକୁ ମନସ୍ତ କରିଛନ୍ତି। ମୋଦି ସରକାରଙ୍କର ଏହି ପରିକଳ୍ପନାକୁ କେନ୍ଦ୍ର ଗୃହ ଓ ନଗର ବିକାଶମନ୍ତ୍ରାଳୟ କାର୍ଯ୍ୟାନ୍ୱୟନ କରିବେ। ମନ୍ତ୍ରାଳୟର ଜନୈକ ବରିଷ୍ଠ ଅଧିକାରୀ ଗୁରୁବାର ଏହି ସୂଚନା ଦେଇଛନ୍ତି।

ଅଧିକାରୀଙ୍କ ସୂଚନା ଅନୁସାରେ ଆସନ୍ତା ଅକ୍ଟୋବର ୧୫ ତାରିଖ ସୁଦ୍ଧା ନୂଆ ସଂସଦ ଭବନ, ସଂଯୁକ୍ତ ସଚିବାଳୟ ଓ ସେଣ୍ଟ୍ରାଲ ଭିସ୍ତାର ନୂଆ ଡିଜାଇନ ପ୍ରସ୍ତୁତ ହୋଇସାରିଥିବ । ନୂଆ ଡିଜାଇନରେ ପ୍ରକଳ୍ପ କାର୍ଯ୍ୟ ଆସନ୍ତା ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସ ପରେ ଆରମ୍ଭ ହୋଇପାରେ ।  ଏଥିଲାଗି କେନ୍ଦ୍ରୀୟ ଲୋକ ନିର୍ମାଣ ବିଭାଗ( ସିପିଡବ୍ଲୁଡି) ୩ଟି ଜାକ ପ୍ରକଳ୍ପର ଡିଜାଇନ ନିମନ୍ତେ ଭବନ ନିର୍ମାଣ କ୍ଷେତ୍ରରେ କାର୍ଯ୍ୟରତ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କମ୍ପାନୀମାନଙ୍କଠାରୁ ଅକ୍ଟୋବର ୧୫ ତାରିଖ ସୁଦ୍ଧା ପ୍ରସ୍ତାବ (ଆରଏଫପି) ଆହ୍ୱାନ କରିଛନ୍ତି। 

ଅଧିକାରୀ ଜଣକ କେବଳ ଏତିକି କହିଛନ୍ତି ଯେ ଏହି ୩ଟି ଜାକ ପ୍ରକଳ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଡ୍ରିମ ପ୍ରୋଜେକ୍ଟ’। ଏଣୁ ଆସନ୍ତା ୫ ବର୍ଷ ମଧ୍ୟରେ ପ୍ରକଳ୍ପ ୩ଟିକୁ ପୂର୍ଣ୍ଣାଙ୍ଗ କରାଯିବ।  ବର୍ତ୍ତମାନର ସଂସଦ ଭବନରେ ସ୍ଥାନାଭାବ ଯୋଗୁ କେବଳ ମନ୍ତ୍ରୀମାନଙ୍କୁ ସେମାନଙ୍କ କାର୍ଯ୍ୟଲାଗି ପୃଥକ ରୁମ ମିଳିପାରୁଛି। ଏଣୁ ସଂସଦ ଭବନରେ ସବୁ ସାଂସଦଙ୍କୁ ରୁମ ଯୋଗାଇ ଦିଆଯିବା ସହ ଭବିଷ୍ୟତରେ ସଂସଦ  ସଦସ୍ୟଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ନୂଆ ପାର୍ଲ୍ୟାମେଣ୍ଟ ଭବନର ପୁନର୍ବିକାଶ ଲାଗି ପ୍ରସ୍ତାବ ରହିଛି।

ତେବେ ସଂସଦ ଭବନର ଐତିହାସିକ ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହାକୁ ଆଉ ପାର୍ଲ୍ୟାମେଣ୍ଟ ଭାବେ ବ୍ୟବହାର ନ କରି ସଂଗ୍ରହାଳୟରେ ରୂପାନ୍ତରିତ କରାଯାଇପାରେ। ତେବେ ବର୍ତ୍ତମାନ ଭବନର ଆବଶ୍ୟକତା ଅନୁସାରେ ସମ୍ପ୍ରସାରଣ ହେବ ବୋଲି ଅଧିକାରୀ କହିଛନ୍ତି। ଏଣୁ ଉଚିତ ଡିଜାଇନକୁ ଅନୁଧ୍ୟାନ କରିବା ପରେ ଯାଇ ଏ ନେଇ କୌଣସି ନିଷ୍ପତ୍ତି ନିଆଯାଇ ପାରିବ। ତେବେ ନୂଆ ଡିଜାଇନ ଅନୁସାରେ ସଂସଦ ଭବନକୁ ୨୦୨୨ ମସିହା ସୁଦ୍ଧା ପୂର୍ଣ୍ଣାଙ୍ଗ କରିବାକୁ ଯୋଜନା ରହିଛି। ତେବେ ଏତିକି ନିଶ୍ଚିତ ଯେ ନବ ନିର୍ମାଣ କାର୍ଯ୍ୟ ରାଷ୍ଟ୍ରପତି ଭବନରୁ ଇଣ୍ଡିଆଗେଟ୍ ପର୍ଯ୍ୟନ୍ତ ୩ କିଲୋମିଟର ଅଞ୍ଚଳରେ ହେବ।

ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ଥିବା ନର୍ଥ ଓ ସାଉଥ ବ୍ଲକ୍ ବିଲ୍ଡିଂରେ କୌଣସି ପରିବର୍ତ୍ତନ ହେବନି। ହେଲେ ଏଥିରେ ଥିବା କାର୍ଯ୍ୟାଳୟଗୁଡିକୁ ଆବଶ୍ୟକତା ଅନୁସାରେ ଅତ୍ୟାଧୁନିକ ସୁବିଧାସମ୍ପନ୍ନ କରାଯିବ। ତେବେ ଅଧିକାରୀ କେନ୍ଦ୍ରୀୟ ସଚିବାଳୟର ନବୀକରଣ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ଦିଲ୍ଲୀର ଅଲଗା ଅଲଗା ୪୭ଟି ସ୍ଥାନରେ ଚାଲିଛି। ଏଥିଲାଗି ସରକାର ବାର୍ଷିକ ପ୍ରାୟ ୧ ହଜାର କୋଟି ଟଙ୍କା ଭଡା ବାବଦ ବ୍ୟୟ କରୁଛନ୍ତି।  ଏହି ସମସ୍ୟାର ସ୍ଥାୟୀ ସମାଧାନ ଲାଗି ସଂୟୁକ୍ତ କେନ୍ଦ୍ରୀୟ ସଚିବାଳୟର ପରିକଳ୍ପନା କରାଯାଇଛି। ଏହି କାର୍ଯ୍ୟକୁ ୨୦୨୪ ମସିହା ସୁଦ୍ଧା ପୂର୍ଣ୍ଣାଙ୍ଗ କରାଯିବ।

ଉଲ୍ଲେଖଯୋଗ୍ୟଯେ  ଦେଶର ରାଜଧାନୀ ଭାବେ ବିକଶିତ କରାଯାଇଥିବା ନୂଆ ଦିଲ୍ଲୀର ରାୟସିନା ହିଲ ଆଖପାଖ ଅଞ୍ଚଳକୁ ଶାସନର କେନ୍ଦ୍ରସ୍ଥଳ ଭାବେ ବିକଶିତ କରାଯାଇଥିଲା। ଏଥିରେ ସଂସଦ ଭବନ, ରାଷ୍ଟ୍ରପତି ଭବନ, ନର୍ଥବ୍ଲକ ଓ ସାଉଥ ବ୍ଲକକୁ ୧୯୧୧ ଓ ୧୯୩୧ ମସିହାରେ ନିର୍ମାଣ କରାଯାଇଥିଲା। ଏଥିରୁ ସଂସଦ ଭବନରେ ୧୯୨୭ରୁ କାର୍ଯ୍ୟାରମ୍ଭ କରିଥିଲା। ତେବେଏହି ଅଞ୍ଚଳର ଐତିହାସିକ ଓ ସାଂସ୍କୃତିକ ଗୁରୁତ୍ୱ ଅକ୍ଷୁର୍ଣ୍ଣ ରଖି ଏଭଳି ଭାବେ ବିକଶିତ କରାଯିବ ଯେପରି ବିଶ୍ୱ ଶକ୍ତି ଭାବେ ଅଭ୍ୟୁଦୟ ହେଉଥିବା ଭାରତର ‘ନ୍ୟୁ ଇଣ୍ଡିଆ’ ଝଲକ ଏଥିରୁ ଦେଖାଯିବ ବୋଲି ଅଧିକାରୀ କହିଛନ୍ତି।

   Related Posts