ପାକିସ୍ତାନ​‌ରେ ଅଚାନକ Blackout ହେବାରୁ ଲୋକେ ଛାନିଆଁ, ଭାରତକୁ ଦାୟୀ କଲେ ଇମ୍ରାନ ଖାନଙ୍କ ମନ୍ତ୍ରୀ

Published By : Prameya-News7 Bureau | January 10, 2021 IST

ଇସ୍‌ଲାମାବାଦ ୧୦/୦୧: ଶନିବାର ପାକିସ୍ତାନର ବିଭିନ୍ନ ସହରରେ ହଠାତ ପାଓ୍ବାର ବ୍ଲାକ୍‌ଆଉଟ୍‌‌ ହୋଇଯିବା ପରେ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼ିଥିଲା। ଯଦିଓ ରବିବାର ସମସ୍ତ ସହରକୁ ବିଜୁଳି ଦିଆଯାଇଛି କିନ୍ତୁ ବ୍ଲାକ୍‌ଆଉଟ୍‌ ପଛରେ ଭାରତର ହାତ ଥିବା ଇମ୍ରାନ ଖାନଙ୍କ ମନ୍ତ୍ରୀ ଅଭିଯୋଗ କରିଛନ୍ତି। ପାକିସ୍ତାନର ବ୍ଲାକ୍‌ଆଉଟ୍‌  ପରେ ପରେ ସୋସିଆଲ ମିଡିଆରେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। ଏମିତି ମଧ୍ୟ କୁହାଯାଉଛି ବ୍ଲାକ୍‌ଆଉଟ୍‌ ପରେ ପାକିସ୍ତାନୀଙ୍କ ମନରେ ଏବେ ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ଭୟ ଘାରିଛି।

ଅଚାନକ ବିଜୁଳି ଯିବା ପରେ ପାକିସ୍ତାନର ଅନେକ ସହର ଅନ୍ଧକାର ହୋଇଯାଇଥିଲା। ଯାହାକୁ ନେଇ ପାକିସ୍ତାନୀ ଭାବିଥିଲେ ବୋଧହୁଏ ଭାରତ ପୁଣି ଥରେ ଏୟାର ଷ୍ଟ୍ରାଇକ୍‌  କରିଛି। ସୋସିଆଲ୍‌ ମିଡିଆରେ ବହୁ ଲୋକ ଟ୍ବିଟ୍‌ କରି ପଚାରିଥିଲେ ଭାରତ କଣ ପୁଣି ଥରେ ଆକ୍ରମଣ କରିଦେଲା କି ? କିଛି ଲୋକ ଏହାକୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧର ଆରମ୍ଭ ବୋଲି ମଧ୍ୟ ଆଶଙ୍କା କରିଥିବା ଦେଖିବାକୁ ମିଳିଥିଲା।

ତେବେ ପାକିସ୍ତାନରେ ହୋଇଥିବା ବତି ଗୁଲ୍‌ ପଛରେ ଭାରତର ଚକ୍ରାନ୍ତ ରହିଛି କାରଣ ଏଭଳି କରି ଚାଷୀ ଆନ୍ଦୋଳନ ଉପରୁ ଧ୍ୟାନ ହଟାଇବାକୁ ଭାରତ ଚାହୁଁଛି ବୋଲି ପାକ୍‌ ମନ୍ତ୍ରୀ ଶେଖ ରଶିଦ ଅଭିଯୋଗ କରିଛନ୍ତି। ସମାଚାର ଏଜେନ୍ସି ପିଟିଆଇ ଅନୁସାରେ, ପାକିସ୍ତାନରେ ବିଦ୍ୟୁତ  ବିତରଣ ପ୍ରଣାଳୀର ଭୁଲ ଯୋଗୁଁ ସେଠାରେ ବ୍ଳାକ୍‌ଆଉଟ୍‌ ହୋଇଥିଲା। ଅନେକ ସହରରେ ରାତି ଅଧରେ ବିଜୁଳି ସରବରାହ ଠପ ହୋଇଯାଇଥିଲା। କରାଚି, ରାଓ୍ବଲପିଣ୍ଡି, ଲାହୋର, ଇସ୍‌ଲାମାବାଦ, ମୁଲତାନ ସମେତ ଅନ୍ୟ ସହରରେ ବିଦ୍ୟୁତ ଠପ ହେବାରୁ ଲୋକେ ବହୁ ଅସୁବିଧାରେ ସମ୍ମୁଖୀନ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.