ଆଜି ଶିଶୁ ଦିବସ ; ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ୧୨୯ତମ ପୁଣ୍ୟ ଜୟନ୍ତୀ

Published By : Prameya-News7 Bureau | November 14, 2018 IST

ଭୁବନେଶ୍ବର ୧୪|୧୧:   ଆଜି ଶିଶୁ ଦିବସ ତଥା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ୧୨୯ତମ ପୁଣ୍ୟ ଜୟନ୍ତୀ ।  ଜଣେ ବିଚକ୍ଷଣ ରାଷ୍ଟ୍ରନୀତିଜ୍ଞ ଭାବେ ନେହେରୁ ବିଶ୍ବ ଜନମାନସରେ ବେସ ସୁପରିଚିତ । ଛୋଟ ପିଲାମାନଙ୍କୁ ଖୁବ୍  ସ୍ନେହ ଆଦର କରୁଥିବା  ନେହେରୁ ତାଙ୍କ ଜନ୍ମଦିନକୁ ଶିଶୁଦିବସ ଭାବେ ପାଳନ କରିବାକୁ  ଚାହିଁଥିଲେ ।  ପିଲାମାନେ  ଖୁସୀରେ ତାଙ୍କୁ ଚାଚା ନେହେରୁ ବୋଲି ସମ୍ବୋଧନ କରୁଥିଲେ ।  ଆଜିର ଶିଶୁ ଆସନ୍ତା କାଲିର ନାଗାରିକ ହୋଇଥିବାରୁ ଶିଶୁମାନଙ୍କ ବୌଦ୍ଧିକ, ଶାରୀରିକ  ମାନସିକ ସ୍ଥରରେ ଅଭିବୃଦ୍ଧି  ନେଇ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ।  ଶିଶୁ ଦିବସ ଅବସରରେ ଦେଶ ତଥା ରାଜ୍ୟର ଶିକ୍ଷାନୁଷ୍ଠାନ, ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ  ଶିଶୁମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.