Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ନାଥୁରାମ ଗଡସେଙ୍କ ପ୍ରତିମୂର୍ତ୍ତି ତିଆରି କରିଛନ୍ତି ହିନ୍ଦୁ ମହାସଭା, ପ୍ରତିଷ୍ଠା କରିବାକୁ ମାଗିଲେ ଗ୍ୱାଲିଅର ଏଡିଏମଙ୍କ ଅନୁମତି

9/12/2021 at 2:55 PM

ନୂଆଦିଲ୍ଲୀ ୦୯/୧୨:  ମଧ୍ୟପ୍ରଦେଶର ଗ୍ୱାଲିୟରରେ ପୁଣି ଥରେ ନାଥୁରାମ ଗଡସେଙ୍କ ପ୍ରତିମୂର୍ତ୍ତି ସ୍ଥାପନା ନେଇ ଚର୍ଚ୍ଚା ଜୋର୍ ଧରିଛି । ହିନ୍ଦୁ ମହାସଭା ଏଡିଏମଙ୍କୁ ଚିଠି ଲେଖି ଅନୁମତି ମାଗିଛି । ଏବେସୁଦ୍ଧା ହିନ୍ଦୁ ମହାସଭା ଗଡସେ ଓ ନାରାୟଣ ଆପଟେଙ୍କ ଜୟନ୍ତୀରେ କାର୍ଯ୍ୟକ୍ରମ କରି ଆସୁଛି ।

ହିନ୍ଦୁ ମହାସଭା ନିଜ କାର୍ଯ୍ୟାଳୟରେ ନାଥୁରାମ ଗଡସେ ଓ ତାଙ୍କ ସାଥି ନାରାୟଣ ଆପଟେଙ୍କ ପ୍ରତିମା ସ୍ଥାପନା କରିବାକୁ ପ୍ରଶାସନକୁ ଅନୁମତି ମାଗିଛି । ଏନେଇ ଅନୁଷ୍ଠାନ ଉପ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି । ଚିଠିରେ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ଯେ, ବିଶ୍ୱ ମାନବ ଅଧିକାର ଦିବସ ଅବସରରେ ଗଡସେ ଓ ଆପଟେଙ୍କ ମୂର୍ତ୍ତି ସ୍ଥାପନା କରାଯିବ ।

ନାଥୁରାମ ଗଡସେଙ୍କୁ ନେଇ ଅଧିକାଂଶ ସମୟ ଚର୍ଚ୍ଚାରେ ରହୁଥିବା ହିନ୍ଦୁ ମହାସଭା ୨୦୧୭ରେ ଗଡସେଙ୍କ ମୂର୍ତ୍ତି ପ୍ରତିଷ୍ଠା କରି ମନ୍ଦିର କରିଥିଲା । ସେହି ସମୟରେ ଏହାକୁ ନେଇ ଖୁବ୍ ବିବାଦ ସୃଷ୍ଟି ହୋଇଥିଲା । ପ୍ରଶାସନ ମନ୍ଦିର ବନ୍ଦ କରି ମୂର୍ତ୍ତିକୁ ନେଇ ଯାଇଥିଲା । ସେବେଠୁ ଗଡସେଙ୍କ ଜୟନ୍ତୀକୁ ଧୁମଧାମରେ ହିନ୍ଦୁ ମହାସଭା ପାଳନ କରୁଛି ।

କିଛିଦିନ ତଳେ ହିନ୍ତୁ ମହାସଭା ନାଥୁରାମ ଓ ନାରାୟଣଙ୍କ ମୂର୍ତ୍ତି ପ୍ରତିଷ୍ଠା କରି ପୂଜାର୍ଚ୍ଚନା କରିଥିଲା । ସଙ୍ଗଠନର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଜମୀର ଭରଦ୍ୱାଜ କହିଛନ୍ତି ଯେ, ସେ ନାଥୁରାମ ଓ ନାରାୟଣଙ୍କ ମୂର୍ତ୍ତି ପ୍ରତିଷ୍ଠା ଲାଗି ଜିଲ୍ଲା ପ୍ରଶାସନଠୁ ଅନୁମତି ମାଗିଛନ୍ତି । ଉଭୟଙ୍କ ପ୍ରତିମା ତିଆରି ହୋଇ ସାରିଛି ।

   Related Posts