Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଆଇପିଏଲ୍ ୨୦୨୧କୁ ଅଧାରେ ଛାଡି ଯାଉଥିବା ଖେଳାଳିଙ୍କୁ କୁଲଟର ନାଇଲ୍‌ଙ୍କ ଦୃଢ ଜବାବ

26/04/2021 at 9:49 PM

ନୂଆଦିଲ୍ଲୀ ୨୬।୦୪: ବଢୁଥିବା କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ଅନେକ ଅଷ୍ଟ୍ରେଲିଆ ଖେଳାଳି ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ଅଷ୍ଟ୍ରେଲିଆର ଦ୍ରୁତ ବୋଲର ନାଥନ କୁଲଟର ନାଇଲ ନିଜର କିଛି ସାଥୀ ଖେଳାଳି ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୧କୁ ଅଧାରେ ଛାଡି ଯିବା ନିଷ୍ପତ୍ତିରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ସମୟରେ ଘରକୁ ଯିବା ଅପେକ୍ଷା ଭାରତରେ ରହିବା ଅଧିକ ସୁରକ୍ଷିତ।

କୁଲଟର ନାଇଲ୍‌ କହିଛନ୍ତି, ଭାରତରେ କରୋନାର ଦ୍ଵିତୀୟ ଲହରର ପ୍ରକୋପ ସତ୍ତ୍ଵେ ବି ସେ ମୁମ୍ବାଇ ଇଣ୍ଡିଆନ୍ସର ଜୈବ ନିରାପତ୍ତା ବଳୟରେ ଅଧିକ ସୁରକ୍ଷିତ ମନେ କରୁଛନ୍ତି। କିନ୍ତୁ ନିଜ ଦେଶର ସାଥୀ ଖେଳାଳି ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି।

ଯେବେ ଆଣ୍ଡ୍ର୍ୟୁ ଟାଇ, ଝେ ରିଚାର୍ଡସନ ଏବଂ ଆଡମ ଜାମ୍ପା ଆଇପିଏଲ୍‌କୁ  ଅଧାରେ ଛାଡି ସ୍ଵଦେଶ ଫେରିଥିବା ଖବର ଶୁଣିଲି ମୁଁ ଆଶ୍ଚର୍ଯ୍ୟପ୍ରକାଶ କରିଥିବା କୁଲଟର ନାଇଲ୍ କହିଛନ୍ତି। ସେ କହିଛନ୍ତି, ଏହି ପ୍ରସଙ୍ଗରେ ସମସ୍ତଙ୍କର ବ୍ୟକ୍ତିଗତ ମତ ରହିଛି। ସମସ୍ତଙ୍କ ପରିସ୍ଥିତି ସମାନ ନୁହେଁ। କିନ୍ତୁ ଆଣ୍ଡ୍ର୍ୟୁ ଟାଇ ସ୍ଵଦେଶ ଫେରିଯିବା ନିଷ୍ପତ୍ତି ଆଚମ୍ବିତ କରିଛି।

କୁଲଟର ନାଇଲ୍ କହିଛନ୍ତି, ମୁଁ କିଛି ଦିନ ପୂର୍ବେ ଆଡମ ଜାମ୍ପାଙ୍କ ସହ ଘରକୁ ଫେରିଯିବା ବିଷୟରେ ବିତର୍କ ହୋଇଥିଲା। ମାତ୍ର ମୋ ପାଇଁ ଏହି ସମୟରେ ଘରକୁ ଫେରିବା ପରିବର୍ତ୍ତେ ଜୈବ ନିରାପତ୍ତା ବଳୟରେ ରହିବା ଅଧିକ ସୁରକ୍ଷିତ ଲାଗୁଛି।

   Related Posts