ପୁଣି ଥରେ ଭାଇରାଲ ହେଲା ହାର୍ଦ୍ଦିକ ପାଣ୍ଡ୍ୟା ଓ ନତାଶାଙ୍କ ଇଣ୍ଟିମେଟ୍‌ ଫଟୋ

Published By : Prameya-News7 Bureau | January 15, 2020 IST

ମୁମ୍ବାଇ୧୫|୧: ଟିମ୍ ଇଣ୍ଡିଆ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଅଧିକାଂଶ ସମୟ ଚର୍ଚ୍ଚାରେ ରୁହନ୍ତି। ହାର୍ଦ୍ଦିକଙ୍କ ନାଁ ବଲିଉଡ ଅଭିନେତ୍ରୀ ଉର୍ବଶୀ, ଇଶା ଗୁପ୍ତା, ଏଲିଙ୍କ ସହ ଯୋଡା ଯାଉଥିଲା ସତ ହେଲେ ଏବେ ତାଙ୍କର ନିର୍ବନ୍ଧ ହୋଇସାରିଛି। ନୂଆବର୍ଷ ଅବସରରେ ହାର୍ଦ୍ଦିକ ଓ ନତାଶା ଷ୍ଟାଙ୍କବିକଙ୍କ ନିର୍ବନ୍ଧ ହୋଇଛି।

{"id":211466,"sizeSlug":"large"}

ଉଭୟେ ଇନ୍‌ଷ୍ଟାଗ୍ରାମରେ ଏନେଇ ଘୋଷଣା କରିଥିଲେ। ଏହି ଯୋଡ଼ି ନିର୍ବନ୍ଧ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ଉଭୟ ଏବେ ପରସ୍ପରଙ୍କ ସହ ବହୁତ ଖୁସି ଅଛନ୍ତି। ରିଲେସନଶିପ୍‌ରେ ଆସିବା ପରେ ଦୁହେଁଙ୍କର ଅନେକ ଫଟୋ ଭାଇରାଲ ହେଉଛି। ଏବେ ପୁଣି ଥରେ ହାର୍ଦ୍ଦିକ ଓ ନତାଶା ନିଜ ହଟ୍‌ ଫଟୋ ପାଇଁ ଚର୍ଚ୍ଚାରେ ଅଛନ୍ତି। ନତାଶା ନିଜେ ସବୁ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

{"id":211467,"sizeSlug":"large"}

ମଡେଲ ନତାଶାଙ୍କ ସହ ଫଟୋ କ୍ଲିକ୍‌ କରି ଚର୍ଚ୍ଚାକୁ ଆସିଛନ୍ତି ହାର୍ଦ୍ଦିକ । ଏହି ଫଟୋରେ ଉଭୟେ ଲଭବର୍ଡସ୍‌ ସମୁଦ୍ର କୂଳରେ ମସ୍ତି କରୁଥିବା ଦେଖିବାକୁ ମିଳିଛି। ବାଦଶାହଙ୍କ ଗୀତ 'ଡିଜେ ୱାଲେ ବାବୁ' ଗୀତରୁ ଡେବ୍ୟୁ କରି ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ ନତାଶା।

{"id":211470,"sizeSlug":"large"}

ନତାଶା ଓ ହାର୍ଦ୍ଦିକଙ୍କର ଏହି ହଟ୍‌ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏଥିରେ ନତାଶା କଳା ରଂଗର ସୁଇମିଂ ସୁଟ୍‌ ପିନ୍ଧିଛନ୍ତି ଓ ହାର୍ଦ୍ଦିକ ବେୟାର ବଡ଼ିରେ ହାଫ୍‌ ପ୍ୟାଣ୍ଟ ପିନ୍ଧିବାରେ ନଜର ଆସିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.