Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୀଳଗିରି : ଛିଣ୍ଡି ପଡିଲା ୧୧କେଭି ବିଦ୍ୟୁତ୍ ତାର, ଅଳ୍ପକେ ବର୍ତିଲେ ଗ୍ରାମବାସୀ
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ଋଷିକୁଲ୍ୟା ନଦୀପଠାରୁ ଆନ୍ଧ୍ରକୁ ବାଲି ଚାଲାଣ ଘଟଣା : ୭ଟି ବାଲି ବୋଝେଇ ଟ୍ରକ୍ ଜବତ କଲା ପୋଲିସ
  • ||
  • ୫ରାଜ୍ୟ ଫେରନ୍ତାଙ୍କ ପାଇଁ ସ୍ବତନ୍ତ୍ର କଟକଣା : ରହିବେ ୭ଦିନ ହୋମ୍ ଆଇସୋଲେସନ୍‌ରେ
  • ||
  • ଅଳ୍ପକେ ବର୍ତ୍ତିଲେ ବିଏସଏଫ ଯବାନ, କମ୍ବିଂ ବେଳେ ବିପୁଳ ପରିମାଣର ବିସ୍ପୋରକ ଜବତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୬ କୋଭିଡ୍ ପଜିଟିଭ୍, ୩୩୭୧୦୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଖୋର୍ଦ୍ଧା : ସାରୁଆରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ଦୋହରିଲା ୭୨ବର୍ଷର ଇତିହାସ,୪ର୍ଥ ଟେଷ୍ଟରେ ନିଜ ନାମରେ ଏହି ରେକର୍ଡ କଲେ ନଟରାଜନ-ସୁନ୍ଦର

16/01/2021 at 12:43 PM

ବ୍ରିସବେନ୍‌, ୧୬/୦୧: ଅଷ୍ଟ୍ରେଲିଆର ବ୍ରିସବେନ୍‌ରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ ରେ ଭାରତର ଯୁବ ଏବଂ ଅନଭିଜ୍ଞ ବୋଲର୍ ଚମତ୍କାର ବୋଲିଂ କରିଛନ୍ତି । ଚତୁର୍ଥ ବା ଶେଷ ଟେଷ୍ଟ ମ୍ୟାଚ୍ ରେ ଆଷ୍ଟ୍ରେଲିଆକୁ ୫୮ ରନ୍ ଭିତରେ ୫ଟି ୱିକେଟ୍ ନେଇ ପାଭିଲିୟନ୍‌ର ରାସ୍ତା ଦେଖାଇଥିଲେ । କଙ୍ଗାରୁ ଟିମ୍ ତାର ପ୍ରଥମ ପାଳିରେ ୩୬୯ ରନ୍ କରି ସମସ୍ତ ୱିକେଟ୍ ହାରାଇଥିଲା ।

ଭାରତୀୟ ଦଳର ପ୍ରଥମ ପାଳିରେ ଟି. ନଟରାଜନ, ଶର୍ଦ୍ଦୁଲ ଠାକୁର ଏବଂ ୱାଶିଂଟନ୍ ସୁନ୍ଦର ୩ଟି ଲେଖାଁଏ ୱିକେଟ୍ ନେଇଥିଲେ ଏବଂ ମହମ୍ମଦ ସିରାଜ ଗୋଟିଏ ୱିକେଟ୍ ନେଇ ଅଷ୍ଟ୍ରେଲିଆକୁ ଆଗକୁ ବଢ଼ିବାକୁ ଦେଇନଥିଲେ । ଭାରତର ଏହି ଅନଭିଜ୍ଞ ବୋଲରଙ୍କ ପ୍ରଦର୍ଶନକୁ ଏଥିପାଇଁ ତାରିଫ୍ କରାଯିବା ଉଚିତ୍ କି, ସେମାନଙ୍କ ପାଖରେ ଟେଷ୍ଟ କ୍ରିକେଟ୍ର ଅଭିଜ୍ଞତା ନାହିଁ ଏବଂ ସାମ୍ନାରେ ଅଷ୍ଟ୍ରେଲିଆ ଭଳି ବଡ଼ ଟିମ୍ ଛିଡ଼ା ହେବା ସତ୍ତ୍ୱେ ସେମାନେ ଦଳ ପାଇଁ ଭଲ ଖେଳିଛନ୍ତି ।

https://www.aajtak.in/

ସିରିଜର ଶେଷ ମ୍ୟାଚ୍‌ରେ ଡେବ୍ୟୁ କରିଥିବା ବୋଲର ନଟରାଜନ ଏବଂ ୱାଶିଂଟନ୍ ସୁନ୍ଦର କମାଲ୍ କରି ଦେଖାଇଛନ୍ତି । ୩-୩ ୱିକେଟ୍ ନେଇ ନିଜ ନାମରେ ବଡ଼ ରେକର୍ଡ କରିଛନ୍ତି । ଏହି ଯୋଡ଼ି ତାଙ୍କର ପ୍ରଥମ ଟେଷ୍ଟ ମ୍ୟାଚ୍ ରୁ ହିଁ ଝଟକିଛନ୍ତି । ଦୀର୍ଘ ୭୨ ବର୍ଷ ପରେ ଏପରି ଦେଖିବାକୁ ମିଳିଛି । ଯେଉଁଥିରେ ଭାରତ ତରଫରୁ ଦୁଇ ଖେଳାଳୀ ମ୍ୟାଚ୍ ରେ ଡେବ୍ୟୁ କରିବା ପରେ ଗୋଟିଏ ଟେଷ୍ଟ ପାଳିରେ ୩ ୱିକେଟ୍ କ୍ଲବ୍‌ରେ ସାମିଲ୍ ହୋଇଛନ୍ତି । ତେବେ ଟି. ନଟରାଜନ ଓ ୱାଶିଂଟନ୍ ସୁନ୍ଦରଙ୍କ ପୂର୍ବରୁ ଭାରତ ତରଫରୁ ଖେଳିଥିବା ମଣ୍ଟୁ ବାନାର୍ଜି ଏବଂ ଗୁଲାମ ଅହମ୍ମଦ ୧୯୪୮-୧୯୪୯ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ କୋଲକାତା ଟେଷ୍ଟର ଡେବ୍ୟୁ ମ୍ୟାଚ୍ରେ ୪-୪ ୱିକେଟ୍ ନେଇଥିଲେ ।

   Related Posts