୪୬୫ ବର୍ଷ ପୂର୍ବରୁ କରୋନା ଭାଇରସ୍‌ ସମ୍ପର୍କରେ ଭବିଷ୍ୟବାଣୀ କରିଥିଲେ ନଷ୍ଟରଡମ୍ସ

Published By : Prameya-News7 Bureau | February 11, 2020 IST

ନୂଆଦିଲ୍ଲୀ ୧୧।୦୨ - ପ୍ରସିଦ୍ଧ ଭବିଷ୍ୟତ ବକ୍ତା ତଥା ଜ୍ୟୋତିର୍ବିଜ୍ଞାନୀ ନଷ୍ଟରଡମ୍ସ ୪୬୫ ବର୍ଷ ପୂର୍ବରୁ କରୋନା ଭାଇରସ୍‌ ସମ୍ପର୍କରେ ଭବିଷ୍ୟବାଣୀ କରିଥିଲେ । ଏକ ବିଶଂ ଶତାଦ୍ଦୀରେ ଏକ ମହାମାରୀ ଆସିବ ବୋଲି ନଷ୍ଟରଡମ୍ସ ଭବିଷ୍ୟବାଣୀ କରିଥିଲେ । ଏହା ମୃତ୍ୟୁର ବିଭେଷୀକା କରିବ ବୋଲି ସେ କହିଥିଲେ ।

୧୫ଶହ ଶତାଦ୍ଦୀରେ ସେ ଏହି ମହାମାରୀର ଆଶଙ୍କା କରିଥିଲେ । ଏହା ସାରା ବିଶ୍ୱକୁ ବ୍ୟାପି ଯିବ ବୋଲି କହିଥିଲେ ।
୧୫୫୫ ଥର ନଷ୍ଟରଡମ୍ସଙ୍କ ଭବିଷ୍ୟବାଣୀ ସତ ହୋଇଥିବା କଥା କୁହାଯାଇଛି । ନଷ୍ଟରଡମ୍ସ ଲେଖିଥିବା ଭବିଷ୍ୟବାଣୀର ୨.୫୩ରେ କୋରନା ଭୁତାଣୁ ସମ୍ପର୍କରେ କୁହାଯାଇଛି । ସମୁଦ୍ରକୂଳରେ ଥିବା ଏକ ବଡ ସହରରେ ଏହି ବେମାରୀ ବ୍ୟାପିବ ବୋଲି ସେ ଭବିଷ୍ୟବାଣୀ କରିଥିଲେ ।

{"id":223329,"width":585,"height":365,"sizeSlug":"large"}

ବୁହାନ ସହର ଚୀନ୍‌ର ଏକ ବଡ ସହର । ସାମୁଦ୍ରିକ ବେପାର ବାଣିଜ୍ୟ ପାଇଁ ଏହି ବେଶ୍ ପ୍ରସିଦ୍ଧ । ସେହିଠାରେ ହିଁ ଏବେ କରୋନା ଭାଇରସ୍‌ ବ୍ୟାପିଛି । ନଷ୍ଟରଡମ୍ସ ଲଣ୍ଡନର ୧୬୬୬ରେ ଗ୍ରେଟ ଫାୟାରା ଓ ୧୯୩୩ରେ ହିଟଲରଙ୍କ କଥା ଭବିଷ୍ୟବାଣୀ କରିଥିଲେ ।

ଚୀନ୍‌ ବ୍ୟତୀତ ଏବେ କରୋନା ଭାଇରସ୍‌ ସାରା ବିଶ୍ୱରେ ବ୍ୟାପିଛି । ପ୍ରାୟ ୫ଶହ ବର୍ଷ ପୂର୍ବରୁ ନାସ୍ତ୍ରେଦମସ ଏହି ଭାଇରସ୍‌ କଥା ଭବିଷ୍ୟବାଣୀ କରିଥିଲେ । ୨୦୨୦ରେ ବିଶ୍ୱରେ ଅନେକ ଦେଶ ମଧ୍ୟରେ ବିବାଦ ହେବା କଥା ସେ ଭବିଷ୍ୟବାଣୀ କରିଥଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.