Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ନସିରୁଦ୍ଦୀନ ଶାହାଙ୍କ ଝିଅ କ୍ଲିନିକ୍‌ରେ କଲେ ମାରପିଟ୍‌

25/01/2020 at 4:23 PM

ମୁମ୍ବଇ ୨୫।୦୧ – ମୁମ୍ବଇର ବସବାରେ ଥିବା ଏକ କ୍ଲିନିକ୍‌ରେ ବଲିଉଡ୍‌ ଆକ୍ଟର ନସୀରୁଦ୍ଦୀନ ଶାହାଙ୍କ ଝିଅ ହିବା ମାରପିଟ୍‌ କରିଥିବା ଥାନାରେ ଅଭିଯୋଗ ହୋଇଛି । ଏହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି । ମୁମ୍ବାଇ ବସୋବା ସ୍ଥିତ ଏକ ପଶୁ ଚିକିତ୍ସାଳୟକୁ ଦୁଇଟି ବିଲେଇଙ୍କର ବନ୍ଧ୍ୟାକରଣ ପାଇଁ ନାସୀରୁଦ୍ଦୀନ ଶାହାଙ୍କର ଝିଅ ହିବା ଯାଇଥିଲେ । ସେ ସାଙ୍ଗରେ ଦୁଇଟି ବିଲେଇଙ୍କୁ ନେଇଥିଲେ । ଏହି ସମୟରେ କ୍ଲିନିକ୍‌ରେ ଥିବା ମହିଳା କର୍ମଚାରୀଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା । ପରେ ସେ ଜଣେ ମହିଳା କର୍ମଚାରୀଙ୍କ ଚୁଟି ଘୋଷାଡି ମାଡ ମାରୁଥିବାର ଭିଜୁଆଲ୍‌ ସିସିଟିଭିରେ କଏଦ୍‌ ହୋଇଛି ।

ଥାନାରେ ଅଭିଯୋଗ ହେବାପରେ ପୁଲିସ ଏହାର ଯାଞ୍ଚ ଆରମ୍ଭ କରି ଦେଇଛି । ଫେଲାଇନ୍‌ ଫାଉଣ୍ଡେସନ୍‌ ପକ୍ଷରୁ ବର୍ସୋବାରେ ଏକ ପଶୁ ଚିକିତ୍ସାଳୟ ରହିଛି । ଜାନୁଆରୀ ୧୬ ତାରିଖରେ ହିବା ତାଙ୍କ ସାଙ୍ଗଙ୍କ ଦୁଇଟି ବିଲେଇଙ୍କୁ ନେଇ କ୍ଲିନିକ୍‌ରେ ପହଞ୍ଚିଥିଲେ । ଏହି ବିଲେଇମାନଙ୍କର ବନ୍ଧ୍ୟାକରଣ ଅସ୍ତ୍ରୋପଚାର ହେବାର ଥିଲା । ମାତ୍ର ସେହି ସମୟରେ ଅନ୍ୟ ପଶୁଙ୍କର ଅସ୍ତ୍ରୋପଚାର ଚାଲିଥିଲା। ହିବାଙ୍କୁ ୫ ମିନିଟ୍‌ ଅପେକ୍ଷା କରିବା ପାଇଁ କୁହାଯାଇଥିଲା।

ପରେ ଅସ୍ତ୍ରୋପଚାର ଫର୍ମରେ ଦସ୍ତଖତ କରିବା ପାଇଁ କୁହାଯାଇଥିଲା । ଏଥିରେ ହିବା ଉତ୍‌କ୍ଷିପ୍ତ ହୋଇ ମୁଁ କିଏ ଜାଣିନ ଅପେକ୍ଷା କରିବାକୁ କହୁଛ କହି କର୍ମଚାରୀଙ୍କ ସହ ମାର୍‌ପିଟ୍‌ ଆରମ୍ଭ କରିଦେଇଥିଲେ । ପରେ କର୍ମଚାରୀମାନେ ତାଙ୍କୁ କ୍ଲିନିକ୍‌ରୁ ବାହାର କରିଦେଇଥିଲେ ।

ଏହାପରେ ଫେଲାଇନ୍‌ ଫାଉଣ୍ଡେସନ୍‌ ପକ୍ଷରୁ ବର୍ସୋବା ଥାନାରେ ମାମଲା ରୁଜୁ କରାଯାଇଛି । ପୁଲିସ ଆଇପିସି ଧାରା ୩୨୩,୫୦୪ ଓ ୫୦୬ରେ ମାମଲା ରୁଜୁ କରି ଏହାର ତଦନ୍ତ ଆରମ୍ଭ କରିଛି ।

   Related Posts