Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଏସଏଫର ବଡ କାର୍ଯ୍ୟାନୁଷ୍ଠାନ, ବାଂଲାଦେଶ ସୀମାରେ ୮୨ ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ
  • ||
  • ୟୁପି ସମର: ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା, ଫେବୃଆରୀ ୮ରେ ଲକ୍ଷ୍ନୌରେ ଭର୍ଚୁଆଲ ରାଲି
  • ||
  • ଆସନ୍ତାକାଲି ପ୍ରଥମ ଦିନିକିଆ: କିଏ କରିବ ଓପନିଂ ? ଖୁଲାସା କଲେ ରାହୁଲ, ୫ ବର୍ଷ ପରେ ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିବେ ଏହି ଖେଳାଳି
  • ||
  • କାରିଗରଙ୍କଠୁ ଲାଞ୍ଚ ନେବା ମହଙ୍ଗା ପଡିଲା, ଭିଜିଲାନ୍ସ ଦ୍ଵାରା ବନ୍ଧା ହେଲେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ଓ କ୍ରାପ୍ଟମ୍ୟାନ୍
  • ||
  • କଲେଜ୍ରେ ନିର୍ବାଚନୀ ସଭା ନେଇ କଠୋର ହେଲେ ଏସଇସି: ଏସଡିପିଓ ଏବଂ ପ୍ରିନ୍ସିପାଲଙ୍କୁ ନିଲମ୍ବନ କରିବାକୁ ଦେଲେ ନିର୍ଦ୍ଦେଶ
  • ||
  • IPL 2022: କେଏଲ ରାହୁଲଙ୍କ ସହ ଏହି ଦୁଇ ଖେଳାଳିଙ୍କୁ ନିଜ ଦଳରେ ସାମିଲ୍ କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି
  • ||
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||

ଜାତୀୟ ଖୋ-ଖୋ ଦଳର ଅଧିନାୟିକା ୨ମୁଠା ଖାଇବା ପାଇଁ ହେଉଛନ୍ତି ହନ୍ତସନ୍ତ : ତାଙ୍କ ଉପରେ ନିର୍ଭର କରୁଛନ୍ତି ପରିବାରର ୯ସଦସ୍ୟ

25/04/2020 at 1:53 PM

ନୂଆଦିଲ୍ଲୀ ୨୫/୪: ୫ମାସ ପୂର୍ବରୁ ଯେଉଁ ଝିଅ ଦେଶକୁ ସ୍ବର୍ଣ୍ଣ ପଦକ ଜିତାଇଥିଲେ,ତାଙ୍କ ଅବସ୍ଥା ଏବେ ଏତେ ଖରାପ ଯେ ସେ ନିଜ ଡାଇଟ୍ ମଧ୍ୟ ନେଇ ପାରୁନାହାନ୍ତି। ଆମେ କହୁଛୁ ସାଉଥ ଏସିଆନ୍ ଗେମରେ ଭାରତୀୟ ମହିଳା ଖୋ-ଖୋ ଟିମର ନେତୃତ୍ବ କରୁଥିବା ନସରିନ୍ ଶେଖଙ୍କ ବିଷୟରେ। ନସରିନଙ୍କ ଅଧିନାୟକତ୍ବରେ ଭାରତ ନେପାଳକୁ ୧୭-୫ରେ ମାତ୍ ଦେଇ ଗୋଲ୍ଡ ମେଡାଲ୍ ଜିତିଥିଲା। ଗତ ମାସେ ହେବ ଚାଲିଥିବା ଲକଡାଉନ୍ ନସରିନଙ୍କ ଘରର ଅବସ୍ଥା ପୂରାପୂରି ଖରାପ କରି ଦେଇଛି। ସେ ନିଜ ଦୁଃଖ କଥା ଏକ ସାକ୍ଷାତକାରରେ କହିଛନ୍ତି।

ତାଙ୍କ ଘରେ ତାଙ୍କର ୫ଭଉଣୀ ଏବଂ ୪ଭାଇ ଅଛନ୍ତି। ଦୁଇ ଭଉଣୀଙ୍କ ବିବାହ ହୋଇ ସାରିଛି। ସେ ଦିଲ୍ଲୀର ଶକରପୁରର ବାସିନ୍ଦା। ତାଙ୍କ ବାପା ମହମ୍ମଦ ଗଫୁର ବାସନ ବିକ୍ରି କରନ୍ତି। ସେ ଘର ଘର ଯାଇ ବାସନ ବିକ୍ରି କରୁଥିଲେ ଯାହା ଫଳରେ ତାଙ୍କ ପରିବାର ଠିକଭାବେ ଚଳୁଥିଲା। କିନ୍ତୁ ଯେବେଠୁ ଲକଡାଉନ୍ ଜାରି ହୋଇଛି ସେବେଠାରୁ ବାପାଙ୍କ କାମ ପୂରାପୂରି ବନ୍ଦ ହୋଇଯାଇଛି। ଘରେ ବାପା ଏବଂ ତାଙ୍କ ବ୍ୟତୀତ କେହି ରୋଜଗାରକ୍ଷମ ନୁହେଁ। ସବୁ ଭାଇ-ଭଉଣୀ ପାଠ ପଢ଼ୁଛନ୍ତି। ସେ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ।

ସେ ଏୟାରପୋର୍ଟ ଅଥୋରିଟି ଅଫ୍ ଇଣ୍ଡିଆ ତରଫରେ ଖେଳନ୍ତି। ସେ ଖୋ-ଖୋ ଟିମର ଅଧିନାୟକ। ତାଙ୍କର ଏୟାରପୋର୍ଟ ଅଥୋରିଟି ଅଫ୍ ଇଣ୍ଡିଆ ସହ ବର୍ଷକର ଚୁକ୍ତି ରହିଛି। ସେ ଏହି କାମ ନିଜ ଦମରେ ନେଇଛନ୍ତି। ତାଙ୍କୁ ପ୍ରତି ମାସରେ ୨୬ହଜାର ଟଙ୍କା ମିଳିଥାଏ। କିନ୍ତୁ ଏହି ବେତନ ସବୁ ମାସରେ ମିଳି ନଥାଏ ବରଂ ୩-୩ ମାସରେ ମିଳିଥାଏ। ୩ମାସରେ ପାଖାପାଖି ୭୦ହଜାର ଟଙ୍କା ମିଳିଥାଏ। ଏତେ ଜଣଙ୍କର ଭରଣ-ପୋଷଣ,ପାଠ-ପଢ଼ା ଏତେ କମ୍ ଟଙ୍କାରେ ହୋଇପାରୁନାହିଁ।

ଲକଡାଉନ୍ ପରେ ଏପରି ପରିସ୍ଥିତି ହୋଇଯାଇଛି ଯେ ସେ ତାଙ୍କ ଡାଇଟ୍ ନେଇ ପାରୁନାହାନ୍ତି କାରଣ ତାଙ୍କୁ ଯେଉଁ ଟଙ୍କା ମିଳୁଛି ତାହା ପରିବାର ପ୍ରତିପୋଷଣରେ ହିଁ ଖର୍ଚ୍ଚ ହୋଇଯାଉଛି। ଜଣେ ଖେଳାଳୀ ହିସାବରେ ତାଙ୍କୁ ଡାଇଟରେ କ୍ଷୀର,ଅଣ୍ଡା,ଫଳ ପ୍ରତିଦିନ ସେବନ କରିବା ଜରୁରୀ କିନ୍ତୁ ଏବେ ଦୁଇବେଳା ଖାଇ ପାରିବା ଅସମ୍ଭବ ହୋଇ ପଡ଼ୁଛି। ପରିସ୍ଥିତି ଅଧିକ ଖରାପ ହୋଇଯିବାରୁ ତାଙ୍କୁ ଖୋ-ଖୋ ଫେଡେରେସନ୍ ଅଫ ଇଣ୍ଡିଆ ତରଫରୁ ସାହାଯ୍ୟ ମିଳିଛି। ଗତ ମାସରେ ତାଙ୍କ ଭଉଣୀଙ୍କୁ ଟାଇଫଏଡ଼ ହୋଇଥିବାରୁ ଫେଡେରେସନ୍ ଚିକିତ୍ସା ଖର୍ଚ୍ଚ ତୁଲାଇଥିଲା। ଯଦି ତାଙ୍କୁ ଡାଇଟ୍ ନ ମିଳିଲା ତେବେ ସେ ଦୁର୍ବଳ ହୋଇଯିବେ ଏବଂ ଆସନ୍ତା ଭବିଷ୍ୟତରେ ଖେଳି ପାରିବେ କି ନାହିଁ ସନ୍ଦେହ।

 ସେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସହ ବଡ଼ ଲୋକଙ୍କୁ ଲେଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଟ୍ବିଟ୍ କରିଛନ୍ତି କିନ୍ତୁ ତାଙ୍କୁ କୌଣସି ସାହାଯ୍ୟ ମିଳିନାହିଁ। ସେ ସରକାରୀ ଚାକିରୀ ଚାହୁଁଛନ୍ତି,ଯାହା ଦ୍ବାରା ସେ ତାଙ୍କ ପରିବାରର ଭରଣ-ପୋଷଣ କରି ପାରିବେ। ଆଜି ଦେଶର କ୍ରିକେଟର ଏହି ମହାମାରୀରେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି, କିନ୍ତୁ ଖୋ-ଖୋ ପ୍ଲେୟାରଙ୍କ ପରିସ୍ଥିତି ଏପରି ଯେ ସେ ନିଜ ଡାଇଟ୍ ପାଇଁ ସରକାରଙ୍କ ସହ ଲଢ଼ୁଛନ୍ତି। ସେ ୪୦ଟି ଜାତୀୟ,୩ଟି ଆନ୍ତର୍ଜାତୀୟ ଖେଳିସାରିଛନ୍ତି। ସେ ସ୍ବର୍ଣ୍ଣ ପଦକ ମଧ୍ୟ ଜିତିସାରିଛନ୍ତି।

ନସରିନ୍ ରୂଢ଼ିବାଦୀ ପ୍ରଥାକୁ ଭାଙ୍ଗି ଆଗକୁ ବଢ଼ିଛନ୍ତି। ତାଙ୍କ ସମ୍ପର୍କୀୟଙ୍କ କହିବା ଅନୁସାରେ ଝିଅମାନଙ୍କଚ ଖୋ-ଖୋ ଖେଳିବା କଥା ନୁହେଁ କାରଣ ଏଥିରେ ଛୋଟ ପୋଷାକ ପିନ୍ଧିବାକୁ ପଡ଼ିଥାଏ। ନସରିନ୍ ଏପରି ରୂଢ଼ିବାଦୀ ପ୍ରଥାକୁ ମାନିନଥିଲେ ଏବଂ ତାଙ୍କ ବାପା ଏଥିରେ ତାଙ୍କୁ ପୂର୍ଣ୍ଣ ସମର୍ଥନ କରିଥିଲେ।

 ୨୦୧୬ମସିହାରେ ନସରିନଙ୍କ ଚୟନ ଇନ୍ଦୋରରେ ଚାମ୍ପିଅନଶିପ୍ ପ୍ରତିଯୋଗିତା ପାଇଁ ହୋଇଥିଲା। ୨୦୧୮ମସିହାରେ ସେ ଲଣ୍ଡନରେ ହେବାକୁ ଥିବା ଖୋ-ଖୋ ପ୍ରତିଯୋଗିତା ପାଇଁ ସିଲେକ୍ଟ ହୋଇଥିଲେ। ୨୦୧୯ରେ ସେ ଭାରତ ପାଇଁ ସ୍ବର୍ଣ୍ଣ ଜିତିଥିଲେ।

   Related Posts