Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • କମିବ ତାପମାତ୍ରା, ୨୮ରୁ ବଢିବ ଶୀତ
  • ||

ଦେଶର ସ୍ଥିତି ବର୍ତ୍ତମାନ ଭୟଙ୍କର, ପିଲାଙ୍କ ଭବିଷ୍ୟତକୁ ନେଇ ସେ ଚିନ୍ତିତ ବୋଲି କହିଲେ ନାସିରୁଦ୍ଦିନ ଶାହ, ଆରମ୍ଭ ହେଲା ରାଜନୀତି

20/12/2018 at 4:40 PM

ମୁମ୍ବାଇ ୨୦/୧୨ : ବଲିଉଡ ଅଭିନେତା ନାସିରୁଦ୍ଦିନ ଶାହ ନିକଟରେ ଏକ ଭିଡିଓ ଜାରି କରିଛନ୍ତି | ଆମିର ଖାନଙ୍କ ଭଳି ଭିଡିଓରେ ସେ କହିଛନ୍ତି ଯେ, ଦେଶରେ ଶାନ୍ତି ଶୃଙ୍ଖଳା ସହ ବଂଚିବା କଷ୍ଟକର ହୋଇଗଲାଣି | ଭାରତର ସ୍ଥିତି ବର୍ତ୍ତମାନ ଭୟଙ୍କର ହୋଇଗଲାଣି ବୋଲି ସେ କହିଛନ୍ତି | ସେଥିପାଇଁ ନିଜ ପୁଅଝିଅଙ୍କୁ ନେଇ ବହୁତ ଚିନ୍ତିତ ଥିବା କହିଛନ୍ତି | ତାଙ୍କ ଭୟର କାରଣ ମଧ୍ୟ ସେ ଦର୍ଶାଇଛନ୍ତି | ସେ କହିଛନ୍ତି ଯେ, ଯଦି ଭିଡ ଭିତରେ କିଏ ତାଙ୍କ ପୁଅଝିଅଙ୍କୁ ଘେରି ପଚାରିବା ତୁମେ ହିନ୍ଦୁ ନା ମୁସଲମାନ ତାହେଲେ ସେ କଣ କହିବେ | କାରଣ ତାଙ୍କ ପୁଅଝିଅଙ୍କ ପାଖରେ ଏହି ପ୍ରଶ୍ନର କୌଣସି ଉତ୍ତର ନଥିବା ସେ କହିଛନ୍ତି | କାରଣ ସେ ନିଜ ସନ୍ତାନଙ୍କୁ ଜାତି କିମ୍ବା ଧର୍ମ ସମ୍ପର୍କିତ ଶିକ୍ଷା ଦେଇନଥିବା କହିଛନ୍ତି | ସେ କହିଛନ୍ତି ଯେ, ଜାତି ଧର୍ମ ସହ କୌଣସି ଭଲ ମନ୍ଦର ସମ୍ପର୍କ ନାହିଁ |

ସେ ଆହୁରି କହିଛନ୍ତି ଯେ, ଦେଶରେ ଚାରିଆଡେ ସାମ୍ପ୍ରଦାୟକ ବିଷ ଖେଳି ଗଲାଣି | ଦିନକୁ ଦିନ ସବୁଆଡେ ଦଙ୍ଗା ବଢ଼ିବାରେ ଲାଗିଛି | ତେବେ ଏହି ପରିସ୍ଥିତି ଶୀଘ୍ର ସୁଧୁରିବ ଭଳି ନଜର ଆସୁନଥିବାରୁ ସେ ଚିନ୍ତିତ ହୋଇପଡିଥିବା କହିଛନ୍ତି | ଏହାଛଡା ଯେଉଁମାନେ ଆଇନଉଲଂଘନ କରି ଅପରାଧ କରୁଛନ୍ତି ସେମାନଙ୍କ ବିରୋଧରେ କଡା ଆଇନ ଲାଗୁ ହେବା ଦରକାର ବୋଲି ସେ କହିଛନ୍ତି |

ନାସିରୁଦ୍ଦିନଙ୍କ ବୟାନକୁ ନେଇ ରାଜନୀତି ଦେଖା ଆରମ୍ଭ ହୋଇଛି | ଶିବସେନା ଏହି ମୁଦ୍ଦା ଉପରେ କଡା ପ୍ରତିକ୍ରିୟା ରଖି କହିଛି ଯେ, ନାସିରୁଦ୍ଦିନଙ୍କୁ ଏଭଳି ବୟାନ ଦେବା ଉଚିତ ନଥିଲା |

ଡିସେମ୍ବର ୩ ତାରିଖରେ ବୁଲନ୍ଦସହର ହିଂସା ବେଳେ ଉତ୍ତର ପ୍ରଦେଶ ପୋଲିସ ଅଧିକାରୀ ସୁବୋଧ କୁମାରଙ୍କୁ ଗୁଳି କରି ହତ୍ୟା କରିଦିଆଯାଇଥିଲା | ସେହି ହିଂସା ବେଳେ ଜମ୍ମୁ କାଶ୍ମୀରର ସିପୁରା ଜିଲ୍ଲା ସେନାରେ କାର୍ଯ୍ୟରତ ୨୨ ବର୍ଷ ବୟସ୍କ ଜିତେନ୍ଦ୍ର ମଲିକ ମଧ୍ୟ ସାମିଲ ଥିଲା | ପୋଲିସ ଜିତେନ୍ଦ୍ର ବିରୋଧରେ ମାମଲା ରୁଜ୍ଜୁ କରି ତାକୁ ଗିରଫ କରିଥିଲା | ଏହି ହିଂସା ଘଟଣାରେ ଏପର୍ଯ୍ୟନ୍ତ ୯ ଜଣଙ୍କୁ ପୋଲିସ ଗିରଫ କରିସାରିଛି | କିନ୍ତୁ ଘଟଣାର ମୁଖ୍ୟ ଅଭିଯୁକ୍ତ ବଜରଙ୍ଗ ଦଳ ନେତା ଯୋଗେଶ ରାଜକୁ ପୋଲିସ ଏବେ ଯାଏଁ ଗିରଫ କରିବାରେ ସଫଳ ହୋଇନାହିଁ | ଏହାପୂର୍ବରୁ ମଧ୍ୟ ଦେଶର ସ୍ଥିତି ନେଇ ବୟାନ ଦେଇଥିବା ନାସିରୁଦ୍ଦିନ ଶାହ ଲୋକ ଲୋଚନକୁ ଆସିଥିଲେ |

   Related Posts