୪ ବର୍ଷର ଯାତ୍ରା ପରେ କ୍ଷୁଦ୍ର ଗ୍ରହରେ ପହଞ୍ଚିଲା NASA ସ୍ପେସ୍‌କ୍ରାଫ୍ଟ, ଖୋଲିପାରେ ସୌରଜଗତର ଜନ୍ମ ରହସ୍ୟ !

Published By : Prameya-News7 Bureau | October 21, 2020 IST

ଓ୍ବାଶିଂଟନ ୨୧/୧୦: ଆମେରିକା ମହାକାଶ ଏଜେନ୍ସି ‘ନାସା’କୁ ମିଳିଛି ବଡ଼ ସଫଳତା।  ଓସିରିସ୍‌-ରେକ୍ସମହାକାଶ ଯାନ ପାଖାପାଖି ୪ ବର୍ଷର ଯାତ୍ରା ଶେଷ କରି ଲକ୍ଷ୍ୟସ୍ଥଳରେ ପହଞ୍ଚିଛି। ମହାକାଶର କ୍ଷୁଦ୍ର ଗ୍ରହ ବେନୁରେ ପହଞ୍ଚିଛି ଓସିରିସ୍‌-ରେକ୍ସ । ବେନୁର  ଅସମତଳ ପୃଷ୍ଠକୁ ଛୁଇଁଛି ଓସିରିସ୍‌-ରେକ୍ସ ରୋବୋଟିକ୍‌ ଆର୍ମ।  ଗ୍ରହର ଚଟାଣରେ ଥିବା ବିଭିନ୍ନ ନମୂନାକୁ ଏକତ୍ର କରିଛି ଏହି ଯାନ। ଯାହାକି ଆମ ସୌରଜଗତ ସୃଷ୍ଟି ସମ୍ପର୍କରେ ସୂଚନା ଦେବ।

{"id":348643,"width":570,"height":319,"sizeSlug":"large"}

ଓସିରିସ୍‌-ରେକ୍ସର ଏହି କାର୍ଯ୍ୟ ବୈଜ୍ଞାନିକଙ୍କ ସୌରଜଗତ ନିର୍ମାଣ ସମ୍ପର୍କରେ ଜାଣିବାକୁ ସମର୍ଥ କରିବା ସହ ପୃଥିବୀରେ ଜୀବନ ଆରମ୍ଭ ସମ୍ପର୍କରେ ବି ଜ୍ଞାନ ଦେବ ବୋଲି ନାସା ଆଶା ପ୍ରକଟ କରିଛି। ମଙ୍ଗଳବାର ନମୂନା ସଂଗ୍ରହ କରିଛି ଓସିରିସ୍‌-ରେକ୍ସ। ଯାହାକୁ ‘ଟଚ୍‌ ଆଣ୍ଡ ଗୋ’ ବୋଲି କୁହାଯାଏ। ଯଦି ଓସିରିସ୍‌-ରେକ୍ସ ପର୍ଯ୍ୟାପ୍ତ ପରିମାଣରେ ନମୂନା ସଂଗ୍ରହ କରିପାରିବ ତେବେ ୨୦୨୧ରେ ଏହାକୁ ଫେରିବାକୁ ନିର୍ଦେଶ ଦିଆଯିବ। ଅନ୍ୟଥା ଅନ୍ୟ ଏକ ମିଶନ କରାଯିବ ବୋଲି ନାସା ବୈଜ୍ଞାନିକ କହିଛନ୍ତି।

ସାରା ବିଶ୍ବକୁ ଆଶ୍ଚର୍ଯ୍ୟ କଲା ଭଳି ପ୍ରୟାସ କରିଛି ନାସା। ଏହା ଦ୍ବାରା ପ୍ରଥମେ ବିଶ୍ବ ସୃଷ୍ଟିର ତତ୍ତ୍ବ ନାସାକୁ ମିଳିପାରିବ ବୋଲି ନାସା ପ୍ରଶାସକ ଜିମ ବ୍ରିଡେନ୍‌ଷ୍ଟାଇନ୍‌ କହିଛନ୍ତି। ଓସିରିସ୍‌-ରେକ୍ସ ବେନୁ ପୃଷ୍ଠରେ ପହଞ୍ଚିବା ପରେ ୩.୩୫ ଲମ୍ବା ରୋବୋଟିକ୍‌ ହାତକୁ ଖୋଲିବା ସହ କ୍ଷୁଦ୍ର ଗ୍ରହରୁ ନମୂନା ସଂଗ୍ରହ କରିଥିଲା। ଧିରେଧିରେ ୮୦୫ ମିଟର ପରିଧିରେ ପହଞ୍ଚିବାକୁ ପ୍ରୟାସ କରିଥିଲା ଓସିରିସ୍‌-ରେକ୍ସ। ପ୍ରଥମ ଚେକ୍‌ ପଏଣ୍ଟରେ ସାମ୍ପଲ୍‌ ସଂଗ୍ରହ ପ୍ରକ୍ରିୟାକୁ ‘ନାଇଟ୍‌ଙ୍ଗଲ୍‌’ ବୋଲି କୁହାଯାଏ।

{"id":348644,"width":599,"height":336,"sizeSlug":"large"}

ଏହା ଅଭୂତପୂର୍ବ ଉପଲବ୍ଧି। ଆଜି ଆମେ ଉଭୟ ବିଜ୍ଞାନ ଓ ଇଞ୍ଜିନିୟରିଂରେ ଉନ୍ନତ୍ତି କରିଛୁ। ଏହି ରହସ୍ୟମୟ ଅଧ୍ୟୟନ ପରପୀଢ଼ି ପାଇ ସହାୟକ ହେବ ବୋଲି ନାସା ବୈଜ୍ଞାନିକ ଥୋମାସ୍‌ ଜୁରବୁଚେନ୍‌ କହିଛନ୍ତି।

ସୂଚନାଯୋଗ୍ୟ, ଆମେରିକାର ଫ୍ଲୋରିଡା ସ୍ଥିତ କ୍ୟାପ୍‌ କାନାଭେରେଲ୍‌ ଏୟାରଫୋର୍ସ ସେଣ୍ଟରରୁ ୮ ସେପ୍ଟେମ୍ବର ୨୦୧୬ରେ ଯାତ୍ରା ଆରମ୍ଭ କରିଥିଲା ଓସିରିସ୍‌-ରେକ୍ସ। ୩ ଡିସେମ୍ବରରେ ବେନୁ ପାଖରେ ପହଞ୍ଚି ଏହାର କକ୍ଷ ଚାରିପଟେ ପରିକ୍ରମା କରୁଥିଲା ରେକ୍ସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.