ଭବିଷ୍ୟବାଣୀ: ୨୦୩୦ରେ ଅସ୍ଥିର ହେବ ଚନ୍ଦ୍ର, ପୃଥିବୀରେ ଆସିବ ବିନାଶକାରୀ ବନ୍ୟା

Published By : Prameya-News7 Bureau | July 13, 2021 IST

ନୂଆଦିଲ୍ଲୀ ୧୩।୦୭: ଜଳବାୟୁ ପରିବର୍ତ୍ତନ ମାନବ ସଭ୍ୟତା ବିନାଶର କାରଣ ପାଲଟିଛି। ପୃଥିବୀ ପୃଷ୍ଠରେ ଅସ୍ଵାଭାବିକ ଭାବେ ପାଣିପାଗରେ ପରିବର୍ତ୍ତନ ଘଟୁଛି। ଏହି କାରଣରୁ ଗ୍ଲେସିଅର ବା ବରଫ ଖଣ୍ଡ ତରଳିବାରେ ଲାଗିଛି। ଏଥିରେ ସମୁଦ୍ରର ଜଳସ୍ତର ବଢୁଥବାରୁ ଅନେକ ଦେଶ ଆସନ୍ନ ବିପଦରେ ଅଛନ୍ତି। ଏହି କ୍ରମରେ ଆମେରିକା ମହାକାଶ ଏଜେନ୍ସି ନାସା ନିଜର ଏକ ଅଧ୍ୟୟନର ଦାବି କରିଛି ଯେ, ପାଣିପାଗରେ ପରିବର୍ତ୍ତନର କାରଣ ଚନ୍ଦ୍ର ମଧ୍ୟ ହୋଇପାରେ। ନାସା ନିଜର ରିପୋର୍ଟରେ ଉଲ୍ଲେଖ କରିଛି ଯେ, ୨୦୩୦ରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମୁଦ୍ରର ଜଳସ୍ତର ବଢିବା ସହ ଚନ୍ଦ୍ର ନିଜର କକ୍ଷ୍ୟ ପଥରୁ ବିଚ୍ୟୁତ୍ ହେବ ଏବଂ ଏଥିରେ ପୃଥିବୀ ପୃଷ୍ଠରେ ବିନାଶକାରୀ ବନ୍ୟା ଆସିବ।

ନାସାର ଏହି ଅଧ୍ୟୟନ ଜଳବାୟୁ ପରିବର୍ତ୍ତନ ଉପରେ ଆଧାରିତ ଜର୍ଣ୍ଣାଲ ନେଚରରେ  ଜୁନ ୨୧ରେ ପ୍ରକାଶ ପାଇଛି। ଅଧ୍ୟୟନରେ ଚନ୍ଦ୍ର ଅସ୍ଥିର ହେବା କାରଣରୁ ଆସିବାକୁ ଥିବା ବନ୍ୟାକୁ ଉପଦ୍ରବୀ ବନ୍ୟା କୁହାଯାଇଛି। ଏହି ଧରଣର ବନ୍ୟା ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଆସିଥାଏ। ସମୁଦ୍ରରେ ଉଚ୍ଚ ଜୁଆର ଆସୁଥିବାରୁ ପାଣି ଜନବସତି ଅଞ୍ଚଳରେ ପଶି ବନ୍ୟା ପରିସ୍ଥିତି ସୃଷ୍ଟି କରିଥାଏ। ଚାରିଆଡେ ଜଳମଗ୍ନ ହୋଇଯାଏ।

ନାସାର ଅଧ୍ୟୟନ ଅନୁଯାୟୀ, ୨୦୧୦ ଦଶନ୍ଧିର ମଧ୍ୟ ଭାଗ ସୁଦ୍ଧା ଉପଦ୍ରବ ବନ୍ୟା ସ୍ଥିତି କ୍ରମାଗତ ଜାରି ରହିବ।  ଆମେରିକା ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ରର ଜୁଆର ନିଜର ସ୍ଵାଭାବିକ ଉଚ୍ଚତାଠୁ ଚାରି ଫୁଟ ଅଧିକ ଉଚ୍ଚରେ ଆସିବ। ଏହି  ସ୍ଥିତି ଏକ ଦଶନ୍ଧି ପର୍ଯ୍ୟନ୍ତ ଜାରି ରହିବ। କିନ୍ତୁ ପୂରା ବର୍ଷରେ ବନ୍ୟା ସ୍ଥିତି ଉପୁଜିବ ନାହିଁ। କେବଳ କିଛି ମାସରେ ଏହାର କରାଳ ରୂପ ଦେଖିବାକୁ ମିଳିବ। ଏଥିରେ ସମୁଦ୍ର କୂଳିଆ  ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିବ ଏବଂ ଭୟଙ୍କର କ୍ଷତି ଘଟିବ।

କକ୍ଷ ପଥରୁ ବିଚ୍ୟୁତ୍ ହେବ ଚନ୍ଦ୍ର

ୟୁନିଭର୍ସିଟି ଅଫ  ହାଭାର୍ଡରେ ସହାୟକ ପ୍ରଫେସର ଓ ଅଧ୍ୟୟନର ମୁଖ୍ୟ ଲେଖକ ଫିଲ୍ ଥମ୍ପସନ ପୃଥ୍ଵୀ ଉପରେ ଚନ୍ଦ୍ରର ପ୍ରଭାବ କାରଣରୁ ଆସିବାକୁ ଥିବା ବନ୍ୟା ବିଷୟରେ କହିଛନ୍ତି ଯେ, ଚନ୍ଦ୍ର ଯେବେ ନିଜ  କକ୍ଷ ପଥରୁ ବିଚ୍ୟୁତ୍ ହୁଏ ତେବେ ଏହାର ପୂରା ପ୍ରକ୍ରିୟା ସରିବାକୁ ୧୮ ବର୍ଷ ୬ ମାସ ସମୟ ଲାଗିଥାଏ। ପୃଥିବୀରେ ବଢୁଥିବା ତାପମାତ୍ରା କାରଣରୁ ସମୁଦ୍ରର ଜଳସ୍ତର ସହ ମିଶି ଏହା ଆହୁରି ବିପଦଜ୍ଜନକ ହୋଇଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.