ଶୋଇବା ପାଇଁ ମିଳିବ ୧୩ ଲକ୍ଷ ଟଙ୍କା, ତୁରନ୍ତ କରନ୍ତୁ ଆବେଦନ

Published By : Prameya-News7 Bureau | March 29, 2019 IST

ଟିକେ ଭାବିଲେ ଯଦି ଶୋଇବା ପାଇଁ ଆପଣଙ୍କୁ ଟଙ୍କା ମିଳିବ ? ତାହେଲେ କେତେ ଭଲ କଥା । ଏହା ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ କଥାଟି ସତ | ଆମେରିକା ଅନ୍ତରୀକ୍ଷ ଏଜେନ୍ସି ନାସା ଶୋଇବା ପାଇଁ ଲକ୍ଷେ ଟଙ୍କା ଦଉଛି | ଶୋଇବା ପାଇଁ ଲୋକଙ୍କୁ ୧୩ ଲକ୍ଷ ଟଙ୍କା ଦିଆଯିବ |

{"id":98092}


ଆମେରିକା ଅନ୍ତରୀକ୍ଷ ଏଜେନ୍ସି, ୟୁରୋପୀୟ ଅନ୍ତରୀକ୍ଷ ଏଜେନ୍ସି ସହିତ ମିଶି କୃତ୍ରିମ ଗ୍ରାଭିଟିରେ ଶୋଇବା ଉପରେ ଏକ ପରୀକ୍ଷା କରାଯିବ | ଏଥିପାଇଁ ସେମାନେ ଏମିତି ଲୋକଙ୍କୁ ଖୋଜୁଛନ୍ତି ଯେଉଁମାନେ କୃତ୍ରିମ ଗ୍ରାଭିଟି ସହ ଜଡିତ ରିସର୍ଚ ବେଳେ ୨ ମାସ ପର୍ଯ୍ୟନ୍ତ ବିଛଣାରେ ପଡିରହିବେ |

{"id":98093,"width":570,"height":391}


ଏହି ରିସର୍ଚ୍ଚ ପାଇଁ ୧୨ ଜଣ ପୁରୁଷ ଏବଂ ୧୨ ଜଣ ମହିଳାଙ୍କୁ ଖୋଜୁଛି ଆମେରିକା ଅନ୍ତରୀକ୍ଷ ଏଜେନ୍ସି | ଏହି ପୁରୁଷ ଏବଂ ମହିଳାଙ୍କ ବୟସ ୨୪ ବର୍ଷରୁ ୫୫ ବର୍ଷ ଭିତରେ ହୋଇଥିବା ଦରକାର | ଏମାନଙ୍କୁ ଏଥିପାଇଁ ୧୮୫୦୦ ଆମେରିକୀୟ ଡଲାର ଅର୍ଥାତ ୧୨.୮୧ ଲକ୍ଷ ଟଙ୍କା ଦିଆଯିବ |

{"id":98094,"width":574,"height":384}


AGBRESA (ଆର୍ଟିଫିସିଆଲ ଗ୍ରାଭିଟି ବେଡ଼ ରେଷ୍ଟ ଷ୍ଟଡି) ଜର୍ମାନୀର ଏୟାରସ୍ପେସ ସେଣ୍ଟରରେ ହେବ | ଏଥିରେ ବଛା ଯାଇଥିବା ଲୋକଙ୍କ ଶୋଇବା ଛଡା ସବୁ ଗତିବିଧି ଉପରେ ନଜର ରଖାଯିବ | ଏଥିରେ ଭୋଜନ, ପରୀକ୍ଷଣ ଆଦି ସାମିଲ ଅଛି |

{"id":98095,"width":574,"height":323}


ଅଧ୍ୟୟନ ବେଳେ ସ୍ୱୟଂସେବକଙ୍କୁ କୌଣସି ପ୍ରକାର ପରିଶ୍ରମ କରିବାକୁ ଅନୁମତି ଦିଆଯିବନାହିଁ | ତାଙ୍କ ଉପରେ ୨୪ ଘଣ୍ଟା ନଜର ରଖାଯିବ | ମାଂସପେଶୀର ଶକ୍ତି, ସନ୍ତୁଳନ ଏବଂ ହୃଦୟ ସହ ଜଡିତ ଆକ୍ଟିଭିଟି ଉପରେ ନଜର ରଖାଯିବ | ପୁରା ଟିମକୁ ଏହି ୨୪ ଜଣ ମହିଳା ଏବଂ ପୁରୁଷଙ୍କୁ ସପୋର୍ଟ କରିବ | ପରୀକ୍ଷଣ ବେଳେ ଏହି ୨୪ ଜଣଙ୍କ ସ୍ୱାସ୍ଥ୍ୟ ପ୍ରତି ପୁରା ଧ୍ୟାନ ଦିଆଯିବ |

{"id":98096}


ରିସର୍ଚ୍ଚ ସମ୍ପୂର୍ଣ ହେବାପରେ ଗବେଷଣା ଲବ୍ଧ ଡାଟା ପ୍ରକାଶ କରାଯିବ | ଏହାସହ ଏହି ରିସର୍ଚ୍ଚ କିଭଳି ଅନ୍ତରୀକ୍ଷ ଯାତ୍ରୀଙ୍କୁ ଅନ୍ତରୀକ୍ଷରେ ସାହାଯ୍ୟ କରିପାରିବ ସେନେଇ ବୈଜ୍ଞାନିକମାନେ ଲୋକଙ୍କୁ ସୂଚନା ଦେବେ |

{"id":98097}


ଯଦି ଏହି ରିସର୍ଚ୍ଚ ସଫଳ ହୁଏ ତାହେଲେ ଏହା ସ୍ପଷ୍ଟ ହୋଇଯିବ ଯେ, ନାସା ବାସ୍ତବରେ ଆଇଏସଏସ ପାଇଁ ଏଣ୍ଟିଗ୍ରାଭିଟି ଉପକରଣ ବିକଶିତ କରିବ ଏବଂ ବିଶେଷ କରି ଅନ୍ତରୀକ୍ଷ ଯାନ ପାଇଁ ମଙ୍ଗଳ ଭଳି ଦୂର ସ୍ଥାନରେ ଟଙ୍କା ଖର୍ଚ୍ଚ କରିପାରିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.