ଭାରତର ଆଶ୍ଚର୍ଯ୍ୟଜନକ ଚିତ୍ର ସେୟାର କଲା ନାସା, ଯାହା କେବେ ହୋଇନଥିଲା ତାହା ଲକ୍ ଡାଉନ୍ କରିଦେଲା

Published By : Prameya-News7 Bureau | April 23, 2020 IST

ନୂଆଦିଲ୍ଲୀ ୨୩।୪: କରୋନା ଭାଇରସ୍ ପୃଥିବୀର ପ୍ରାୟ ସମସ୍ତ ଦେଶରେ କାୟା ବିସ୍ତାର କରିସାରିଛି । ବର୍ତ୍ତମାନ ସୁଦ୍ଧା ଏହି ମହାମାରୀ ଯୋଗୁଁ ବିଶ୍ବରେ ପ୍ରା ୧ ଲକ୍ଷ ୮୦ ହଜାର ଲୋକ ପ୍ରାଣ ହରାଇସାରିଛନ୍ତି । ଏହି ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ଅନେକ ଦେଶରେ ଲକ୍ ଡାଉନ୍ ବଳବତ୍ତର ରହିଛି । ଲକ୍ ଡାଉନ୍ ଯୋଗୁଁ ଅଳ୍ପ ସଂଖ୍ୟାକ ଯାନବାହାନର ଚଳାଚଳ କରୁଛି, ଅଧିକାଂଶ କାରଖାନା ବନ୍ଦ ହୋଇରହିଛି ଏବଂ ଲୋକମାନେ କେବଳ ଜରୁରୀ କାମ ପାଇଁ ଘରୁ ବାହାରକୁ ଯାଉଛନ୍ତି ।

ଏହି ଲକ୍ ଡାଉନ୍ କରୋନା ଭାଇରସ୍ ବିସ୍ତାର ସହ ଲଢିବାରେ ସହାୟକ ହେଉଥିବାବେଲେ ପରିବେଶ ଉପରେ ଏହାର ଚମତ୍କାର ପ୍ରଭାବ ଦେଖିବାକୁ ମିଳିଛି । ଲକ୍ ଡାଉନ୍ ଯୋଗୁଁ ପ୍ରଦୂଷଣର ସମସ୍ୟା ଯେମିତି ସମାଧାନ ହେଲାଭଳି ମନେହେଉଛି । ଭାରତରେ ପ୍ରଦୂଷଣର ସମସ୍ୟା ଯେପରି ସମାଧାନ ହୋଇଯାଇଛି, ଆମେରିକାର ସ୍ପେସ୍ ଏଜେନ୍ସି ନାସା ମଧ୍ୟ ଉପଗ୍ରହ ଚିତ୍ର ସେୟାର କରି ଏହାକୁ ନିଶ୍ଚିତ କରିଛି ।

ନାସା ଏକ ଉପଗ୍ରହ ଚିତ୍ର ଜାରି କରି କହିଛି ଯେ, ଭାରତରେ ପ୍ରଦୂଷଣ ସ୍ତର ହ୍ରାସ ପାଇଛି । ମାର୍ଚ୍ଚ ୨୫ ତାରିଖରୁ ଭାରତରେ ଏହି ଲକ୍ ଡାଉନ୍ ଚାଲିଛି ଏବଂ ଏଠାରେ ରହୁଥିବା ପ୍ରାୟ ୧୩୦ କୋଟି ଲୋକ ସେମାନଙ୍କ ଘରେ ଅଛନ୍ତି । ଦେଶରେ ଲକ୍ ଡାଉନ୍ ଜାରି ଥିବାରୁ କାରଖାନା, କାର, ବସ୍, ଟ୍ରକ୍, ଟ୍ରେନ୍, ବିମାନ ଉଡାଣ ବନ୍ଦ ରହିଛି । ଏଗୁଡିକ ଚଳାଚଳ ବନ୍ଦ ହେବା ପରେ ନାସାର ସାଟେଲାଇଟ୍ ସେନ୍ସର ଭାରତର ଯେଉଁ ଚିତ୍ର ଉତ୍ତୋଳନ କରିଛି ତାହା ବେଶ୍ ଚମତ୍କାର । ନାସା ଅନୁସାରେ ଉତ୍ତର ଭାରତରେ ବାୟୁ ପ୍ରଦୂଷଣର ସ୍ତର ସର୍ବନିମ୍ନ ସ୍ତରରେ ରହିଛି । ନାସା କହିଛି ଯେ, ଉପଗ୍ରହ ତଥ୍ୟରୁ ଜଣାପଡିଛି ଯେ,  କରୋନା ଭାଇରସ୍ ପାଇଁ ଜାରି କରାଯାଇଥିବା ଲକ୍ ଡାଉନ୍ ଆରମ୍ଭ ହେବା ପରଠାରୁ ଉତ୍ତର ଭାରତରେ ବାୟୁରେ ଥିବା କଣିକାର ସ୍ତର ଯଥେଷ୍ଟ ହ୍ରାସ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.