Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||

NASA ସେୟାର କଲେ Woolf Moon ଫଟୋ, ଜାଣନ୍ତୁ କାହିଁକି ଖାସ୍ ?

31/12/2020 at 9:14 PM

ୱାସିଂଟନ: ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥାନ ‘ନାସା’ ତାଙ୍କ ଇଂଷ୍ଟାରେ ଜହ୍ନର ଏକ ଫଟୋଚିତ୍ର ସେୟାର କରିଛନ୍ତି। ଚନ୍ଦ୍ରର ଏହି ଫୋଟକୁ ନାସା ‘ଉଲଫ୍ ମୁନ୍‌’ ବୋଲି ଉଲ୍ଲେଖ କରିଛନ୍ତି। ୨୦୨୦ର ଏହା ତ୍ରୟୋଦଶ ତଥା ଶେଷ ପୂର୍ଣ୍ଣିମା। ଏହା ସହ ଏହି ପୂର୍ଣ୍ଣମିର ଚାନ୍ଦକୁ କାହିଁକି ଉଲଫ ମୁନ୍‌ କୁହାଯାଏ ତାର ମଧ୍ୟ ସୁନ୍ଦର ବ୍ୟାଖ୍ୟା କରିଛନ୍ତି। ତେବେ ଆସନ୍ତୁ ଜାଣିବା ଉଲଫ ମୁନ୍‌ କ’ଣ ?

ତିନଦିନ ପର୍ଯ୍ୟନ୍ତ ଦେଖାଯିବ ପୂର୍ଣ୍ଣଚନ୍ଦ୍ର
ନାସା ଜହ୍ନର ଫଟୋ ସେୟାର କରି ଆହ…..ଉ ! ଏହା ବର୍ଷର ଶେଷ ଉଲଫମୁନ୍‌ ଉଲ୍ଲେଖ କରିଛନ୍ତି। ଯାହା ଆକାଶରେ ୩ ଦିନ ପର୍ଯ୍ୟନ୍ତ ସମାନ ଆକାରରେ ଦେଖାଦେବ ବୋଲି ଉଲ୍ଲେଖ କରିଛନ୍ତି। ବର୍ଷର ଏହା ତ୍ରୟୋଦଶତମ(୧୩ତମ) ପୂର୍ଣ୍ଣିମା ହୋଇଥିବା ବେଳେ ଅତ୍ୟନ୍ତ ଶୀତଳ। ତେବେ ସବୁଠାରୁ ଯାହା ବଡ କଥା  ତାହା ହେଉଛି ଏହି ଚନ୍ଦ୍ରର ଗୋଲାକାର କ୍ଷୟ ହେବ ନାହିଁ। ପୂର୍ଣ୍ଣିମା ରାତ୍ରି ଭଳି ଭୋର ପର୍ଯ୍ୟନ୍ତ ୩ ଦିନ ଯାଏ ଗୋଲ ରହିବ।

ତେବେ ଉଲଫମୁନ୍‌ କାହିଁକି?
ନାସାଙ୍କ ଅନୁସାରେ ବିଭିନ୍ନ ପୂର୍ଣ୍ଣିମାକୁ ଭିନ୍ନ ଭିନ୍ନ ସଂସ୍କୃତିରେ ସେହି ସମୟ ସହ ବିଭିନ୍ନ ନାମରେ ଲୋକେ ନାମିତ କରିଛନ୍ତି, ଯାହା ସମ୍ପୂର୍ଣ୍ଣ ପ୍ରାକୃତିକ। ତେବେ ଉତ୍ତର ଓ ପୂର୍ବ ଆମେରିକାର ପ୍ରାଚୀନ ଜନଜାତୀ ସମ୍ପ୍ରଦାୟ ଏହାକୁ ଦୀର୍ଘ ବର୍ଷରୁ ଉଲଫ୍‌ ମୁନ୍‌ ନାମରେ ନାମିତ କରିଆସିଛନ୍ତି। ବର୍ଷର ଏହି ସମୟଟି ଭୀଷଣ ଥଣ୍ଡା ଓ ଖାଦ୍ୟ ସଂଗ୍ରହ ଲାଗି ବଣରୁ ଗଧିଆମାନେ ଜନବସତୀକୁ ପଶିଆସନ୍ତି। ସେତେବେଳେ ଏମାନେ ବିଭିନ୍ନ ଶବ୍ଦ ମଧ୍ୟ କରନ୍ତି।

ଆଇସ୍‌ ମୁନ୍‌ ମଧ୍ୟ କୁହାଯାଏ
ଏହି ପୂର୍ଣ୍ଣିମାକୁ ଆଇସ୍‌ ମୁନ୍‌ ଭାବେ ମଧ୍ୟ ଲୋକେ ଜାଣନ୍ତି। ଡିସେମ୍ବରରେ ପଡୁଥିବା ପୂର୍ଣ୍ଣିମା ଅତ୍ୟନ୍ତ ଶୀତଳ (କୋଲ୍ଡ ମୁନ୍‌)। ଉପରେ ଆକାଶରେ ତୋଫା ଜହ୍ନ ସାଙ୍ଗକୁ ବିସ୍ତିର୍ଣ୍ଣ ପଡିଆରେ ବରଫର ସଫେଦ ଚାଦର ଘୋଡେଇ ହୋଇଯାଏ। ପୂର୍ଣ୍ଣିମାର ଏହି ନୈସର୍ଗିକ ଦୃଶ୍ୟ ବାସ୍ତବିକ ଚିତାକର୍ଷକ। ଏଣୁ ଲୋକେ ଏହାକୁ ଆଇସ୍‌ ମୁନ୍‌ ମଧ୍ୟ କୁହନ୍ତି।

   Related Posts