ସୌର ମଣ୍ଡଳ ବାହାରେ ‘ସୁପର ଆର୍ଥ’ ଖୋଜି ବାହାର କଲା ନାସା, ଜୀବନର ବି ମିଳିଛି ସନ୍ଧାନ
4/08/2019 at 5:13 PM

ୱାସିଂଟନ: ନାସା ବିଶେଷଜ୍ଞମାନେ ପୃଥିବୀ ପରେ ସମାନ ବିଶେଷତା ଥିବା ଗ୍ରହ ‘ସୁପର ଆର୍ଥ’ ଖୋଜି ବାହାର କରିଛନ୍ତି। ଯେଉଁଥିରେ ପୃଥିବୀ ଭଳି ଜୀବ ସତ୍ତା ଥାଇପାରେ ବୋଲି ଆଶଙ୍କା କରାଯାଉଛି। ତେବେ ଏହି ଗ୍ରହ ଆମ ସୌର ମଣ୍ଡଳ ବାହାରେ ଥିବା ଜଣାପଡିଛି। ଆମ ପୃଥିବୀ ଠାରୁ ପ୍ରାୟ ୩୧ ଆଲୋକବର୍ଷ ଦୂରରେ ଏହି ଗ୍ରହକୁ ଠାବ କରାଯାଇଥିବା ବେଳେ ଏହାକୁ ଜିଜେ-୩୫୭ଡି ନାମରେ ନାମିତ କରାଯାଇଛି। ନାସାର ଟ୍ରାଞ୍ଜିଟିଂ ଏକ୍ସୋପ୍ଲାନେଟ୍ ସର୍ଭେ ସାଟେଲାଇଟ ଚଳିତବର୍ଷ ପ୍ରାରମ୍ଭରେ ଏହି ଗ୍ରହକୁ ଖୋଜିଥିଲା।

ଆମ ସୌର ମଣ୍ଡଳ ବାହାରେ ହେଲେବି ପୃଥିବୀ ନିକଟରେ ପୃଥିବୀ ଭଳି ଏକ ଗ୍ରହ ଠାବ ହେବା ଘଟଣାକୁ କର୍ଣ୍ଣେଲ ୟୁନିଭର୍ସିଟିର ଆସିଷ୍ଟାଣ୍ଟ ପ୍ରଫେସର ତଥା ଟିଇଏସଏସ୍ ବିଜ୍ଞାନ ଟିମ୍ ର ସଦସ୍ୟା ଲିଜା କଲ୍ଟେନର ଉତ୍ସାହପ୍ରଦ ବୋଲି କହିଛନ୍ତି। ଆକାରରେ ଅମ ପୃଥିବୀଠାରୁ ବଡ ଏହି ଗ୍ରହରେ ହୁଏତ ଜୀବ ସତ୍ତା ଥାଇପାରେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। କାରଣ ସେଠାରେ ପରିବେଶର ସଙ୍କେତ ମିଳୁଥିବା ଲିଜା କହିଛନ୍ତି। ଆଷ୍ଚ୍ରୋଫିଜିକାଲ ଜର୍ଣ୍ଣାଲ ଲେଟର୍ସରେ ଏହି ଅନୁସନ୍ଧାନ ସମ୍ପର୍କିତ ସନ୍ଦର୍ଭ ପ୍ରକାସିତ ହୋଇଥିବା ବେଳେ ଟେଲିସ୍କୋପ ସହାୟତାରେ ସେଠାରେ ଜୀବନର ସଙ୍କେତ ଖୋଜା ଯାଇପାରେ ବୋଲି ଉଲ୍ଲେଖ ରହିଛି। ଯଦି ଜଳ ତରଳ ଅବସ୍ଥାରେ ଥିବ ତେବେ ନିଶ୍ଚିତ ଜୀବନ ଥିବ ଓ ଜଣାପଡିଲେ ଏ ନେଇ ଅନ-ଲାଇନରେ ସୂଚନା ଉପଲବ୍ଧ କରାଯିବ ବୋଲି ସନ୍ଦର୍ଭରେ ଉଲ୍ଲେଖ କରିଛନ୍ତି ଲିଜା।

ସେହିପରି ଏଷ୍ଟ୍ରନମି ଏଣ୍ଡ ଏଷ୍ଟ୍ରୋଫିଜିକ୍ସ ନାମକ ଜର୍ଣ୍ଣାଲରେ ସ୍ପେନର ଇନିଷ୍ଟିଚ୍ୟୁଟ ଅଫ ଆଷ୍ଟ୍ରୋ ଫିଜିକ୍ସ ଅଫ ଦି କେନାରୀ ଆଇଲ୍ୟାଣ୍ଡ ଓ ୟୁନିଭର୍ସିଟି ଅଫ ଲ ଲାଗୁନାର ମହାକାସବିଦ ମାନେ ଜିଜେ ୩୫୭ ସିଷ୍ଟମର ଅନୁସନ୍ଧାନ କରିଥିବା ଦାବି କରୁଛନ୍ତି। ସେମାନେଏହି ସିଷ୍ଟମରେ ମୋଟ ୩ଟି ଗ୍ରହ ଥିବା ଓ ଯେଉଁଥିରୁ ୩୫୭-ଡିରେ ମାନବର ବସବାସ ନିମନ୍ତେ ଅନୁକୂଳ ପରିସ୍ଥିତି ଥିବା ଆକଳନ କରିଛନ୍ତି। ଏହା ଛଡା ସିଷ୍ଟମରେ ଏକ କ୍ଷୁଦ୍ରଗ୍ରହ (ଜିଜେ ୩୫୭) ଥିବା ଯାହାର ଆକାର ସୂର୍ଯ୍ୟଙ୍କ ଏକ ତୃତୀୟାଂଶ ବୋଲି ଉଲ୍ଲେଖ କରାଯାଇଛି।