Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

NASAଙ୍କ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ, ମେଲୁଛି ପୃଥିବୀର ଓଜନ ସ୍ତରରେ ଫାଟ, ୨୦୨୧ରେ ଦୁର୍ବିସହ ହେବ ଶୀତ

29/10/2021 at 4:46 PM

ନୂଆଦିଲ୍ଲୀ ୨୯।୧୦: ମହାକାଶରେ ଓଜନ ସ୍ତରରେ ଫାଟ ବଢ଼ି ବଢ଼ି ଚାଲିଛି। ଏବେ ଏହା ଏତେ ବଢ଼ି ଯାଇଛି ଯେ  ଭାରତ ଆକାରର ୮ଟି ଦେଶ ଏଥିରେ ରହିଯିବେ।  ଓଜନ ସ୍ତରରେ ହୋଇଥିବା ଛିଦ୍ରର ଆକାର ୨.୪୮ ବର୍ଗ କିଲୋମିଟର ହୋଇଗଲାଣି। ଆମେରିକାର ନ୍ୟାସନାଲ ଏରୋନେଟିକ୍ସ ଏଣ୍ଡ ସ୍ପେସ୍ ଆଡମିନେଷ୍ଟ୍ରେସନ (ନାସା) ଓ ନ୍ୟାସନାଲ ଓସନିକ ଏଣ୍ଡ ଏଟମସଫେରିକ ଆଡମିନେଷ୍ଟ୍ରେସନ (ଏନଓଏଏ)ଙ୍କ ମିଳିତ ଅଧ୍ୟୟନରୁ ଏହା ଜଣାପଡିଛି।

ଏ ନେଇ ଉଭୟ ସଙ୍ଗଠନ ଏକ ମିଳିତ ରିପୋର୍ଟ ପ୍ରସ୍ତୁତ କରିଥିବା ବେଳେ ଏଥିରେ ଓଜନ ଛିଦ୍ର ୨୦୨୧ରେ ଅଧିକ ବ୍ୟପ୍ତ ହୋଇଥିବା କୁହାଯାଇଛି। ଓଜନ ସ୍ତରରେ ଏତେ ବିଶାଳ ଛିଦ୍ର ୨୦୨୧ ମସିହାର ଶୀତ ଋତୁକୁ ଅଧିକ ଶୀତଳ କରିପାରେ ବୋଲି ନାସାଙ୍କ ମୁଖ୍ୟ ଭୂ-ବୈଜ୍ଞାନିକ ପଲ ନ୍ୟୁମ୍ୟାନ କହିଛନ୍ତି। ସେ କହିଛନ୍ତି ଯେ ଦକ୍ଷିଣ ଗୋଲାର୍ଦ୍ଧ ସ୍ୱାଭାବିକରୁ ଅଧିକ ଥଣ୍ଡା ହେବା ଯୋଗୁ ଓଜନ ସ୍ତରରେ ଛିଦ୍ର ବଢ଼ି ଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଆଣ୍ଟାର୍କଟିକାରେ ଶୀତ ଋତୁ ସମାପ୍ତ ହେବା ପରେ ଏଠାରେ ସୂର୍ଯ୍ୟୋଦୟ ହୋଇଥାଏ। ଫଳରେ ଏଠାକାର ପରିବେଶରେ ଜମି ରହୁଥିବା କ୍ଲୋରିନ ଓ ବ୍ରୋମିନ ଓଜନକୁ ପ୍ରଭାବିତ କରିବା ଭଳି ରସାୟନିକ ପ୍ରତିକ୍ରିୟା ଆରମ୍ଭ କରିଥାଏ। କ୍ଲୋରିନ ଓ ବ୍ରୋମିନର ଗୋଟିଏ ଅଣୁ ହଜାର ହଜାର ଓଜନ ଅଣୁ ନଷ୍ଟ କରିଦେଇଥାଏ। ଏଣୁ ଓଜନ ସ୍ତରରେ ଛିଦ୍ରର ଆକାର ମାପିବା ଲାଗି ପ୍ରତିବର୍ଷ ଆଣ୍ଟାର୍କଟିକାରେ ଶୀତ ଋତୁ ଶେଷ ହେଲେ ବୈଜ୍ଞାନିକମାନେ ଦକ୍ଷିଣ ଗୋଲାର୍ଦ୍ଧରେ ଋତୁକାଳୀନ ବେଲୁନ୍‌ରେ ଓଜନ ମାପକ ଯନ୍ତ୍ର ରଖି ଆକାଶକୁ ଛାଡିଥାନ୍ତି।

   Related Posts