ଚନ୍ଦ୍ରଯାନ-୨କୁ ନେଇ ନୂଆ ତଥ୍ୟ ଦେଲେ ନାସା, ଜାଣନ୍ତୁ କହିଛନ୍ତି କ'ଣ

Published By : Prameya-News7 Bureau | September 27, 2019 IST

ୱାସିଂଟନ: ଭାରତର ମହତ୍ୱାକାଙକ୍ଷୀ ମୁନ୍ 'ମିସନ୍ ଚନ୍ଦ୍ରୟାନ-୨'ର ବିକ୍ରମ ଲ୍ୟାଣ୍ଡର ନେଇ ଆମେରିକୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥାନ 'ନାସା'ନୂଆ ତଥ୍ୟ ଦେଇଛନ୍ତି। ଏଥିରେ ଚନ୍ଦ୍ରପୃଷ୍ଠରେ ଯେଉଁଠି ବିକ୍ରମ ଲ୍ୟାଣ୍ଡର ପଡିଥିଲା ତା ଆଖପାଖର ଚିତ୍ର ଦେବା ସହ  ନାସାର 'ଲୁନାର ରିକନିସନ୍ସ ଆର୍ବିଟର କ୍ୟାମେରା' ଏଲଆରଓସି ବିକ୍ରମ ପଡିଥିବା ସ୍ଥାନର ସନ୍ଧାନ ଏପର୍ଯ୍ୟନ୍ତ ପାଇପାରି ନଥିବା ଜଣାଇଛନ୍ତି। ତେବେ ଅକ୍ଟୋବର ୧୪ ତାରିଖ ଦିନ ଏଲଆରଓସି ପୁଣି ସେହି ଅଞ୍ଚଳ ଦେଇ ଗତି କରିବ। ଏଣୁ ବିକ୍ରମକୁ ଖୋଜିବା ଲାଗି ଉଦ୍ୟମ କରାଯିବ ବୋଲି ନାସା ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଜଣାଇଛନ୍ତି।

wp:html /wp:html

ଗତ ସେପ୍ଟେମ୍ବର ୭ ତାରିଖ ଦିନ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାର ଥିଲା। ତେବେ ଚନ୍ଦ୍ରପୃଷ୍ଠରୁ ମାତ୍ର ୨.୧ କିଲୋମିଟର ଊର୍ଦ୍ଧ୍ୱରେ ଇସ୍ରୋର ସମ୍ପର୍କ ବିଛିନ୍ନ ହୋଇଥିଲା। ଇସ୍ରୋର ତଥ୍ୟ ବିଶ୍ଲେଷଣ କରି ନାସା ବିକ୍ରମ ଲ୍ୟାଣ୍ଡରର ହାର୍ଡ ଲ୍ୟାଣ୍ଡିଂ ହୋଇଥିବା ସ୍ପଷ୍ଟ କରିଛନ୍ତି। ତେବେ ଯେତେବେଳେ ନାସାର ଏଲଆରଓସି ବିକ୍ରମ ଲ୍ୟାଣ୍ଡର ଓହ୍ଲାଇଥିବା ଅଞ୍ଚଳ ଉପରଦେଇ ଗତି କଲା ସେତେବେଳେ ଚନ୍ଦ୍ରରେ ସନ୍ଧ୍ୟା ହୋଇ ଆସିଥିଲା। ତଥାପି ଏଲଆରଓସି ବିକ୍ରମ ପଡିଥିବା ସ୍ଥଳର ୧୫୦ କିଲୋମିଟର ଅଞ୍ଚଳର ଉଚ୍ଚମାନ ଫଟୋ ଉତ୍ତୋଳନ କରିଥିଲା। ହେଲେ ଏଥିରୁ ବିକ୍ରମକୁ ଚିହ୍ନଟ କରି ହେଉ ନଥିବା ନାସା କହିଛନ୍ତି।

{"id":163400}

ଆସନ୍ତା ୧୪ ତାରିଖ ଦିନ ଚନ୍ଦ୍ରର ସେହି ଅଞ୍ଚଳରେ ସୂର୍ଯ୍ୟୋଦୟ ହୋଇସାରିଥିବ। ଏଣୁ ଏଥର ଏଲଆରଓସି ଅଞ୍ଚଳ ଉପର ଦେଇ ଗତି କରିବା ବେଳେ ବିକ୍ରମ ଲ୍ୟାଣ୍ଡରକୁ ଖୋଜିବାକୁ ଚେଷ୍ଟା କରାଯିବ। ସୂର୍ଯ୍ୟାଲୋକରେ ଲ୍ୟାଣ୍ଡରକୁ ଖୋଜିବା ଅଧିକ ସହଜ ହେବା ସହ ଚନ୍ଦ୍ରର ସେହି ପୃଷ୍ଠର ବିସ୍ତୃତ ସୂଚନା ମଧ୍ୟ ସଂଗ୍ରହ କରାଯାଇ ପାରିବ ବୋଲି ନାସା ଜଣାଇଛନ୍ତି। ସେପଟେ ଇସ୍ରୋ ମଧ୍ୟ ବିକ୍ରମ ଲ୍ୟାଣ୍ଡର ପିଛା ଏଯାଏଁ ଛାଡି ନାହାନ୍ତି। ଚନ୍ଦ୍ରର ସେହି ପାର୍ଶ୍ୱରେ ସୂର୍ଯ୍ୟୋଦୟ ସହ ସୋଲାର ପ୍ୟାନେଲ ଚାର୍ଜ ହେଲେ ବିକ୍ରମ ସହ ଯୋଗାଯୋଗ କରିବାକୁ ପୁଣି ଉଦ୍ୟମ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.