Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||

ଭୂମିକମ୍ପରେ ଥରିଲା ମଙ୍ଗଳ ଗ୍ରହ, ଏସଆଇଏସ୍ ରେକର୍ଡ କରିଛି କମ୍ପନର ତୀବ୍ରତା

26/04/2019 at 5:04 PM

ଓ୍ବାସିଂଟନ ୨୫।୪ : ସମ୍ଭବତଃ ପୃଥିବୀ ଭଳି ମଙ୍ଗଳ ଗ୍ରହରେ ମଧ୍ୟ ଅନୁଭୂତ ହେଉଛି ଭୂମିକମ୍ପ । ମଙ୍ଗଳ ଅଭିଯାନରେ ଯାଇଥିବା ଆମେରିକୀୟ ଅନ୍ତରୀକ୍ଷ ଯାନ ରବୋଟିକ ଲ୍ୟାଣ୍ଡର ଇନସାଇଟରୁ ପ୍ରଥମ ଥର ଏହି ସୂଚନା ମିଳିଛି। ଲ୍ୟାଣ୍ଡରର ଭୂମିକମ୍ପ ମାପକ ଯାନ୍ତ୍ର ସେସମିକ୍ ଏକ୍ସପିରିମେଣ୍ଟ ଫର ଇଣ୍ଟିରିୟର ଷ୍ଟ୍ରକ୍ଚର ଏସଇଆଇଏସ୍ ଏଭଳି କିଛି ଗତିବିଧି ରେକର୍ଡ କରିଛି । ଯଦି ଏହା ଭୂମି କମ୍ପ ହୋଇଥାଏ ତେବେ ଏ ଦିଗରେ ବୈଜ୍ଞାନିକ ଗବେଷଣାକୁ ନୂଆ ଦିଗ ମିଳିବ ବୋଲି ଆମେରିକାର ଜେଟ୍ ପ୍ରପଲସନ ଲବୋରେଟରୀ ପକ୍ଷରୁ କୁହାଯାଇଛି ।

ନାସା ଅନୁସାରେ ଗତ ଏପ୍ରିଲ ୬ ତାରିଖ ଦିନ ମଙ୍ଗଳ ଗ୍ରହରେ କମ୍ପନ ଅନୁଭୂତ ହୋଇଥିଲା। ସେଦିନ ଇନ୍ ସାଇଟର ମଙ୍ଗଳ ଗ୍ରହରେ ୧୨୮ ତମ ଦିବସ ଥିଲା। ଯାନରୁ ମିଳିଥିବା ସଙ୍କେତରୁ ତାହା ବୋଧ ହୁଏ ଗ୍ରହରେ ଭୂମିକମ୍ପର ସଙ୍କେତ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି। କମ୍ପନର ସଠିକ କାରଣ ଅନୁଧ୍ୟାନ ପାଇଁ ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ପ୍ରାପ୍ତ ଡାଟାର ଅନୁଧ୍ୟାନ କରୁଛନ୍ତି ।

ଏହା ପୂର୍ବରୁ ମଧ୍ୟ ମଙ୍ଗଳ ଗ୍ରହରେ ତୀବ୍ର କମ୍ପନ ଅନୁଧ୍ୟାନ କରାଯାଇଛି । ତେବେ ଗ୍ରହର ଉପରି ଭାଗରେ ବାୟୁ ଭଳି କାରକଙ୍କ ଦ୍ବାରା ଏଭଳି କମ୍ପନ ସୃଷ୍ଟି ହେଉଥାଇ ପାରେ ବୋଲି ଅନୁମାନ କରାଯାଉଥିଲା। ତେବେ ପ୍ରଥମ ଥର ସେସମିକ୍ ଟର୍ମରର ସଂକେତ ମିଳିଥିବା କହିଛନ୍ତି ନାସା ଇନସାଇଟର ପ୍ରିନ୍ସପାଲ ଇନଭେଷ୍ଟିଗେଟର ବ୍ରୁସ ବେନର୍ଡଟ୍ ।

   Related Posts