Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ମଙ୍ଗଳ ଗ୍ରହର ମାଟି ପୃଥିବୀକୁ ଆଣିବ ନାସା: କେତେ ଟଙ୍କା ଖର୍ଚ୍ଚ ହେବ ଜାଣନ୍ତୁ…

5/06/2021 at 9:47 PM

ନୂଆଦିଲ୍ଲୀ ୦୫/୦୬ : ଆମେରିକାର ସ୍ପେସ୍ ଏଜେନ୍ସି ନାସା ବିଶ୍ୱର ସବୁଠାରୁ ମହଙ୍ଗା ବସ୍ତୁକୁ ପୃଥିବୀକୁ ଆଣିବାକୁ ଯାଉଛି। ନାସା ମଙ୍ଗଳ ଗ୍ରହରୁ ସଂଗ୍ରହ କରାଯାଇଥିବା ଧୂଳି ଏବଂ ମାଟି ପୃଥିବୀକୁ ଆଣିବ । ଏଥିପାଇଁ ବହୁ ଅଧିକ ଟଙ୍କ ଖର୍ଚ୍ଚ କରିବାକୁ ପଡ଼ିବ । ଏହି ମାଟି ପୃଥିବୀକୁ ଆଣିବା ପରେ ଅନେକ ଗବେଷଣା କରାଯିବ । ନାସା ତିନୋଟି ମିଶନ ସମୟରେ ମଙ୍ଗଳ ଗ୍ରହରୁ ୨ ପାଉଣ୍ଡ (ପ୍ରାୟ ଏକ କିଲୋଗ୍ରାମ) ମାଟି ଆଣିବ ।

ନାସା ମଙ୍ଗଳ ଗ୍ରହରେ ପ୍ରାଚୀନ ଜୀବନର ଚିହ୍ନ ଅନୁସନ୍ଧାନ ପାଇଁ ନାସା ଏହି ମାଟି ପୃଥିବୀକୁ ଆଣିବ। ନାସାର ତିନୋଟି ମିଶନ ପାଇଁ ୯ ବିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ ହେବ। ମଙ୍ଗଳ ଗ୍ରହରୁ ଦୁଇ ପାଉଣ୍ଡ ମାଟି ଆଣିବା ପାଇଁ ଦୁଇ ପାଉଣ୍ଡ ସୁନା ମୂଲ୍ୟର ପ୍ରାୟ ଦୁଇ ଲକ୍ଷ ଗୁଣ ଅଧିକ ଟଙ୍କା ଖର୍ଚ୍ଚ ହେବ । ଯଦି ଏହି ମାଟି ପୃଥିବୀକୁ ଅଣାଯାଏ ତାହେଲେ ଏହା ବୈଜ୍ଞାନିକଙ୍କ ପାଇଁ ଏକ ବଡ଼ ସଫଳତା ହେବ । କାରଣ ବର୍ତ୍ତମାନ ସୁଦ୍ଧା ମଙ୍ଗଳ ଗ୍ରହରେ ଥିବା ରୋଭର ମାଧ୍ୟମରେ ଭୂପୃଷ୍ଠର ସୂଚନା ସଂଗ୍ରହ କରାଯାଉଛି ।

ନାସାର ୩ଟି ମିଶନ କଣ ?
ନାସାର ପ୍ରଥମ ମିଶନ ମଙ୍ଗଳ ଗ୍ରହର ନମୁନା ଯାଞ୍ଚ ଏବଂ ସଂଗ୍ରହ ।

ଦ୍ୱିତୀୟ ମିଶନ: ନମୁନା ସଂଗ୍ରହ କରି ମଙ୍ଗଳ ଗ୍ରହରେ ଲଞ୍ଚ କରିବା ପାଇଁ ଏକ ଲଞ୍ଚରରେ ପ୍ୟାକ୍ କରିବ ।

ତୃତୀୟ ମିଶନ୍: ମଙ୍ଗଳ ଗ୍ରହର ମାଟି ନମୁନା ପୁଣି ପୃଥିବୀକୁ ଆଣିବ ।

ପ୍ରଥମ ମିଶନ ଅନୁସାରେ ପରସିଭରେନ୍ସ ରୋଭର ୨୦୨୦ ଜୁଲାଇରେ ଲଞ୍ଚ କରାଯାଇଥିଲା । ଫେବୃଆରୀ 2021 ରେ ରୋଭର ଗ୍ରହରେ ଅବତରଣ କରିଥିଲା । ରୋଭର ୨୦୨୧ ଫେବୃଆରୀ ମଙ୍ଗଳ ଗ୍ରହରେ ଲ୍ୟାଣ୍ଡ କରିଥିଲା । ନାସା ଅନୁଯାୟୀ, ୨୦୨୩ ସୁଦ୍ଧା ନମୁନା ସଂଗ୍ରହ କାର୍ଯ୍ୟ ଶେଷ ହୋଇଯିବ। କିନ୍ତୁ ଏହାକୁ ପୁଣି ପୃଥିବୀକୁ ଫେରାଇ ଆଣିବାକୁ ପ୍ରାୟ ଏକ ଦଶନ୍ଧି ସମୟ ଲାଗିପାରେ ।

   Related Posts