ମଙ୍ଗଳ ଗ୍ରହରେ ରହସ୍ୟମୟ ଗର୍ତ୍ତର ଫଟୋ ଜାରି କଲେ NASA, ମିଳିପାରେ ଜୀବନର ସନ୍ଧାନ

Published By : Prameya-News7 Bureau | March 04, 2020 IST

ୱାସିଂଟନ: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା) ମଙ୍ଗଳ ଗ୍ରହର ଏକ ଫଟୋଚିତ୍ର ଜାରି କରିଛନ୍ତି। ଏହି ଫଟୋଟି ୨୦୧୧ ମସିହାର। ଲୋହିତ ଗ୍ରହକୁ ପ୍ରଦିକ୍ଷଣ କରୁଥିବା ଅର୍ବିଟରର ରବୋଟିକ୍ ଇନଷ୍ଟ୍ରୁମେଣ୍ଟ ଦ୍ୱାରା ଏହି ଫଟୋଟି ଉତ୍ତୋଳିତ ହୋଇଛି। ଯେଉଁଥିରେ ଗ୍ରହରେ ଏକ ରହସ୍ୟମୟ ଗର୍ତ୍ତ ଦେଖାଯାଉଛି। ଯାହା ଭିତରେ ଗୁମ୍ଫା ଥିବାର ଅନୁମାନ କରାଯାଉଥିବା ବେଳେ ଏଥିରୁ ମଙ୍ଗଳ ଗ୍ରହରେ ଜୀବନର ସନ୍ଧାନ ମିଳିପାରେ ବୋଲି ଆଶଙ୍କା କରାଯାଉଛି।

{"id":232543,"width":582,"height":436,"sizeSlug":"large"}

ଏହା ପୂର୍ବରୁ ମାର୍ଚ୍ଚ ୧ ତାରିଖରେ ନାସା ଏକ ବ୍ଲଗରରେ ମଙ୍ଗଳ ମିସନ ସମ୍ପର୍କିତ ରିପୋର୍ଟ ପ୍ରକାଶ କରିଥିଲେ। ଯେଉଁଥିରେ ସୌର ପରିବାରର ଚତୁର୍ଥ ଗ୍ରହ ମଙ୍ଗଳର ବାତାବରଣ ନେଇ ଅନେକ ସୂଚନା ରହିଛି। ମରୁଭୂମି ଭଳି ପରିବେଶ ଥିବା ଏହି ଗ୍ରହରେ ବାତାବରଣ ଅତ୍ୟନ୍ତ ସୁକ୍ଷ୍ମ ବୋଲି ଦର୍ଶାଯାଇଛି। ଏଥିରେ ଗ୍ରହରେ ଥିବା ଗର୍ତ୍ତର ଯେଉଁ ଫଟୋଟି ରହିଛି ତାର ମୁହଁ ପାଖାପାଖି ୩୫ ମିଟର ଖୋଲା ଥିବା ବେଳେ ତଳକୁ ୨୦ ମିଟର ଗର୍ତ୍ତ ଥାଇପାରେ ବୋଲି ଆକଳନ କରାଯାଉଛି । ଏଥିରେ ଅନେକ ଗୁମ୍ଫାବି ଥାଇପାରେ ବୋଲି ବ୍ଲଗର ଆକଳନ କରିଛନ୍ତି। ତେବେ ଏହି ଗର୍ତ୍ତର ଏବେ ଅଧ୍ୟାୟନ କରାଯାଉଛି।

{"id":232544,"width":579,"height":434,"sizeSlug":"large"}

ମଙ୍ଗଳ ଗ୍ରହର ପରିବେଶ ବିଶେଷ କରି ଧୂଳିପୂର୍ଣ୍ଣ ଓ ଶୀତଳ ବୋଲି ଗବେଷକମାନେ କହୁଛନ୍ତି। ହଜାରହଜାର ବର୍ଷ ପୂର୍ବେ ଗ୍ରହର ପରିବେଶ ବେଶ ଘନ ଥିବା ବେଳେ ଏଠାରେ ଆର୍ଦ୍ଦତା ଓ ଉଷ୍ମତା ବି ଥିଲା ବୋଲି ଅନୁଧ୍ୟାନକାରୀମାନେ କହିଛନ୍ତି। ତେବେ ମଙ୍ଗଳର ଅନୁଧ୍ୟାନ ଲାଗି ନାସା ଅନ୍ତରୀକ୍ଷକକୁ ୩ଟି ଉପଗ୍ରହ ପ୍ରେରଣ କରିଥିବା ବେଳେ ଇୟୁରୋପୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇଏସଏ) ଗୋଟିଏ ଓ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥା (ଇସ୍ରୋ) ଗୋଟିଏ ଲେଖାଏଁ ପ୍ରକଳ୍ପ ମଙ୍ଗଳକୁ ପ୍ରେରଣ କରିଛନ୍ତି। ଏଥିରୁ ମଙ୍ଗଳ ଗ୍ରହର ଗର୍ତ୍ତ ନେଇ ଅନେକ ତଥ୍ୟ ମିଳିପାରିବ ବୋଲି ଏବେ ଆଶା କରାଯାଉଛି। ଯାହା ଭବିଷ୍ୟତର ମଙ୍ଗଳ ଅଭିଯାନରେ ସହାୟକ ହୋଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.