ନାସାର ମୁନ୍ ମିଶନରେ ସୁଭାଷିନୀ : ଭାରତରେ ହୋଇଛନ୍ତି ଜନ୍ମ, ପ୍ରକଳ୍ପର କରୁଛନ୍ତି ତଦାରଖ

Published By : Prameya-News7 Bureau | June 10, 2021 IST

ନୂଆଦିଲ୍ଲୀ ୧୦/୦୬: ଭାରତ ପାଇଁ ଗର୍ବ । ଭାରତରେ ଜନ୍ମିତ ସୁଭାଷିନୀ ଆୟାର ମହାକାଶ ଉପରେ ଗବେଷଣା କରୁଥିବା ନାସାର ମହତ୍ତ୍ୱପୂର୍ଣ୍ଣ ପ୍ରକଳ୍ପ ଉପରେ କାମ କରୁଛନ୍ତି । ସେ ନାସାର ଚନ୍ଦ୍ରପୃଷ୍ଠ ଓ ଏହାଠୁ ଆଗକୁ ମଧ୍ୟ ମହାକାଶ ଯାନ ପଠାଇବା ପ୍ରକଳ୍ପର ତଦାରଖ କରୁଛନ୍ତି । କୋଏମ୍ବାଟୁରରେ ଜନ୍ମ ହୋଇଥିବା ସୁଭାଷିନୀ ଗତ ୨ ବର୍ଷ ହେଲା ନାସା ସହ ସାମିଲ ଅଛନ୍ତି । ସେ ୧୯୯୨ରେ ନିଜ କଲେଜରେ ମେକାନିକାଲ ଇଞ୍ଜିନିୟରିଂରେ ସ୍ନାତକ ଲାଭ କରିଥିବା ପ୍ରଥମ ମହିଳା ଅଟନ୍ତି ।

ସୁଭାଷିନୀ ଏକ ଖବର ଏଜେନ୍ସିକୁ କହିଛନ୍ତି ଯେ, ଚନ୍ଦ୍ରପୃଷ୍ଠରେ ପାଦ ରଖିବା ପରଠୁ ୫୦ ବର୍ଷ ବିତିଗଲାଣି । ଏହାପରେ ଆଉ କେହି ଚନ୍ଦ୍ରପୃଷ୍ଠକୁ ଯାଇ ନାହାଁନ୍ତି । ନାସା ମହାକାଶଚାରୀଙ୍କୁ ଚନ୍ଦ୍ର ଓ ମଙ୍ଗଳ ଗ୍ରହ ନେବାକୁ ଯୋଜନା କରୁଛି । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚାଲିଛି । ନାସାର ଆର୍ଟିମେସ୍ ଚନ୍ଦ୍ର ଅନ୍ୱେଷଣ କାର୍ଯ୍ୟକ୍ରମରେ ଚନ୍ଦ୍ର ବାବଦରେ ଅନେକ କିଛି ତଥ୍ୟ ମିଳିପାରିବ । ଏଥିପାଇଁ ନୂଆ ପ୍ରଯୁକ୍ତିବିଦ୍ୟା ଓ ଜ୍ଞାନକୌଶଳ ବ୍ୟବହାର କରାଯାଉଛି । ନାସାର ନୂଆ ରକେଟ୍ ସ୍ପେସ୍ ଲଞ୍ଚ୍ ସିଷ୍ଟମ, ଆରିୟାନ ମହାକାଶ ଯାନକୁ ଚନ୍ଦ୍ରପୃଷ୍ଠକୁ ଯାତ୍ରା କରିବ ।

ସୂଚନାଯୋଗ୍ୟ, ନାସା ଚନ୍ଦ୍ରପୃଷ୍ଠର ଚାରିପାଖରେ ଦୁଇଟି ମିଶନକୁ ଆରମ୍ଭ କରିବାକୁ ଯାଉଛି । ଫଳରେ ଚନ୍ଦ୍ରକୁ ଭଲ ଭାବେ ଅନୁଧ୍ୟାନ କରିହେବ । ଆର୍ଟିମିସ୍ ଆଇ ବିନା ମାନବରେ ଉଡାଣ ଭରିବ । ଯାହା ଏସଏଲଏସ ରକେଟ୍ ଓ ଆରିୟାନ ମହାକାଶ ଯାନକୁ ଚନ୍ଦ୍ରକୁ ନେବ । ଆର୍ଟିମିସ ୨ରେ ମହାକାଶଚାରୀ ଚନ୍ଦ୍ରପୃଷ୍ଠରେ ପାଦ ଦେବେ । ଏହି ମିଶନରେ ଚନ୍ଦ୍ର ପୃଷ୍ଠକୁ ଭଲ ଭାବେ ନୀରିକ୍ଷଣ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.