ଚନ୍ଦ୍ରରେ ଓହ୍ଲାଇବା ପୂର୍ବରୁ ମହାକାଶ ହୋଟେଲରେ ଅଟକିବେ ମହାକାଶଚାରୀ: ନାସାର ଆର୍ଟେମିସ୍ ମିଶନ ୨୦୨୪
8/06/2020 at 10:00 PM

ନ୍ୟୁୟର୍କ, ୦୮|୦୬: ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାର ମହାକାଶଚାରୀ ଏବେ ଚନ୍ଦ୍ର ପୃଷ୍ଠରେ ପାଦ ଦେବା ପୂର୍ବରୁ ଏକ ମଡ୍ୟୁଲରେ ରହିବେ । ଏହା ଏକ ହୋଟେଲ ଭଳି । ଏହି ମଡ୍ୟୁଲ୍ ଚନ୍ଦ୍ରର ଅର୍ବିଟରେ ରହିବ । ଏଥିପାଇଁ ନାସା ନର୍ଥରୋପ୍ ଗ୍ରୁମାନଙ୍କୁ ୧୮୭ ମିଲିୟନ ଡଲାରର କଣ୍ଟ୍ରାକ୍ଟ୍ ପ୍ରଦାନ କରିଛି । ଏହା ନାସାର ଆର୍ଟେମିସ୍ ମିଶନର ଅଂଶ ବିଶେଷ ଅଟେ । ଏହି ମିଶନରେ ପ୍ରଥମ ମହିଳା ଓ ଜଣେ ପୁରୁଷଙ୍କୁ ଚନ୍ଦ୍ର ପୃଷ୍ଠକୁ ପଠାଯିବ । ଏହି ମିଶନ ୨୦୨୪ରେ ଚୁଡାନ୍ତ ରୂପ ନେବ । ୧୯୭୨ ପରେ ପ୍ରଥମ ଥର ପାଇଁ କୌଣସି ମାନବକୁ ଚନ୍ଦ୍ରପୃଷ୍ଠ ପଠାଯିବ ।
ଏହି ମଡ୍ୟୁଲ ବା ଗେଟଓ୍ୱେର ସାଇଜ୍ ହାବିଟେସନ୍ ଏଣ୍ଡ ଲଜିଷ୍ଟିକସ୍ ଆଉଟପୋଷ୍ଟ୍ ହାଲୋ ପ୍ରସ୍ତୁତ କରାଯିବ । ହାଲୋ ଓ ଗେଟଓ୍ୱେକୁ ୨୦୨୩ରେ ଲଞ୍ଚ୍ କରାଯିବ । ପୃଥିବୀରୁ ବାହାରିବା ପରେ ମହାକାଶଚାରୀ ପ୍ରଥମେ ଗେଟଓ୍ୱେରେ ପହଁଚିବେ । ସେଠାରୁ ସେମାନେ ଚନ୍ଦ୍ର ଅଭିମୁଖେ ଯାତ୍ରା କରିବେ । ଏହା ସ୍ପେସ୍ ଷ୍ଟେସନରୁ ଛୋଟ ହେବ । ନାସର ଆଡମିନିଷ୍ଟ୍ରେଟର୍ ଜିମ୍ ଓ୍ୱାଇଡେନଷ୍ଟାଇନ୍ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି । ଏହି ଗେଟଓ୍ୱେର ଡିଜାଇନ୍ ରିଭ୍ୟୁ ହେବା ପରେ ଏହାର ଅନ୍ୟ ସୁରକ୍ଷାକୁ ଯାଞ୍ଚ କରାଯିବ । ଏହାପରେ ହାର୍ଡଓୟେର କାମ ଆରମ୍ଭ ହେବ ।
ଏହାପୂର୍ବରୁ ମେ ୩୦ରେ ନାସା ଦୁଇଟି ସ୍ପେସକ୍ରାଫ୍ଟରେ ୨ଜଣ ମହାକାଶଚାରୀଙ୍କୁ ସ୍ପେସ୍ ଷ୍ଟେସନ ପଠାଇଥିଲା । ୨୦୧୧ ପରଠୁ ନାସା ନିଜ ମହାକାଶଚାରୀଙ୍କୁ ସ୍ପେସ୍ ଷ୍ଟେସନ ପଠାଇବା ପାଇଁ ଋଷର ସାହାରା ନେଇଥାଏ । ମେ ୩୦ରେ ହିଁ ନାସା ସ୍ପେସ୍ ଏକ୍ସରେ ନିଜ ମହାକାଶଚାରୀଙ୍କୁ ପଠାଇଥିଲା ।