ମହାକାଶରେ ଟଏଲେଟ ଡିଜାଇନ କରିବାକୁ ଚ୍ୟାଲେଞ୍ଜ କରିଛି ନାସା : ପୁରସ୍କାର ରାଶି ୨୬ ଲକ୍ଷ ଟଙ୍କା, ଡିଜାଇନ ପଠାଇବା ପାଇଁ ଶେଷ ତାରିଖ ଅଗଷ୍ଟ ୧୭

Published By : Prameya-News7 Bureau | June 28, 2020 IST

ନୂଆଦିଲ୍ଲୀ ୨୮/୦୬ : ମହାକାଶକୁ ଯିବା ଖର୍ଚ୍ଚ ବହୁଳ ଏବଂ ବିପଦପୂର୍ଣ୍ଣ ମଧ୍ୟ | କିନ୍ତୁ ବର୍ତ୍ତମାନ ସମୟରେ ବୈଜ୍ଞାନିକଙ୍କୁ ମହାକାଶକୁ ପଠାଇବା ଅସମ୍ଭବ କାମ ନୁହେଁ | ତଥାପି ମହାକାଶକୁ ଯିବା ବହୁତ କଷ୍ଟକର | ମହାକାଶ ଅନୁସନ୍ଧାନରେ ଏମିତି ଅନେକ ବିଷୟ ରହିଛି ଯାହା ମହାକାଶ ଯାତ୍ରାକୁ ସୁବିଧାଜନକ କରିବା ପାଇଁ ପ୍ରୟାସ କରୁଛନ୍ତି | ଏହିଭଳି ଏକ କାମ ହେଲା ମହାକାଶ ବା ଚନ୍ଦ୍ରରେ ନିତ୍ୟକର୍ମ କରିବା | ଏହି ସମସ୍ୟାର ସମାଧାନ ଲୋକଙ୍କୁ ଏକ ଚ୍ୟାଲେଞ୍ଜ ଦେଇଛି ଯାହାଦ୍ୱାରା ଲୋକେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ |

{"id":292969,"sizeSlug":"large"}

ଏଷ୍ଟ୍ରୋନଟ ବୁଦ୍ଧିମାନ ଓ ବାହାଦୁର ଥାଆନ୍ତି କିନ୍ତୁ ତଥାପି ମହାକାଶରେ ସେମାନଙ୍କ ଆବଶ୍ୟକ ସାଧାରଣ ମଣିଷ ଭଳି ହୋଇଥାଏ | ମହାକାଶରେ ତାଙ୍କୁ ମଧ୍ୟ ମଳମୂତ୍ର ତ୍ୟାଗ କରିବାକୁ ପଡିଥାଏ | ସେଥିପାଇଁ ନାସା ନିଜ ଏଷ୍ଟ୍ରୋନଟଙ୍କ ପାଇଁ ଏହି ସମସ୍ୟା ସମାଧାନର ବାଟ ଖୋଜୁଛି | ୧୯୭୫ ମସିହାରେ ଆପୋଲୋ ମିଶନ ଶେଷ ହେବାପରେ ଇଞ୍ଜିନିୟର ମଳମୂତ୍ର ବିସର୍ଜନ ପାଇଁ ଅନ୍ତରୀକ୍ଷ ଯାତ୍ରାକୁ ଏକ ଗମ୍ଭୀର ଚେତାବନୀ ବୋଲି କହିଥିଲେ | ନାସା କିଛି ଉପକରଣ ତିଆରି କରିଥିଲା ସତ କିନ୍ତୁ ସେଥିରୁ ସମସ୍ୟା ସମାଧାନ ହୋଇନଥିଲେ |

ବର୍ତ୍ତମାନ ଏହି ସମସ୍ୟାର ସମାଧାନ ଖୋଜିବା ପାଇଁ ନାସା ସାଧାରଣ ଲୋକଙ୍କୁ ମଧ୍ୟ ସାମିଲ କରିଛି | ନାସା ଚାହୁଁଚି ଯେ ଲୋକେ ଏଷ୍ଟ୍ରୋନଟଙ୍କ ପାଇଁ ମାଇକ୍ରୋଗ୍ରାବିଟି ଓ ଚନ୍ଦ୍ରମା ଭଳି ଜାଗାରେ କାମ କରୁଥିବା ଟଏଲେଟ ଡିଜାଇନ କରି ତାଙ୍କ ପାଖକୁ ପଠାନ୍ତୁ |

{"id":292970,"sizeSlug":"large"}

ଏଥିପାଇଁ ନାସା ୨୬ ଲକ୍ଷ ଟଙ୍କାରୁ ଅଧିକ ପୁରସ୍କାର ରାଶି ମଧ୍ୟ ରଖିଛି | ନାସା ଏବେ ପୁଣି ଚନ୍ଦ୍ରକୁ ଯିବାକୁ ପ୍ରସ୍ତୁତି ଆରମ୍ଭ କରିଛି ଏବଂ ସେଠାରେ ଏଷ୍ଟ୍ରୋନଟଙ୍କୁ ଅଧିକ ସମୟ ରଖାଯିବ ପାଇଁ ବ୍ୟବସ୍ଥା କରୁଛି | ନାସା ଚନ୍ଦ୍ରପୃଷ୍ଠରେ ଏକ ଶିବିର ତିଆରି କରିବାକୁ ଚିନ୍ତା କରୁଛି ଯେଉଁ ଶିବିରରେ ଏଷ୍ଟ୍ରୋନଟ ଅଧିକ ସମୟ ଯାଏଁ ରହିପାରିବେ ବୋଲି ଜଣାପଡିଛି | ଏଥିରେ ରହିବ ପାଇଁ ବିଶେଷ ସୁବିଧା, ଉପକରଣ ଓ ଅନ୍ୟ ସୁବିଧା ବିକଶିତ କରିବା ମଧ୍ୟ ସାମିଲ ହୋଇଛି |

ଏଷ୍ଟ୍ରୋନଟ ମହାକାଶରେ ଖାଦ୍ୟ ଖାଇଥାନ୍ତି କିନ୍ତୁ ନିତ୍ୟକର୍ମ ପାଇଁ ତାଙ୍କୁ ମାଇକ୍ରୋଗ୍ରାବିଟି ଓ ଚନ୍ଦ୍ରମାର ଗ୍ରାବିଟିରେ ଟଏଲେଟ ସୁବିଧା ଆବଶ୍ୟକ ପଡିଥାଏ | ନାସାର ଏହି କାମକୁ 'ଲୁନାର ଲୁ ଚ୍ୟାଲେଞ୍ଜ' ନାଁ ଦିଆଯାଇଛି | ଏହି ଚ୍ୟାଲେଞ୍ଜରେ ଦୁଇଟି ଶ୍ରେଣୀ ରହିଛି, ଗୋଟିଏ ଟେକ୍ନିକାଲ ଏବଂ ଅନ୍ୟଟି ଜୁନିଅର | ଡିଜାଇନ ପଠାଇବାର ଶେଷ ତାରିଖ ଅଗଷ୍ଟ ୧୭ ତାରିଖ |

{"id":292971,"sizeSlug":"large"}

ନାସା କହିଛି ଯେ, ସ୍ପେସ ଟଏଲେଟ ଆଗରୁ ଅଛି ଏବଂ ବ୍ୟବହାର ମଧ୍ୟ କରାଯାଉଛି କିନ୍ତୁ ତାହା କେବଳ ମାଇକ୍ରୋଗ୍ରାବିଟି ପାଇଁ ଡିଜାଇନ କରାଯାଇଛି | ନାସାର ଆର୍ଟିମିଶ ମୁନ ମିଶନ ଜଣେ ମହିଳା ଓ ଜଣେ ପୁରୁଷ ଯାତ୍ରୀଙ୍କୁ ଚନ୍ଦ୍ରକୁ ପଠାଇବାକୁ ଯୋଜନା କରୁଛି | ୨୦୨୪ ସୁଦ୍ଧା ଦୁଇଜଣଙ୍କୁ ପଠାଇବାକୁ ଯୋଜନା କରୁଛି | ଆର୍ଟିମିଶ କାର୍ଯ୍ୟକ୍ରମ ଚନ୍ଦ୍ରରୁ ମଙ୍ଗଳ ପର୍ଯ୍ୟନ୍ତ ଅନ୍ୱେଷଣ କରିବ ଯେଉଁଥିରେ ଚନ୍ଦ୍ର ଯାତ୍ରାର ଅନୁଭବ ମଙ୍ଗଳ ଯାତ୍ରା ପାଇଁ ଉପଯୋଗୀ ହେବ | ଏଥିପାଇଁ ନାସା ହ୍ୟୁମାନ ଲ୍ୟାଣ୍ଡିଙ୍ଗ ସିଷ୍ଟମ ପ୍ରୋଗ୍ରାମ ମଧ୍ୟ ପ୍ରସ୍ତୁତ କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.