Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

କରୋନା ମହାମାରୀରୁ ବର୍ତ୍ତିବା ପାଇଁ NASAର ଅଦ୍ଭୁତପୂର୍ବ ଆବିଷ୍କାର : ପ୍ରସ୍ତୁତ କଲା ଥ୍ରୀ-ଡି ପ୍ରିଣ୍ଟେଡ ନେକଲେସ୍

29/06/2020 at 10:28 AM

ନୂଆଦିଲ୍ଲୀ ୨୯/୬: କରୋନା ଭାଇରସ୍ ସଂକ୍ରମଣକୁ ବ୍ୟାପିବାରୁ ରୋକିବା ପାଇଁ ସମଗ୍ର ବିଶ୍ବର ଡାକ୍ତର ଏବଂ ବୈଜ୍ଞାନିକ ଦିନ ରାତି କାମ କରୁଛନ୍ତି। ଏପରି କ୍ଷେତ୍ରରେ ଏଥିରୁ ବର୍ତ୍ତିବାର ରାସ୍ତା ହେଉଛି ପରସ୍ପର ସହ ଦୂରତା ବଜାୟ ରଖିବା। ଏପରି ଉଦ୍ୟମରେ ନ୍ୟାସନାଲ୍ ଏରୋନେଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟେସନ(NASA) ଏକ ଥ୍ରୀ-ଡି ପ୍ରିଣ୍ଟେଡ ନେକଲେସ୍ ପ୍ରସ୍ତୁତ କରିଛନ୍ତି ଯାହା କୌଣସି ବ୍ୟକ୍ତିଙ୍କ ସମ୍ପର୍କରେ ଆସିଲେ ଆପଣଙ୍କୁ ଆଲର୍ଟ କରିଥାଏ।

ଏହି ଖାସ୍ ନେକଲେସର ନାଁ ନାସା PULSE ରଖିଛି। ଏହା ହାତର ଗତିବିଧିକୁ ଟ୍ରାକ୍ କରିଥାଏ ଏବଂ ଆପଣଙ୍କୁ ନିଜର ମୁହଁ ଛୁଇଁବାକୁ ମନା କରିଥାଏ। ଏହି ନେକଲେସକୁ ପିନ୍ଧିଥିବା ଅବସ୍ଥାରେ ଯଦି ଆପଣ ମୁହଁ ଛୁଇଁବାକୁ ଉଦ୍ୟମ କରିବେ ତେବେ ଏଥିରେ ଭାଇବ୍ରେସନ୍ ଆଲାର୍ମ ବାଜିବ। ଆପଣଙ୍କ ହାତ ମୁହଁ ପାଖାପାଖି ଆସିବା ମାତ୍ରେ ଭାଇବ୍ରେସନ୍ ଆହୁରି ବଢ଼ିଯିବ।

ନାସାର ଜେଟ୍ ପ୍ରୋପଲ୍ସନ ଲାବୋରେଟୋରି PULSE ନେକଲେସକୁ ପ୍ରସ୍ତୁତ କରିଛି। ଏଥିରେ ୧୨ଇଞ୍ଚ ରେଞ୍ଜର ପ୍ରୋକ୍ସିମିଟି ସେନସର ବ୍ୟବହାର କରାଯାଇଛି। ଭାଇବ୍ରେସନ୍ ପାଇଁ ଏଥିରେ ଏକ ମୋଟର ମଧ୍ୟ ଲାଗିଛି ଯାହାକୁ ଏକ ଛୋଟ 3V ବ୍ୟାଟେରୀ ସହ ଯୋଡ଼ା ଯାଇଛି। ନାସାର କହିବା ଅନୁସାରେ ଏହି ନେକଲେସକୁ ଗର୍ଦରର ୬ଇଞ୍ଚ ତଳେ ରଖିବା ଦ୍ବାରା ଏହା ସଠିକ୍ ପରିଣାମ ଦେଖାଇଥାଏ।

   Related Posts